ମହାରାଜ ଅଗ୍ରସେନ ଜୟନ୍ତୀ ଉତ୍ସବରେ କୋଶଲ ରାଜ୍ୟ ଦାବୀ...

ମହାରାଜ ଅଗ୍ରସେନ ଜୟନ୍ତୀ ଉତ୍ସବରେ କୋଶଲ ରାଜ୍ୟ ଦାବୀ...

କଣ୍ଟାବାଞ୍ଜି, ୨୬/୦୯ :  ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ରେ ମହାରାଜ ଅଗ୍ରସେନ ଜୟନ୍ତୀ ଉତ୍ସବ ବହୁତ ଯାକ ଯମକ ଓ ହର୍ଷ ଉଲ୍ଲାସ ସହ ପାଳନ କରାଯାଇଛି। ଏହି ଅବସରରେ ସ୍ଥାନୀୟ ଅଗ୍ରୱାଲ ସଭା ପକ୍ଷରୁ ଅନେକ ଆୟୋଜନ କରାଯାଇଥିଲା। 

ସେମଧ୍ୟରୁ ଅନେକ ପ୍ରତିଯୋଗିତା, ମନ ମୁଗ୍ଧ କର ରାଲି, ସହିତ ଅନେକ ନାଚ ନୃତ୍ୟ ର ଆୟୋଜନ କରାଯାଇଥିଲା। ମହାରାଜ ଅଗ୍ରସେନ ଜୟନ୍ତୀ ଉତ୍ସବ କୁ ଧୁମ ଧାମ ରେ ପାଳନ ନିମନ୍ତେ ଗୋଟିଏ ରାଲି ଓ ରେଲି ରେ ଅନେକ ପ୍ରକାରର ବାଦ ନୃତ୍ୟ ଅବା ଝାଙ୍କି ର ଆୟୋଜନ କରାଯାଇଥିଲା।

ସେ ମଧ୍ୟ ରୁ ତାଶା, ଆଦିବାସୀ ନୃତ୍ୟ, ଢୋଲ, ନିଶାନ ସାଙ୍ଗ କୁ ଅନେକ ମନୋହର ଝାଙ୍କି। ସହର ମୁଖ୍ୟ ମାର୍ଗ ଦେଇ ଏହି ରେଲି ନଗର ପରିକ୍ରମା କରିବା ଉପରାନ୍ତେ ସ୍ଥାନୀୟ ଓଁକାର ମଲ ଭବନ ପହଂଚି ଥିଲା। ଏହି ରାଲି ରେ ଲୋକଙ୍କୁ ଶିକ୍ଷା ପ୍ରଦାନ କରିବା ନିମନ୍ତେ ଅନେକ ସଚେତାତ୍ମାକ ଝାଙ୍କି ପ୍ରସ୍ତୁତ କରାଯାଇଥିଲା।

ରେଲି ରେ ପଶ୍ଚିମ ଓଡିଶା କୁ କୋଶଲ ରାଜ୍ୟ ମାନ୍ୟତା ଦାବି କୁ ନେଇ ବ୍ୟାନର, ପୋଷ୍ଟର ଓ ନାରା ବାଜି କରି କୋଶଲ ରାଜ୍ୟ ପାଇଁ ସ୍ୱର ଉତ୍ତୋଳନ କରଯାଇଥିଲା। ଏହା କୁ ନେଇ କୋଶଲ ପ୍ରେମୀ ମାନଙ୍କ ମଧ୍ୟରେ ଅଗ୍ରୱାଲ ସମାଜ କୁ ନେଇ ଅନେକ ସମ୍ମାନ ପ୍ରଗଟ କରାଯାଇଛି। କୋଶଲ ମୁକ୍ତି ମୋର୍ଚା ପକ୍ଷରୁ ଅଗ୍ରୱାଲ ସମାଜ କୁ ମହାରାଜ ଅଗ୍ରସେନ ଜୟନ୍ତୀ ଅବସରରେ ଅନେକ ଶୁଭେଚ୍ଛା ଓ ଶୁଭକାମନା ମଧ୍ୟ ଦିଆ ଯାଇଛି।

ଏହି ଅବସରରେ ଅଗ୍ରୱାଲ ସଭା ସଭାପତି ସୁରେଶ ଆର୍ଯ୍ୟ, ସମ୍ପାଦକ ସଞ୍ଜୟ ଗାନ୍ଧୀ ଓ ସମାଜ ର ଅନ୍ୟ ମାନଙ୍କ ମଧ୍ୟରେ ସନ୍ତୋଷ ଅଗ୍ରୱାଲ, ଆନନ୍ଦ ଅଗ୍ରୱାଲ, ଅନୁପ ଅଗ୍ରୱାଲ, ପଙ୍କଜ ଜୈନ, କୈଳାସ ଅଗ୍ରୱାଲ, ଅରୁଣ ଗର୍ଗ, ଅଶୋକ ଜୈନ, ଆକାଶ ଜୈନ ଓ ଅନ୍ୟାନ୍ୟ ଉପସ୍ଥିତ ଥିଲେ।





Edited by k.s thakur..

Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...