ଦୁର୍ଘଟଣା ପ୍ରବଣ ସ୍ଥାନରେ ପୁଣି ଦୁର୍ଘଟଣା...
ଦୁର୍ଘଟଣା ପ୍ରବଣ ସ୍ଥାନରେ ପୁଣି ଦୁର୍ଘଟଣା...
ଖବରପାଇ ରକ୍ଷକ ବିରଂଚି ନାରାୟଣ ଦାଶ,ପ୍ରେମରାଜ ପାଣିଗ୍ରାହୀ, ରଂଜନ ଆଇଚ ଦୁର୍ଘଟଣା ଘଟିଥିବା ସ୍ଥାନରେ ପହଞ୍ଚି ପ୍ରାଥମିକ ଚିକିତ୍ସା କରିବା ପରେ ଆମ୍ବୁଲାନ୍ସକୁ ଫୋନ କରିଥିଲେ।ଆମ୍ବୁଲାନ୍ସ ଆସିବା ବିଳମ୍ବ ହେବାରୁ ତୁରେକେଲା ଥାନାକୁ ଖବର ଦେବାରୁ ଥାନା ଅଧିକାରୀ ଦୀପକ ଦୁମଦୁମ କିଛି ପୋଲିସକର୍ମୀଙ୍କୁ ଆଣି ଥାନା ଗାଡିରେ ତୁରେକେଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା।ସେଠାରେ ଉପସ୍ଥିତ ଥିବା ଚିକିତ୍ସା ଅଧିକାରୀ ଡାକ୍ତର ସ୍ୱାଗତ ଖମାରୀ, ନର୍ସ ସ୍ମିତାଞ୍ଜଳି ପଣ୍ଡା, ଶାନ୍ତି କୁମରିଆ, ଅଶୋକ ସମରଥ ତୁରନ୍ତ ଚିକିତ୍ସା କରିଥିଲେ।
ପ୍ରକାଶ ଥାଉକି ତୁରେକେଲାରେ କିଛି ଦୁର୍ଘଟଣା ସ୍ଥାନ ଅଛି ଯେପରିକି ତାରିଣୀ ମନ୍ଦିର ଛକ,ଝିକିଢୁଡା ଛକ ଓ ମହାବିଦ୍ୟାଳୟ ପାଖରେ ନିୟମିତ ଦୁର୍ଘଟଣା ଘଟୁଛି।ଏହି ବ୍ଳାକସ୍ପଟ ଅଞ୍ଚଳରେ ସ୍ପିଡବ୍ରେକର ଦେବାସହ ବିଭିନ୍ନ ସତର୍କତାମୂଳକ ବୋର୍ଡ ଦେବାକୁ ଜନ ସାଧାରଣରେ ଦାବି ହୋଇଆସୁଥିଲେ ମଧ୍ୟ ଅଦ୍ୟାବଧି କୌଣସି ପଦକ୍ଷେପ ସରକାରଙ୍କ ତରଫରୁ ନିଆ ଯାଉନଥିବାରୁ ଅସନ୍ତୋଷ ବୃଦ୍ଧି ପାଉଛି।
Edited by k.s thakur...
Comments
Post a Comment