ଡିଜିପିଙ୍କ ପରାମର୍ଶ- ଶିଶୁ ଏବଂ ପୀଡ଼ିତାଙ୍କୁ ଭଲ ବ୍ୟବହାର କରିବା ସହ ଅଭିଯୋଗକୁ ଭଲରେ ଶୁଣନ୍ତୁ..

ଡିଜିପିଙ୍କ ପରାମର୍ଶ- ଶିଶୁ ଏବଂ ପୀଡ଼ିତାଙ୍କୁ ଭଲ ବ୍ୟବହାର କରିବା ସହ ଅଭିଯୋଗକୁ ଭଲରେ ଶୁଣନ୍ତୁ..

ଭୁବନେଶ୍ୱର , ୧୭/୯ :   ଶିଶୁ ଏବଂ ପୀଡ଼ିତାଙ୍କୁ ଭଲ ବ୍ୟବହାର କରିବା ସହ ଅଭିଯୋଗକୁ ଭଲରେ ଶୁଣି ପଦକ୍ଷେପ ନେବାକୁ ଡିଜିପି ପରାମର୍ଶ ଦେଇଛନ୍ତି। ମହିଳା ଓ ଶିଶୁ ଡେସ୍କକୁ ସୁଦୃଢ କରିବାକୁ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଛି। 

ରାଜ୍ୟ ରେ ମହିଳା ଓ ଶିଶୁ ଡେସ୍କ ଠିକ୍ ରୂପେ କାମ କରୁଛି ତ ? ପୀଡିତାଙ୍କୁ ଅଯଥା ହଇରାଣ କରାଯାଉନାହିଁ ତ ? ଅନୋଚିତ ବ୍ୟବହାର ଏବଂ ତଦନ୍ତ ନାଁରେ ବିଳମ୍ବ କରାଯାଉନାହିଁ ତ ? ନ୍ୟାୟ ଦେବା ବଦଳରେ ଅଯଥା ପ୍ରଶ୍ନ କରି ହଇରାଣ କରାଯାଉନାହିଁ ତ ? ଭୁବନେଶ୍ୱର କମିଶନରେଟ କାର୍ଯ୍ୟାଳୟରେ ଅନୁଷ୍ଠିତ ପ୍ରଶିକ୍ଷଣ ଶିବିରରେ ଏସବୁ ଉପରେ ଡିଜିପି ସୁନୀଲ ବଂଶଲ ଫୋକସ କରିଛନ୍ତି।

ଶିଶୁ ଏବଂ ପୀଡ଼ିତାଙ୍କୁ ଭଲ ବ୍ୟବହାର କରିବା ସହ ଅଭିଯୋଗକୁ ଭଲରେ ଶୁଣି ପଦକ୍ଷେପ ନେବାକୁ ଡିଜିପି ପରାମର୍ଶ ଦେଇଛନ୍ତି। ମହିଳା ଓ ଶିଶୁ ଡେସ୍କକୁ ସୁଦୃଢ କରିବାକୁ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଛି। ଆଗକୁ ଆଉ ୮ଟି ବ୍ୟାଚ୍‌ରେ ମହିଳା ଓ ଶିଶୁ ଡେସ୍କରେ କାର୍ଯ୍ୟ କରୁଥିବା ଅଧିକାରୀଙ୍କୁ ପ୍ରଶିକ୍ଷଣ ଦିଆଯିବ। 

ବାଲେଶ୍ୱର, ରାଉରକେଲା ଓ ସମ୍ବଲପୁର ଜିଲ୍ଲାରେ ଏଭଳି ଟ୍ରେନିଂ ଦେବାକୁ ପୋଲିସର ଯୋଜନା ରହିଛି।  ପ୍ରଶିକ୍ଷଣ ଶିବିରରେ ଡିଜିପି ସୁନୀଲ ବଂଶଲ, ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ, କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ପ୍ରମୁଖ ଯୋଗ ଦେଇଥିଲେ। 








(Courtesy : otv)
Edited by k.s thakur..

Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...