ଗ୍ୟାସ୍ ଲିକ୍ ଘଟଣା ୨୮ କର୍ମଚାରୀ ଗୁରୁତର : ମେଡିକାଲରେ ଚିକିତ୍ସିତ..

ଗ୍ୟାସ୍ ଲିକ୍ ଘଟଣା ୨୮ କର୍ମଚାରୀ ଗୁରୁତର : ମେଡିକାଲରେ ଚିକିତ୍ସିତ..



ବାଲେଶ୍ବର, ୨୯/୦୯ : ବାଲେଶ୍ୱର ଖନ୍ତାପଡ଼ାର ଏକ ପ୍ଲାଣ୍ଟରେ ଆମୋନିଆ ଗ୍ୟାସ୍ ଲିକ ହୋଇଛି୍ । ଗ୍ୟାସ୍ ଲିକ୍ ଯୋଗୁଁ ୨୮ କର୍ମଚାରୀ ଗୁରୁତର ଅସୁସ୍ଥ ହୋଇପଡିଛନ୍ତି । ସେମାନଙ୍କୁ ସଙ୍ଗେ ସଙ୍ଗେ ଖନ୍ତାପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ତେବେ କିଛି ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବାଲେଶ୍ୱର ହସପିଟାଲ ସ୍ଥାନାନ୍ତର କରାଯାଇଛି । ସେଠାରେ ଗୁରୁତରଙ୍କ ଚିକିତ୍ସା ଜାରି ରହିଛି । ଅସୁସ୍ଥଙ୍କ ମଧ୍ୟରେ ଅଧିକାଂଶ ମହିଳା କର୍ମଚାରୀ ଅଛନ୍ତି ।

ସୂଚନା ଅନୁସାରେ, ଗତ ସନ୍ଧ୍ୟା ପ୍ରାୟ ୭ଟା ବେଳେ ଏହି ଘଟଣା ଘଟିଛି । ଖନ୍ତାପଡାର ଏକ ଚିଙ୍ଗୁଡି ପ୍ରୋସେସିଂ ୟୁନିଟ୍ରେ ଆମୋନିଆ ଗ୍ୟାସ୍ ଲିକ୍ ହୋଇଥିଲା । ଏହି ସମୟରେ ସେଠାରେ କାମ କରୁଥିବା କର୍ମଚାରୀ ଗ୍ୟାସ୍ ସଂସ୍ପର୍ଶରେ ଆସି ଅସୁସ୍ଥ ହୋଇପଡିଥିଲେ । ଅସୁସ୍ଥମାନଙ୍କୁ ଡାକ୍ତରଖାନା ନିଆଯିବା ପରେ ଏ ସମ୍ପର୍କରେ ଜଣାପଡ଼ିଥିଲା । ତେବେ ପ୍ଲାଣ୍ଟରୁ କେମିତି ଗ୍ୟାସ୍ ଲିକ୍ ହୋଇଛି ତାହା ଜଣାପଡ଼ିନି । ତେବେ ଏ ଅଘଟଣ ସମ୍ପର୍କରେ ପ୍ଲାଣ୍ଟ କର୍ତ୍ତୃପକ୍ଷ କିମ୍ବା ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

ପୂର୍ବରୁ ୨୦୧୯ ନଭେମ୍ବର ୧୩ରେ ଖନ୍ତାପଡାର ଆଉ ଏକ ଚିଙ୍ଗୁଡି ପ୍ରୋସେସିଂ ପ୍ଲାଣ୍ଟରେ ଆମୋନିଆ ଗ୍ୟାସ୍ ଲିକ୍ ହୋଇଥିଲା । ଏଥିରେ ୯୦ରୁ ଅଧିକ କର୍ମଚାରୀ ଅସୁସ୍ଥ ହୋଇପଡିଥିଲେ ।




Edited by k.s thakur...

Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...