ଶାରଦୀୟ ନବରାତ୍ର ପୂଜା ତୃତୀୟ ଦିନରେ, ଚନ୍ଦ୍ର ଘଣ୍ଟା ସ୍ୱରୂପ ରେ ଦର୍ଶନ ଦେବେ ମାଁ...
ଶାରଦୀୟ ନବରାତ୍ର ପୂଜା ତୃତୀୟ ଦିନରେ, ଚନ୍ଦ୍ର ଘଣ୍ଟା ସ୍ୱରୂପ ରେ ଦର୍ଶନ ଦେବେ ମାଁ...
କଣ୍ଟାବାଞ୍ଜି, ୨୮/୦୯ : ଆଜି ଶାରଦୀୟ ନବରାତ୍ର ପୂଜା ର ତୃତୀୟ ଦିନ। ଚନ୍ଦ୍ର ଘଣ୍ଟା ସ୍ୱରୂପ ରେ ଭକ୍ତଙ୍କୁ ଦର୍ଶନ ଦେବେ ଜଗଗ ଜନନୀ ମାଁ। କଣ୍ଟାବାଞ୍ଜି ସହରରେ ତିନୋଟି ସ୍ଥାନରେ ମଣ୍ଡପରେ ବିରାଜମାନ କରିଛନ୍ତି ଜଗତ ଜନନୀ ମାଁ।
ସ୍ଥାନୀୟ ସାପ୍ତାହିକ ବଜାର ଉତ୍କଳ ସାର୍ବଜନୀନ ଦୁର୍ଗା ପୂଜା କମିଟି ପକ୍ଷରୁ ମଧ୍ୟ ମାଁ ଙ୍କ ପୂଜାର୍ଚ୍ଚନା କରଯାଉଛି। ଆଝି କୁ ପ୍ରାୟ ୫୪ ବର୍ଷ ରୁ ଏଠି ସବୁ ବର୍ଷ ମାଁ ଙ୍କ ପୂଜା ପାଠ କରଯାଉଛି। ସୂଚନା ଅନୁସାରେ ୧୯୬୯ ମସିହାରୁ ସ୍ଥାନୀୟ ସାପ୍ତାହିକ ବଜ଼ାର ରେ ମାଁ ଙ୍କ ପୂଜାର୍ଚ୍ଚନା ଆରମ୍ଭ କରାଯାଇଥିଲା। ଆରମ୍ଭ ସମୟରେ ୩ ଦିନ ଧରି ପୂଜା କରାଯାଉଥିଲା। ୫୦ ବର୍ଷ ପୂର୍ତ୍ତି ପରେ ଆଝି କୁ ପ୍ରାୟ ୫ ବର୍ଷ ରୁ ୯ ଦିନ ଧରି ମାଁ ଙ୍କ ପୂଜାର୍ଚ୍ଚନା କରାଯାଉଛି।
ମଧ୍ୟାହ୍ନ ସମୟରେ ଭକ୍ତଙ୍କ ପାଇଁ ମାଁ ଙ୍କ ଅନ୍ନ ପ୍ରସାଦ ର ବ୍ୟବସ୍ଥା ମଧ୍ୟ କରାଯାଇଛି। ସବୁ ଦିନ ସହ ସହ ସଂଖ୍ୟା ରେ ଏଠି ଭକ୍ତଙ୍କ ଗହଳି ଲାଗି ରହି ଥାଏ। ଆଝି ନବରାତ୍ର ର ତୃତୀୟ ଦିନ। ଭକ୍ତଙ୍କୁ ଚନ୍ଦ୍ର ଘଣ୍ଟା ରୂପ ରେ ଦର୍ଶନ ଦେବେ ଜଗତ ଜନନୀ ମାଁ।
ସାପ୍ତାହିକ ବଜାର ଉତ୍କଳ ସାର୍ବଜନୀନ ଦୁର୍ଗା ପୂଜା କମିଟି ସଭାପତି ରସିଆ ନନ୍ଦ ରାୟ, ଉପସଭାପତି ଚିନ୍ମୟ କୁମାର ଯୋଶୀ, ସମ୍ପାଦକ ପ୍ରଦୀପ କୁମାର ବାଗ,କୋଷାଧ୍ୟକ୍ଷ ଶଙ୍କର ପୁଟେଲ, କର୍ତ୍ତା ଡମ୍ବରୁ ଧର ବେହେରା ଓ ତାଙ୍କ ସହ ଧର୍ମିଣୀ, ମୁଖ୍ୟ ପୂଜକ ଗୋପୀନାଥ ପଣ୍ଡା(ରେଢ଼ାଖୋଲ), ସହାୟକ ତ୍ରିବିକ୍ରମ ପଣ୍ଡା, ଶ୍ରୀଜୟ ପଣ୍ଡା, ସଞ୍ଜୟ ପଣ୍ଡା,ବଳରାମ ଠାକୁର ଅଛନ୍ତି।
ସେହି ସ୍ଥାନରେ ସଦସ୍ୟ ରମେଶ ବାରିକ, ଶେଷ ପୁଟେଲ,ପ୍ରେମ ବାଗ,ଅଶୋକ ଦାଶ,ଗଣେଶ ଷଡଙ୍ଗୀ, ତୁଳରାମ ବେହେରା,ମଦନମୋହନ ବେହେରା, କେଶରୀ ସେଠ, ଘନଶ୍ୟାମ ଗହୀର,ବାବୁଲାଲ କୁମ୍ଭାର ପ୍ରମୁଖ ଯୋଗ ଦେଇଛନ୍ତି ।
Edited by k.s thakur...
Comments
Post a Comment