Odisha /ତୁରେକେଲା : PMGSY ମେଣ୍ଟେନେନ୍ସ କାମ ରେ ଅନିୟମିତତା, ୯ କିମି କାମ ନ ହୋଇ ପଇସା ହଡ଼ପ...
PMGSY ମେଣ୍ଟେନେନ୍ସ କାମ ରେ ଅନିୟମିତତା, ୯ କିମି କାମ ନ ହୋଇ ପଇସା ହଡ଼ପ...
ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ରେ PMGSY କାମ ରେ ଅନିୟମିତତା। ସୂଚନା ଅନୁସାରେ PMGSY ମେଣ୍ଟେନେନ୍ସ କାମ ବାବଦ କୁ ୮ କୋଟି ରୁ ଉର୍ଦ୍ଧ୍ବ ଟଙ୍କା ର ଟେଣ୍ଡର ହୋଇଥିଲା। ୮ କୋଟି ରୁ ଉର୍ଦ୍ଧ୍ବ ଟେଣ୍ଡର ରେ ୮୧ କିମି ର PMGSYରୋଡ଼ ମେଣ୍ଟେନେନ୍ସ
କରିବା ଥିଲା। କିନ୍ତୁ ଟେଣ୍ଡର ଅନୁଯାଇ କାମ ନ ହୋଇ ପ୍ରାୟ ୮କିମି ୯୭୫ ମିଟର ରାସ୍ତା ମରାମତି କାମ କରାଯାଇ ନାହିଁ।
ସୂଚନା ଅନୁସାରେ ପିଡବ୍ଲୁଡ଼ି ରୋଡ ରୁ କୁସପାଳୀ,ପିଡବ୍ଲୁଡ଼ି ରୋଡ ରୁ ନାନ୍ଦୁଲ , ଘୁନେସ ରୁ ବଡ଼ବାଙ୍କୀ, ପୁଣି ବଡ଼ବାଙ୍କୀ ରୁ ଘୁନେସ, ଆର୍ଡି ରୋଡ ଠୁ ମାଲପା ମୁଣ୍ଡା ସହିତ ୨୫ ଗୋଟି PMGSYରୋଡ଼ ମେଣ୍ଟେନେନ୍ସ କାମ ରେ ଅନିୟମିତତା ହୋଇଛି। ନାଁ ଅଛି ସୂଚନା ଫଳକ, ନାଁ ଅଛି କିମି ଦର୍ଶଉ ଥିବା ସ୍ଥମ୍ବ। କିନ୍ତୁ କାମ ସମ୍ପୂର୍ଣ୍ଣ ହୋଇ ଠିକାଦାର ଙ୍କୁ ସମ୍ପୂର୍ଣ୍ଣ ବିଲ ମଧ୍ୟ ପଇଠ ହୋଇଥିବା ସୁଚନା ରୁ ପ୍ରକାଶ।
ରାସ୍ତା ଲମ୍ବ ରେ କମ, ଚଉଡା ରେ କାମ, ମୋଟା ରେ କମ। ସବୁ ହିସାବ କିତାବ ରେ ଫେଲ ମାରିଛି ସମ୍ପୂର୍ଣ୍ଣ କାମ ? ହେଲେ ଏହି ବାବଦ କୁ ନେଇ ଜେଇ ପ୍ରଦୀପ ଦାଶ କୁଂ ପଚାରିବା ରୁ ସେ ଉଚ୍ଚ ଅଧିକାରୀ ସହ କଥା ହେବା କୁ କହିଥିଲେ। ଉଚ୍ଚ ଅଧିକାରୀ ଙ୍କୁ ଫୋନ ମଧ୍ୟରେ ଯୋଗା ଯୋଗ କରିବାରୁ ସେ ଫୋନ ରିସିବ କରି ନ ଥିଲେ। ହେଲେ ସୂଚନା ଅନୁଯାୟୀ ଏତେ ବଡ ଘଟାଲା କୁ ପ୍ରଶ୍ରୟ ଦେଉଛି କିଏ ?
Edited by k.s thakur...
Comments
Post a Comment