ଉଧମପୁର : ବସ୍‌ରେ ବିସ୍ଫୋରଣ, ୮ ଘଣ୍ଟା ମଧ୍ୟରେ ଦ୍ୱିତୀୟ ଘଟଣା...

ବସ୍‌ରେ ବିସ୍ଫୋରଣ, ୮ ଘଣ୍ଟା ମଧ୍ୟରେ ଦ୍ୱିତୀୟ ଘଟଣା...

ଧମପୁର: ଜମ୍ମୁ-କଶ୍ମୀରର ଉଧମପୁରର ପୁଣି ଗୋଟିଏ ବସ୍‌ରେ ରହସ୍ୟଜନକ ବିସ୍ଫୋରଣ ଘଟିଛି। ଆଜି ଅର୍ଥାତ୍ ଗୁରୁବାର ଭୋର ୫.୧୫ରେ ଉଧମପୁର ବସଷ୍ଟାଣ୍ଡର ପାର୍କିଂରେ ରହିଥିବା ଗୋଟିଏ ବସ୍‌ରେ ବଡ଼ଧରଣର ବିସ୍ଫୋରଣ ହୋଇଛି। ବସଟି ନିକଟସ୍ଥ ରାମନଗରରୁ ଉଦୟପୁର ଯାଏ ସେବା ଯୋଗାଇ ଥାଏ। ରାତିରେ କାମ ସରିବା ପରେ ବସକୁ ଷ୍ଟାଣ୍ଡରେ ରଖାଯାଇଥିଲା।

ହେଲେ ଆଜି ସକାଳୁ ହଠାତ୍‌ ଏହା ଭିତରେ ବିସ୍ଫୋରଣ ହୋଇଛି।

ଏହି ଘଟଣାରେ କେହି ମୃତାହତ ହୋଇ ନାହାନ୍ତି। କିନ୍ତୁ ବିସ୍ଫୋରଣ ହୋଇଥିବା ବସ୍‌ଟି ସଂପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି। ସେହିପରି ଆଖପାଖରେ ଥିବା କିଛି ବସ୍‌ର କାଚ ମଧ୍ୟ ବିସ୍ଫୋରଣ ଯୋଗୁ ଭାଙ୍ଗି ଯାଇଛି। ଖବର ପାଇ ପୁଲିସ୍‌ ଓ ସେନା ଘଟଣାସ୍ଥଳରେ ପହଞ୍ଚି ପୂରା ଅଞ୍ଚଳକୁ କର୍ଡନ କରି ଯାଞ୍ଚ ଆରମ୍ଭ କରିଛନ୍ତି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ୮ ଘଣ୍ଟା ମଧ୍ୟରେ ଏହା ଉଧମପୁରରେ ଦ୍ୱିତୀୟ ବିସ୍ଫୋରଣ। ବୁଧବାର ରାତି ପ୍ରାୟ ୧୦.୪୫ରେ ଉଧମପୁର ଡୋମାଲି ଛକ ନିକଟ ପେଟ୍ରୋଲ ପମ୍ପ ନିକଟରେ ଛିଡ଼ା ହୋଇଥିବା ଗୋଟିଏ ବସ୍‌ରେ ରହସ୍ୟଜନକ ବିସ୍ଫୋରଣ ହୋଇଥିଲା। ଏଥିରେ ବସ୍‌ର କଣ୍ଡକ୍ଟର ଓ ତାଙ୍କ ବନ୍ଧୁ ଆହତ ହୋଇଥିଲେ।

ବିସ୍ଫୋରଣ ଶବ୍ଦ ଶୁଣି ପୁଲିସ୍ ଓ ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ପ୍ରଥମେ ଘଟଣାରେ ଆହତ ହୋଇଥିବା ୨ ଜଣଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଏବେ ଉଭୟଙ୍କ ଅବସ୍ଥା ସ୍ଥିର ରହିଥିବା ଜଣାପଡ଼ିଛି।

ପୁଲିସ୍ ଓ ସ୍ଥାନୀୟ ପ୍ରଶାସନ ଉକ୍ତ ବିସ୍ଫୋରଣର କାରଣ ଖୋଜୁଥିବା ବେଳେ ଆଜି ଭୋରରୁ ଆଉ ଗୋଟିଏ ବସରେ ବିସ୍ଫୋରଣ ହେବା ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି। ଘଟଣା ପରେ ପୁଲିସ୍ ଓ ସେନା ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ବିଭିନ୍ନ ସ୍ଥାନରେ ମୁତୟନ ହୋଇଥିବା ସୁରକ୍ଷାକର୍ମୀଙ୍କୁ ଆଲର୍ଟରେ ରହିବାକୁ କୁହାଯାଇଛି।








Edited by k.s thakur...

Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...