ତୁରେକେଲାରେ ବ୍ଳକ ସ୍ତରୀୟ ଫୁଟବଲ ଖେଳାଳି ଚୟନ...
ତୁରେକେଲାରେ ବ୍ଳକ ସ୍ତରୀୟ ଫୁଟବଲ ଖେଳାଳି ଚୟନ...
କଣ୍ଟାବାଞ୍ଜି:ତା.୨୮/୦୯ତୁରେକେଲା ବ୍ଳକସ୍ଥିତ ଉଚ୍ଚ ବିଦ୍ୟାଳୟର ଖେଳପଡିଆ ଠାରେ ଶ୍ରୀ ଧ୍ରୁବଚରଣ ବେହେରା, ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ତତ୍ତ୍ୱାବଧାନରେ ବ୍ଳକ ଅନ୍ତର୍ଗତ ସମସ୍ତ ଉଚ୍ଚ ବିଦ୍ୟାଳୟର ଛାତ୍ର ମାନଙ୍କୁ ନେଇ ଫୁଟବଲ ଖେଳାଳି ଚୟନ କରାଯାଇଥିଲା।
ଏହି ଚୟନ ପ୍ରକ୍ରିଆରେ ଅତିଥି ଭାବରେ ତୁରେକେଲା ପଞ୍ଚାୟତର ସରପଞ୍ଚ ଶ୍ରୀ ଜଳନ୍ଧର ମହାକୁଡ,ସମିତିସଭ୍ୟ ଶ୍ରୀ ପ୍ରମୋଦ ମହାପାତ୍ର,ଅତିରିକ୍ତ ବ୍ଳକ ଶିକ୍ଷା ଅଧିକାରୀ ଶ୍ରୀ ଫକୀର ଚରଣ ବିଶି, ରକ୍ଷକ ତଥା ଜୁନିୟର ରେଡକ୍ରସ ପରାମର୍ଶ ଦାତା ଶ୍ରୀ ବିରଞ୍ଚି ନାରାୟଣ ଦାଶ ଯୋଗ ଦେଇଥିଲେ।
ଅତିଥି ମାନଙ୍କ ଦ୍ବାରା ଉଦଘାଟନୀ ହେବା ପରେ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ୯୦ଜଣ ଛାତ୍ର ମାନଙ୍କ ମଧ୍ୟରେ ଫୁଟବଲ ଖେଳ ହୋଇଥିଲା।ଖେଳ ଶିକ୍ଷକ ରାଜେନ୍ଦ୍ର ସେଠ , କିଶୋର ଧରୁଆ,ଉପେନ୍ଦ୍ର ଚନ୍ଦନ, ଉମାଶଙ୍କର ଖମାରୀ ଖେଳ ଖେଳେଇ ଥିବା ବେଳେ ଚୟନ କମିଟି ପନ୍ଦର ଜଣ ଖେଳାଳିଙ୍କୁ ଜିଲ୍ଲା ସ୍ତରକୁ ଚୟନ କରିଥିଲେ।ଏହି ଚୟନ ପ୍ରକ୍ରିୟାରେ ସମ୍ପାଦକ ଶ୍ରୀ ଦିଲ୍ଲୀପ ଧରୁଆ, କୃଷ୍ଣଚନ୍ଦ୍ର ବାରିକ,ଅମିତ ପାଣିଗ୍ରାହୀ, ମନୋଜ ମହାପାତ୍ର,ଶଙ୍କର ନାଗ,ରାଜେଶ କୁମାର ସିଂଦେଓ,ମନୋଜ ବଗର୍ତ୍ତୀ ଆଦି ସହଯୋଗ କରିଥିଲେ।
Edited by k.s thakur...
Comments
Post a Comment