ଆକ୍ସନ ମୋଡ ରେ ସରକାରୀ ବାବୁ, ବଡ଼ କାଯ୍ୟ କୁ ଅଣଦେଖା ହେଲେ ଛୋଟ ଉପରେ ବଜ୍ରାଘାତ...
ଆକ୍ସନ ମୋଡ ରେ ସରକାରୀ ବାବୁ, ବଡ଼ କାଯ୍ୟ କୁ ଅଣଦେଖା ହେଲେ ଛୋଟ ଉପରେ ବଜ୍ରାଘାତ...
କଣ୍ଟାବାଞ୍ଜି, ୨୫/୦୯ : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହରରେ ଅନେକ ସରକାରୀ ଗଲି କନ୍ଦି ରହି ଥିବା ବେଳେ ବର୍ତ୍ତମାନ ସବୁ ଅନେକ ଲୋକଙ୍କ ଅକ୍ତିଆରରେ। ସାର୍ବଜନୀନ ସରକାରୀ ଜାଗା କୁ ବଡ଼ ବଡ଼ିଆ ଲୋକେ ଅକ୍ତିଆର କରିଥିବା ବେଳେ ସରକାରୀ ବାବୁଙ୍କ ବଜ୍ରାଘାତ ପଡିଛି ଜଣେ ପରିବାର ଉପରେ।
ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପଛ ପଟେ ସ୍ଥିତ ମହମ୍ମଦ ସୋହେଲ ଙ୍କ ପରିବାର କିଛି ବର୍ଷ ରୁ ଗୋଟିଏ ଛୋଟ କୁଡ଼ିଆ ଘର କରି ସରକାରୀ ଜମି ରେ ବସ ବାସ କରି ଆସୁଥିଲେ। ଶନିବାର ଅପରାନ୍ହ ୧ ଘ ସମୟ ରେ ସ୍ଥାନୀୟ ତହସିଲଦାର ସମୀର ବେହେରା,ଏନଏସି ଇଓ ନିରଂଜନ ଧଳ ଓ ପୋଲିସ ପ୍ରଶାସନ ଉପସ୍ଥିତି ରେ ଜବର ଦଖଲ ଉଛେଦ କରାଗଲା। ତହସିଲଦାର ଓ ଇଓ ଙ୍କ କହିବା ଅନୁସାରେ ମହମ୍ମଦ ସୋହେଲ କୁ ପୂର୍ବରୁ ନୋଟିସ କରାଯାଇଥିଲା ଓ ନୋଟିସ କୁ ନମାନିବାରୁ ସରକାରୀ ଜମି ଜବରଦଖଲ ଉପ ଜିଲ୍ଲାପାଳ ଙ୍କ ଆଦେଶ କ୍ରମେ ଉଚ୍ଛେଦ କରଗଲା।
କିନ୍ତୁ ବଡ କଥା ସରକାରୀ ବାବୁଙ୍କ ମାନବିକତା ଉପରେ ପ୍ରଶ୍ନ ଉଠୁଛି ଯେ ଗୋଟେ ଗରିବ ଖଟିଖିଆ ପରିବାର କୁ ଥଇଥାନ ନ କରି ତରବରିଆ ଭାବରେ ତାଙ୍କ ପରିବାର କୁ ଭୂମି ହୀନ କାହିଁକି କରାଗଲା।
ଅନ୍ୟ ପଟେ ସରକାରୀ ଜମି ନାଁ କୁ ମାତ୍ର ତିନି ରୁ ଚାରି ଫୁଟ ଗଲି । ଅନ୍ୟ ୪ ଫୁଟ ଜାଗା ରୟିତି । ଯାହା କି ତାଙ୍କର ପରିବାର ଲୋକଙ୍କ ଯିବା ଆସିବା ପାଇଁ କେବଳ। ସେ ଗଲି ବା ରାସ୍ତା ର ବ୍ୟବହାର ପୁଣି ୮୦ ବର୍ଷ ରୁ ଉର୍ଦ୍ଧ୍ବ ହେବ ସେ ନିର୍ଦ୍ଦିଷ୍ଟ ପରିବାର ଲୋକେ କରି ଆସୁଛନ୍ତି। ପରିବାର ରେ ୪୨ ଜଣ ସଦସ୍ୟ। ଯିବା ଆସିବା ପାଇଁ ଗୋଟିଏ ବାଟ। ବାଟ ସମ୍ମୁଖ ରେ କୁକୁର, ବୁଲା ଲୋକ, ଅନ୍ୟାନ୍ୟ ସମସ୍ୟା କୁ ନେଇ ପରିବାର ର ଛୋଟ ଛୋଟ ଛୁଆ ଓ ମହିଳା ମାନଙ୍କ ସୁରକ୍ଷା ପାଇଁ ଗୋଟେ ଲୋହା ଗେଟ ଲଗେଇ ଥିଲେ। ହେଲେ ତାହା ପୁଣି ଜଣେ ଲୋକଙ୍କ ଅସହମତି ପାଇଁ ଏନଏସି ଇଓ ମହାଶୟ ନୋଟିସ ଜାରି କରିଥିଲେ ।
ସିଧାସଳଖ ଭାବରେ ଗୋଟେ ନୋଟିସ ମାଧ୍ୟମରେ କହିଥିଲେ ଯେ, ନୋଟିସ ପାଇବା ୭୨ ଘଣ୍ଟା ମଧ୍ୟ ରେ ଗେଟ ଭାଙ୍ଗି ଦେବା ପାଇଁ । ନ ହେଲେ ଏନଏସି ପକ୍ଷରୁ ତାହା ଜେସିବି ମାଧ୍ୟମ ରେ ଭଙ୍ଗା ଯିବ । ଗତ କାଲି ତହସିଲଦାର ଓ ଇଓ ଙ୍କ ଉପସ୍ଥିତି ରେ ଗେଟ କାଢି ଦିଆଗଲା।
କଣ୍ଟାବାଞ୍ଜି କାଡୋପଡା ସ୍ଥିତ ତିରଥ ସିଂ ଠାକୁର ଙ୍କ ୭ ଟି ପରିବାର ଓ ୪୨ ଜଣ ସଦସ୍ୟଙ୍କ ଉପରେ ଏହି ବଜ୍ରାଘାତ ପକେଇ ଛନ୍ତି ସ୍ଥାନୀୟ ତହସିଲଦାର ଓ ଏନଏସି ଇଓ। କିନ୍ତୁ କିଛି ଦିନ ପୂର୍ବରୁ ସ୍ଥାନୀୟ କାଡୋପଡା ରେ ସାର୍ବଜନୀନ ସ୍ଥାନକୁ ନେଇ ପଡା ବାସୀ ଦେଇ ଥିବା ଜ୍ଞାପନ ପତ୍ର ଉପରେ ମହାଶୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାଁନ୍ତି। କିନ୍ତୁ ତତ୍ପରତା ଦେଖାଇ ଯୋଉ ଜାଗା ରେ ପଡ଼ା ବାସିନ୍ଦା ଅବା କୌଣସି ଲୋକଙ୍କ କିଛି ଆପତ୍ତି ନାହିଁ ସେ ଜାଗା ରେ କେବଲ ଜଣେ ଲୋକଙ୍କ ଆପତ୍ତି କୁ ଭିତ୍ତି କରି ତୁରନ୍ତ ଆକ୍ସନ ମୋଡ଼ କୁ ନେଇ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ର ଵିଷୟ ପାଲଟିଛି ତହସିଲଦାର ଓ ଏନଏସି ଇଓ ମହାଶୟ ଙ୍କ କାର୍ଯ୍ୟାକଳାପ।
ଆଗାମୀ ଦିନ ରେ ଦେଖିବା କୁ ରହିଲା ଯେ ସ୍ଥାନୀୟ କଣ୍ଟାବାଞ୍ଜି ରେ ରହି ଥିବା ଅନେକ ଗଲି କନ୍ଦି କୁ ହଡପ କରି ଅବା ସାର୍ବଜନୀନ ଲୋକଙ୍କ ଚଳାବାଟ କୁ ରୋକଠୋକ ନିଜ ଅକ୍ତିଆର କରି ରଖି ଥିବା ଲୋକଙ୍କ ଉପରେ ତହସିଲଦାର ଓ ଇଓ ମହାଶୟ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ।
ନା ସ୍ଥାନୀୟ ତହସିଲଦାର କାର୍ଯ୍ୟାଳୟ ରୁ ସବୁ କିଛି କଂଟ୍ରୋଲ କରାଯାଉଛି। କିଛି କଥା ଆମ ସାମ୍ନା କୁ ଆସିଛି । ସେ କଥା ହେଲା ତହସିଲଦାର ଙ୍କୁ ହାତ ପାପୁଲିରେ ରଖି ଥିବା ଜଣେ ଲୋକ ? ସେ ପୁଣି ନିଜେ ଅନ୍ୟ ଭରସାରେ ? କିନ୍ତୁ ସୂଚନା ଅନୁସାରେ ତାଙ୍କ ପ୍ରଭାବ କଣ୍ଟାବାଞ୍ଜି ତହସିଲ ରେ ବେଶ କିଛି। ଦେଖିବା କୁ ଅନେକ କଥା ରହିଲା କି ପ୍ରଶାସନିକ ଅଧିକାରୀ କେତେ ସଚୋଟ ନାଁ ଚାଟୁକାର ତଳିଆ କର୍ମଚାରୀ ଙ୍କ ଅନୁଯାୟୀ ଚାଲିବେ ବଡ଼ ବଡ଼ିଆ ବାବୁ ?
Edited by k.s thakur...
Comments
Post a Comment