ମେଟ୍ରୋ ଟ୍ରେନ୍‌ କୁ ନେଇ ସାଂସଦ ଙ୍କ ପ୍ରସ୍ତାଵ,ମେଟ୍ରୋ ରେଲ୍‌ ସିଷ୍ଟମ୍‌ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅପରାଜିତାଙ୍କ ଚିଠି..

ମେଟ୍ରୋ ଟ୍ରେନ୍‌ କୁ ନେଇ ସାଂସଦ ଙ୍କ ପ୍ରସ୍ତାଵ,ମେଟ୍ରୋ ରେଲ୍‌ ସିଷ୍ଟମ୍‌ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅପରାଜିତାଙ୍କ ଚିଠି..

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଗଡ଼ିପାରେ ମେଟ୍ରୋ ଟ୍ରେନ୍‌ । ଭୁବନେଶ୍ୱର-କଟକରେ ମେଟ୍ରୋ ରେଲ୍‌ ସିଷ୍ଟମ୍‌ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଟ୍ୱିନ୍‌ ସିଟିରେ ଜନସଂଖ୍ୟା ବଢ଼ୁଥିବାରୁ ମେଟ୍ରୋର ଆବଶ୍ୟକତା ରହିଥିବା ଚିଠିରେ ଦର୍ଶାଇଛନ୍ତି ଅପରାଜିତା । ମେଟ୍ରୋ ରେଲ୍‌ ପଲିସି-୨୦୧୭ ଅନୁସାରେ ଟ୍ୱିନ୍‌ ସିଟିରେ ସୁବିଧାର ଆବଶ୍ୟକତା ରହିଛି ।

ତେଣୁ ରାଜ୍ୟ ସରକାର ଡିପିଆର ପ୍ରସ୍ତୁତ କରି ଏମଓଏଚୟୁଏକୁ ତୁରନ୍ତ ପଠାନ୍ତୁ ବୋଲି ସାଂସଦ କହିଛନ୍ତି । ତାହା ସହ ସାଂସଦ ଅପରାଜିତା ଷଡ଼ଙ୍ଗୀ ଏନେଇ ନିଜେ ଏମଓଏଚୟୁଏକୁ ଚିଠି ଲେଖି ଅନୁରୋଧ କରିଥିବା କହିଛନ୍ତି । ସେ ଆହୁରି କହିଛନ୍ତି କି, ଅନ୍ୟ ରାଜ୍ୟ ଗୁଡ଼ିକରେ ମେଟ୍ରୋ ଟ୍ରେନର ବ୍ୟବସ୍ଥା ହୋଇଛି । ତେଣୁ ଭୁବନେଶ୍ୱରରେ ଏହି ବ୍ୟବସ୍ଥା ହେବାର ଆବାଶ୍ୟକତା ରହିଛି ।





Edited by k.s thakur...

Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...