୬୦ଟି ବିମାନ ବନ୍ଦରରେ ସିଆଇଏସଏଫଙ୍କ ସ୍ଥାନରେ ମୁତୟନ ହେବେ ପିଏସଏ ସୁରକ୍ଷା କର୍ମୀ...
୬୦ଟି ବିମାନ ବନ୍ଦରରେ ସିଆଇଏସଏଫଙ୍କ ସ୍ଥାନରେ ମୁତୟନ ହେବେ ପିଏସଏ ସୁରକ୍ଷା କର୍ମୀ...
ଚେନ୍ନାଇ: ଭାରତ ସରକାରଙ୍କ ନିଷ୍ପତ୍ତିକ୍ରମେ, ଦେଶର ୬୦ଟି ବିମାନ ବନ୍ଦରରେ ଅଣ-ମୁଖ୍ୟ କାର୍ଯ୍ୟ ସମ୍ପାଦନ ଲାଗି କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବାହିନୀ (ସିଆଇଏସଏଫ) ସ୍ଥାନରେ ମୋଟ୍ ୧୯୨୪ ଜଣ ଘରୋଇ ସୁରକ୍ଷା ଏଜେନ୍ସି (ପିଏସଏ) ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯିବ ।
ଏହି ନିଷ୍ପତ୍ତି ଦ୍ବାରା ସୁରକ୍ଷା ବାବଦ ଖର୍ଚ୍ଚ ହ୍ରାସ ପାଇବ ଏବଂ ଏସବୁ ସ୍ଥାନରେ ନିୟୋଜିତ ସିଆଇଏସଏଫ କର୍ମୀମାନଙ୍କୁ ଅନ୍ୟ ବିମାନ ବନ୍ଦରରେ ମୁତୟନ କରାଯାଇପାରିବ ଯାହାକି ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବ।
୪୫ଟି ବିମାନ ବନ୍ଦରରେ ଅଣ-ମୁଖ୍ୟ ପଦବୀରେ କାର୍ଯ୍ୟ କରିବା ଲାଗି ପୁନର୍ବାସ ମହାନିର୍ଦ୍ଦେଶାଳୟ (ଡିଜିଆର) ପ୍ରାୟୋଜିତ ସୁରକ୍ଷା ଏଜେନ୍ସିରୁ ୫୮୧ ଜଣ ସୁରକ୍ଷା କର୍ମୀମାନଙ୍କୁ ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ (ଏଏଆଇ) ନିଯୁକ୍ତି ଦେଇସାରିଛନ୍ତି । ବିମାନ ଚଳାଚଳ ସୁରକ୍ଷା (ଏଭିଏସଇସି) ପ୍ରଶିକ୍ଷଣ ସମ୍ପୂର୍ଣ୍ଣ ହେବା ପରେ ଏସବୁ ସୁରକ୍ଷା କର୍ମୀମାନଙ୍କୁ ଚୟନିତ ବିମାନ ବନ୍ଦରରେ ମୁତୟନ କରାଯିବ । ଏବେ ସୁଦ୍ଧା ୧୬ଟି ବିମାନ ବନ୍ଦର ପାଇଁ ୧୬୧ ଜଣ ଡିଜିଆର ସୁରକ୍ଷା କର୍ମୀ ଏଭିଏସଇସି ପ୍ରଶିକ୍ଷଣ ନେଉଛନ୍ତି ଏବଂ ପ୍ରଶିକ୍ଷଣ ଶେଷ ହେବା ପରେ ୨୪ ସେପ୍ଟେମ୍ବର ୨୦୨୨ ଠାରୁ ସେମାନଙ୍କୁ ନିୟୋଜିତ କରାଯିବ ।
କୋଲକାତା ବିମାନବନ୍ଦର ଠାରେ, ଏଭିଏସଇସି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଶେଷ କରିସାରିଥିବା ୭୪ ଜଣ ଡିଜିଆର ସୁରକ୍ଷା କର୍ମୀଙ୍କୁ ୯ ସେପ୍ଟେମ୍ବର ୨୦୨୨ ଠାରୁ ମୁତୟନ କରାଯାଇ ସାରିଛି । ଅବଶିଷ୍ଟ ସୁରକ୍ଷା କର୍ମୀମାନଙ୍କର ମୁତୟନ ଲାଗି ବର୍ତ୍ତମାନ ପ୍ରକ୍ରିୟା ଜାରି ରହିଛି ।
(Courtesy : odisha sambad)
Edited by k.s thakur..
Comments
Post a Comment