ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ନଡ୍ଡା, କହିଲେ ଓଡ଼ିଶାରେ ରକ୍ଷକ ସାଜିଛି ଭକ୍ଷକ...

ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ନଡ୍ଡା, କହିଲେ ଓଡ଼ିଶାରେ ରକ୍ଷକ ସାଜିଛି ଭକ୍ଷକ...

ଭୁବନେଶ୍ୱର,୨୯/୦୯ : ଶକ୍ତିକେନ୍ଦ୍ର ସମ୍ମିଳନୀରେ ନବୀନ ସରକାରଙ୍କ ଉପରେ ବର୍ଷିଲେ ନଡ୍ଡା । ଏ ସରକାର ଆକଣ୍ଠ ଭ୍ରଷ୍ଟାଚାରରେ ବୁଡି ରହିଥିବା ସେ କହିଛନ୍ତି । ନବୀନ ସରକାରକୁ ଓପାଡ଼ି ଫିଙ୍ଗିଦେବାର ସମୟ ଆସିଛି । ଏ ସରକାର ଖାଲି ଠପା ମାରିବା ଜାଣିଛି । ପ୍ରଧାନମନ୍ତ୍ରୀ ଆବାସ ଘର ଦେବେ ମୋଦି, ହେଲେ ନାଁ ବିଜେଡି ସରକାରର ହେବ । PMAY ଘରକୁ ବିଜୁ ପକ୍କା ଘର ନାଁରେ ଠପ୍ପା ମାରି ଲୋକଙ୍କୁ ଭୁତେଇବାରେ ବ୍ୟସ୍ତ । ଆୟୁଷ୍ମାନ ଭାରତ ଯୋଜନାରୁ ୫୦ ଲକ୍ଷ ଓଡ଼ିଆ ବଞ୍ଚିତ ହୋଇଛନ୍ତି । ରାଜ୍ୟରେ ମନରେଗାରେ ଜାଲ୍ ବିଲ୍ ଚାଲିଛି, କି ଶାସନ ଚାଲିଛି ଏଠି । ଓଡ଼ିଶାରେ ବି ଡବଲ ଇଂଜିନ ସରକାର ଚାଲିବା ଦରକାର ବୋଲି ସେ କହିଛନ୍ତି ।

ସେପଟେ ରତ୍ନଭଣ୍ଡାର ପ୍ରସଙ୍ଗ ନେଇ ରାଜ୍ୟ ସରକାରଙ୍କୁ ନଡ୍ଡା କଟାକ୍ଷ କରିଛନ୍ତି । ରାଜ୍ୟରେ ମହାପ୍ରଭୁ ଜଗନ୍ନାଥଙ୍କ ରତ୍ନଭଣ୍ଡାର ବି ସୁରକ୍ଷିତ ନାହିଁ ବୋଲି ସେ କହିଛନ୍ତି । ରତ୍ନଭଣ୍ଡାର ଚାବି ମିଳିଲାନି କିନ୍ତୁ ପରେ ଡୁପ୍ଲିକେଟ ଚାବି ମିଳିଗଲା । ସରକାର ଡୁପ୍ଲିକେଟ, ତେଣୁ ଚାବି ଡୁପ୍ଲିକେଟ ହେବ ହିଁ ହେବ । ଏଭଳି ସରକାରକୁ ଓପାଡ଼ି ଫିଙ୍ଗି ବିଜେପିକୁ ଶାସନ ଆଣିବାକୁ କହିଛନ୍ତି ନଡ୍ଡା ।

ଅନ୍ୟପଟେ ଓଡ଼ିଶାରେ ରକ୍ଷକ ଭକ୍ଷକ ସାଜିଛି ବୋଲି ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଜେପି ନଡ୍ଡା କହିଛନ୍ତି । ଏଠିକାର ୩ ଜଣ ମନ୍ତ୍ରୀଙ୍କ ନାଁରେ ହତ୍ୟା ଅଭିଯୋଗ ରହିଛି । ଯେଉଁ ରାଜ୍ୟରେ ମନ୍ତ୍ରୀ ହତ୍ୟାରେ ସାମିଲ ଅଛନ୍ତି, ସେଠାରେ କିପରି ଶାସନ ଚାଲିବ ତାହା ସ୍ପଷ୍ଟ ଜଣାପଡ଼ୁଛି ।




Edited by k.s thakur..

Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...