ପୂର୍ଵତନ ବିଧାୟକ ସ୍ବର୍ଗତ ଲୋକନାଥ ରାୟ ଙ୍କ ନାତି ଙ୍କ ଘରୁ ଲକ୍ଷାଧିକ ଟଙ୍କାର ଚୋରି ଅଭିଯୋଗ ...

ପୂର୍ଵତନ ବିଧାୟକ ସ୍ବର୍ଗତ ଲୋକନାଥ ରାୟ ଙ୍କ ନାତି ଙ୍କ ଘରୁ ଲକ୍ଷାଧିକ ଟଙ୍କାର ଚୋରି ଅଭିଯୋଗ ...

ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ରେ ପୂର୍ଵତନ ବିଧାୟକ ସ୍ବର୍ଗତ ଲୋକନାଥ ରାୟ ଙ୍କ ନାତି ଙ୍କ ଘରୁ ଲକ୍ଷାଧିକ ଟଙ୍କାର ଚୋରି ଅଭିଯୋଗ ହୋଇଛି। ସୂଚନା ଅନୁସାରେ ୱାର୍ଡ ନମ୍ବର ୧ ଶିବାଜୀ ନଗର ରେ ସ୍ଥିତ ବାସଭବନ ରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି ହୋଇଥିବା ଅଭିଯୋଗ କଣ୍ଟାବାଞ୍ଜି ପୋଲିସ ଥାନା ରେ ପଞ୍ଜିକୃତ ହୋଇଛି।

ସୂଚନା ଅନୁସାରେ ପୂର୍ଵତନ ବିଧାୟକ ସ୍ବର୍ଗତ ଲୋକନାଥ ରାୟ ଙ୍କ ନାତି ଓ ସ୍ବର୍ଗତ ଅମୂଲ୍ୟ ରାୟ ଙ୍କ ପୁଅ ବିବେକାନନ୍ଦ ରାୟ ବର୍ତ୍ତମାନ ୱାର୍ଡ ନମ୍ବର ୧ ର ଘର ଛାଡ଼ି ନିଜ ପରିବାର ସହ ନୂଆପଡା ୱାର୍ଡ ନୁମ୍ବର ୬ ରେ ନୂତନ ଘରେ ରହୁଥିବାରୁ ସେ ଘର ପ୍ରାୟ ତହ ବନ୍ଦ ରହିଥାଏ।

ମଝିରେ ମଝିରେ ଯାଇ ଶ୍ରୀ ରାୟ ନିଜ ଘର ବୁଲି ଦେଖି ଆସିଥାନ୍ତି। ବିଗତ ୨୬ ତାରିଖ ଦିନ ସେ ୱାର୍ଡ ନମ୍ବର ୧ କବ୍ରିସ୍ଥାନ ନିକଟ ରେ ଥିବା ଘର ବୁଲିବା କୁ ଯାଇ ଦେଖି ଥିଲେ ଯେ ତାଲା ଭାଙ୍ଗି ତାଙ୍କ ଘରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି ହୋଇ ଯାଇଛି। ଏ ସମ୍ପର୍କରେ ସ୍ଥାନୀୟ ପୋଲିସ ଥାନା ରେ ଲିଖିତ ଅଭିଯୋଗ ଦେବା ର ଦୁଇ ଦିନ ବିତି ଯାଇଥିଲେ ସୁଦ୍ଧା ପୋଲିସ ହାତ ଶୂନ?





Edited by k.s thakur...


Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...