ଶିକ୍ଷକଙ୍କ କଲ୍ୟାଣ ପାଇଁ 'ବଜ୍ର'...

ଶିକ୍ଷକଙ୍କ କଲ୍ୟାଣ ପାଇଁ 'ବଜ୍ର'...

ଭୁବନେଶ୍ୱର : ଓଡ଼ିଶା ଆଦର୍ଶ ବିଦ୍ୟାଳୟ(ଓଏଭି) ସଙ୍ଗଠନର ପ୍ରତିଷ୍ଠା ଦିବସ ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଭୁବନେଶ୍ବର ସାମନ୍ତ ବିହାରଠାରେ ପ୍ରତିଷ୍ଠା ହେବାକୁ ଥିବା ଏହି ପ୍ରଶିକ୍ଷଣ କେନ୍ଦ୍ର ପାଇଁ ୨୫ କୋଟି ଟଙ୍କା ବିନିଯୋଗ ହେବ।

ଯେଉଁଥିରେ ୩୦୦ ଶିକ୍ଷକଙ୍କ ଟ୍ରେନିଂ ପାଇଁ ପ୍ରେକ୍ଷାଳୟ, ୧୦୦ ଜଣ ଶିକ୍ଷକଙ୍କ ରହିବା ପାଇଁ ବ୍ୟବସ୍ଥା ସହ ୧୦ଟି କର୍ମଶାଳା କେନ୍ଦ୍ର ନିର୍ମାଣ କରାଯିବ। ଏହି ଅବସରରେ ଶିକ୍ଷକମାନଙ୍କ କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀ 'ବଜ୍ର' ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନା ମାଧ୍ୟମରେ ଶିକ୍ଷକମାନେ ସେମାନଙ୍କ ଦିନକର ଦରମା ଏହି କଲ୍ୟାଣ ପାଣ୍ଠିକୁ ଦାନ କରିବେ। ସେମାନଙ୍କ ବିଭିନ୍ନ ଆର୍ଥିକ ସମସ୍ୟା ସମୟରେ ଏହି ପାଣ୍ଠିରୁ ସହାୟତା ଯୋଗାଇ ଦିଆଯିବ।

ଓଏଭି ପ୍ରତିଷ୍ଠା ଦିବସରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ପ୍ରତିଷ୍ଠା ହେବ ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନ
ଖର୍ଚ୍ଚ ହେବ ୨୫ କୋଟି, ୩୦୦ ସିଟ୍‌ର ପ୍ରେକ୍ଷାଳୟ

କାର୍ଯ୍ୟକ୍ରମରେ ଅବସରରେ ୫ଟି ଶ୍ରେଷ୍ଠ ଆଦର୍ଶ ବିଦ୍ୟାଳୟ ଓ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ୫ଜଣ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି। ଶ୍ରେଷ୍ଠ ବିବେଚିତ ଆଦର୍ଶ ବିଦ୍ୟାଳୟଗୁଡ଼ିକ ହେଲା ଦ୍ବାଦଶ ଶ୍ରେଣୀ ପାଇଁ ବଲାଙ୍ଗୀର ଜିଲ୍ଲାର ଓଏଭି ପଥରଚେପା ଓ କେନ୍ଦୁଝର ଜିଲ୍ଲା ଆନନ୍ଦପୁରର ଓଏଭି ଶାଳପଡ଼ା। ସେହିପରି ଦଶମ ଶ୍ରେଣୀ ଲାଗି ନୟାଗଡ଼ର ଓଏଭି ନୋଟାର, କେନ୍ଦୁଝରର ଓଏଭି ଶାଳପଡ଼ା‌ ଓ ଅନୁଗୁଳ ଜିଲ୍ଲା କିଶୋରନଗରସ୍ଥିତ ଓଏଭି ରାଣିଆକତା। ସମ୍ମାନିତ ହୋଇଥିବା ୫ଜଣ ଛାତ୍ରଛାତ୍ରୀ ହେଉଛନ୍ତି ଖୋର୍ଧା ଜିଲ୍ଲା ଓଏଭି ଷଣ୍ଢପୁରର ପ୍ରଜକ୍ତା ପ୍ରିୟଦର୍ଶିନୀ ମହାପାତ୍ର, ଓଏଭି ଶିଆଳିଆର ପାରମିତା ମାଝି, ଗଞ୍ଜାମ ଜିଲ୍ଲାର ଓଏଭି ନିମିନାର ବିନାୟକ ପାତ୍ର, ନୟାଗଡ଼ ଜିଲ୍ଲା ଓଏଭି ଦଶପଲ୍ଲାର ସ୍ମୃତି ସୁଲଗ୍ନା‌ ଓ ପୁରୀ ଜିଲ୍ଲା ଓଏଭି ସତ୍ୟବାଦୀର ସାଇ ସମର୍ପିତା ପ୍ରଧାନ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟା(ଶିକ୍ଷା) ଉପେନ୍ଦ୍ର ତ୍ରିପାଠୀ, ମୁଖ୍ୟମନ୍ତ୍ରୀଙ୍କ ସଚିବ(୫ଟି) ଭି କେ ପାଣ୍ଡିଆନ, ବିଭାଗୀୟ ସଚିବ ଅଶ୍ଵଥୀ ଏସ., ଓଏଭି ପ୍ରକଳ୍ପ ନିର୍ଦ୍ଦେଶକ ସଂଗ୍ରାମ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ।







Courtesy : sambad ...

Edited by k.s thakur...

Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...