Posts

Showing posts from July, 2023

ରାଣୀପୁର ଝରିଆଲ ଚଉଷଠି ଯୋଗିନୀ ପୀଠର ବିକାଶ ପାଇଁ ୧୦୦ କୋଟି ଦାବୀ କଲେ ବିଧାୟକ ସନ୍ତୋଷ ସିଂ ସାଲୁଜା...

Image
ରାଣୀପୁର ଝରିଆଲ  ଚଉଷଠି ଯୋଗିନୀ ପୀଠର  ବିକାଶ ପାଇଁ ୧୦୦ କୋଟି ଦାବୀ କଲେ ବିଧାୟକ ସନ୍ତୋଷ ସିଂ ସାଲୁଜା... କଣ୍ଟାବାଞ୍ଜି,୩୦/୦୭ : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଳକ ଅନ୍ତର୍ଗତ ରାଣୀପୁର ଝରିଆଲ ଠାରେ ସ୍ଥିତ ଐତିହ୍ୟ  ପ୍ରସିଦ୍ଧି ଲାଭ କରିଥିବା ଚଉଷଠି ଯୋଗିନୀ ପୀଠର ଅବହେଳିତ ଅପୁରଣୀୟ ସାମଗ୍ରିକ ବିକାଶ ପାଇଁ ୧୦୦ କୋଟି ଟଙ୍କା ଦାବୀ କଲେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ।                Ad.. ସୋମେଶ୍ୱ ମନ୍ଦିର ପ୍ରାଙ୍ଗଣରେଭକ୍ତ ମଣ୍ଡପ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇ ବିକାଶ ଦାବି ଉପରେ ସୂଚନା ଦେଇ କହିଥିଲେ। ତେବେ ବହୁ ମୂଖୀ ସମସ୍ୟାର ସାମଗ୍ରିକ ବିକାଶ ପାଇଁ ୧୦୦ କୋଟି ଅର୍ଥ ପାଣ୍ଠି ଦାବୀ କରିଛନ୍ତି ।  କେନ୍ଦ୍ର ଓ ରାଜ୍ୟ ସରକାର ଉଭୟ ସରକାର ଧାର୍ମିକ ତୀର୍ଥ କ୍ଷେତ୍ରର ବିଭିନ୍ନ ସାମଗ୍ରିକ ବିକାଶ ସମସ୍ୟା ରହିଥିବା ବେଳେ ଜନ ସାଧାରଣଙ୍କୁ ଭୁଆଁ ବୁଲାଉଛନ୍ତି ଉଭୟ ସରକାର ବୋଲି କହିଛନ୍ତି ବିଧାୟକ ଶ୍ରୀ ସାଲୁଜା । କେନ୍ଦ୍ର ସରକାର ଉକ୍ତ କ୍ଷେତ୍ର କାର୍ଯ୍ୟ ଉନ୍ନତି କରଣ ହାତକୁ ନେବା ପାଇଁ  ଘୋଷଣା କରିଥିଲେ ସୁଦ୍ଧା ଆଜି ଯାଏ ଘୋଷଣା କେବଳ ପ୍ରହସନ ରେ ରହିଯାଇଛି । ସେହି ଭଳି ରାଜ୍ୟ ସରକାର ମଧ୍ୟ ଅର୍ଥ ପାଣ୍ଠି ଦେବାରେ କୁଣ୍ଠା ବୋଧ କରିଛନ୍ତି ।ଚଳିତ ବଜେଟରେ ରାଜ୍ୟ ସରକାରଙ୍କୁ ରାଣିପୁର ଝ...

ଜିଲ୍ଲାପାଳ ଶ୍ରୀମତୀ ମୋନିଷା ବାନାର୍ଜୀ ଙ୍କ ଅଧକ୍ଷତା ରେ ଜିଲ୍ଲାସ୍ତରୀୟ ସର୍ବଦଳୀୟ ବୈଠକ ଅନୁଷ୍ଠିତ...

Image
ଜିଲ୍ଲାପାଳ ଶ୍ରୀମତୀ ମୋନିଷା ବାନାର୍ଜୀ ଙ୍କ ଅଧକ୍ଷତା ରେ ଜିଲ୍ଲାସ୍ତରୀୟ  ସର୍ବଦଳୀୟ  ବୈଠକ ଅନୁଷ୍ଠିତ... ବରଗଡ଼,୩୦/୦୭ : ଆଗାମୀ ସାଧାରଣ ନିର୍ବାଚନ 2024 ପରିପ୍ରେକ୍ଷୀରେ ଆଜି ଜିଲ୍ଲାପାଳ ଶ୍ରୀମତୀ ମୋନିଷା ବାନାର୍ଜୀ ଙ୍କ ଅଧକ୍ଷତା ରେ ଜିଲ୍ଲାସ୍ତରୀୟ  ସର୍ବଦଳୀୟ  ବୈଠକ ଅନୁଷ୍ଠିତ ହୋଇଯାଇଛି ।  Ad.. ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ  ରେ ଅନୁଷ୍ଠିତ ଏହି ବୈଠକ ରେ ବିଭିନ୍ନ ରାଜନୈତିକ ଦଳ ର ପ୍ରତିନିଧି, ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପୋ, ଉପଜିଲ୍ଲାପାଳ ବରଗଡ ଲଲାଟ  ଲୁହା, ପଦ୍ମପୁର ସଦାକର  କୁମ୍ଭାର  ଯୋଗଦେଇ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ । ଜୁଲାଇ 21 ତାରିଖ ଠାରୁ ଭୋଟର ତାଲିକା ସଂଶୋଧନ ନିମିତ୍ତ  ଘରକୁ  ଘର ସର୍ଭେ ଚାଲିଛି । ଏହା ଅଗଷ୍ଟ  21 ତାରିଖ ପର୍ଯ୍ୟନ୍ତ ଚାଲିବ। ଗତ  ସାଧାରଣ ନିର୍ବାଚନ ସମୟରେ  2011 ମସିହା ର ଜନଗଣନା  ଅନୁଯାୟୀ ଭୋଟର ତାଲିକା ପ୍ରସ୍ତୁତ ହୋଇଥିଲା। ଏହା ଭିତରେ 10 ବର୍ଷ ରୁ ଅଧିକ ସମୟ  ଅତିବାହିତ ହୋଇଛି , ଲୋକସଂଖ୍ୟା  ବଢିଛି ।  ସ୍ଥାନ ପରିବର୍ତ୍ତନ ଓ ମୃତ୍ୟୁ ଆଦି ଘଟଣା ମଧ୍ୟ ଘଟିଛି ।  ଏ ସବୁକୁ  ଦୃଷ୍ଟି ରେ ରଖି  ସରକାର  ଏକ ନିର୍ଭୁଲ ଭୋଟର  ତାଲିକା ପ୍ରସ୍ତୁତି ନିମନ୍ତେ ବିଭିନ୍ନ ପଦକ୍ଷେପ ନେଇଛନ୍ତି । ସମସ୍ତ ଜନସାଧାରଣଙ...

ଶିମିଳିପାଳରୁ ପୁଣି ୯ ବନ୍ଧୁକ ଜବତ...

Image
ଶିମିଳିପାଳରୁ ପୁଣି ୯ ବନ୍ଧୁକ ଜବତ... ବାରିପଦା,୩୦/୦୭ : ପୁଲିସର ସର୍ଚ୍ଚ ଅପରେସନ୍‌ ଓ ଏସ୍‌ପିଙ୍କ ଚେତାବନୀ ସତ୍ତ୍ବେ ବନ୍ୟଜନ୍ତୁ ତସ୍କରଙ୍କ ଶିକାର ମୋହ ଏଯାଏ ଛାଡିନି। ଧରାପଡ଼ିବା ଭୟରେ ବନ୍ଧୁକ ଓ ମାରଣାସ୍ତ୍ରକୁ ପରିତ୍ୟକ୍ତ ଜାଗା ଓ ଘଞ୍ଚ ଜଙ୍ଗଲ ମଧ୍ୟରେ ଲୁଚାଇ ଦେଉଛନ୍ତି। Ad..   ଆଜି ସକାଳେ ପୁଲିସର ଏକ ସ୍ବତନ୍ତ୍ର ଟିମ୍ ଶିମିଳିପାଳ ପାଦଦେଶରେ ଥିବା ଏକ ପରିତ୍ୟକ୍ତ ସ୍ଥାନରୁ ୯ଟି ବନ୍ଧୁକ ଜବତ କରିଛି। ସେଥିରେ ୮ଟି ଦେଶୀ ବନ୍ଧୁକ ଓ ଗୋଟିଏ ପିସ୍ତଲ ରହିଥିବା ମୟୂରଭଞ୍ଜ ଏସ୍‌ପି ବାତୁଳ ଗଙ୍ଗାଧର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଗତ ୧ ତାରିଖରୁ ଶିମିଳିପାଳକୁ ଶିକାରୀମୁକ୍ତ କରିବା ଅଭିଯାନ ଆରମ୍ଭ ହୋଇଛି। ୩ ପ୍ଲାଟୁନ୍‌ ପୁଲିସ ଫୋର୍ସ ଶିମିଳିପାଳରେ ୨୪ ଘଣ୍ଟିଆ ସର୍ଚ୍ଚ ଅପରେସନ୍‌ କରିବା ସହ ଅଭୟାରଣ୍ୟର ସବୁ ପ୍ରବେଶ ପଥରେ ଜଗି ରହିଛନ୍ତି। ପୁଲିସ ଫୋର୍ସଙ୍କ ସହିତ ବନ କର୍ମଚାରୀ ବି ସାମିଲ ଅଛନ୍ତି।  ପୁଲିସ ଉପସ୍ଥିତି ଯୋଗୁଁ ଶିକାର ବି କମିଛି। ଭୟରେ ଶିକାରୀମାନେ ଶିମିଳିପାଳକୁ ପ୍ରବେଶ କରୁନାହାନ୍ତି। କିନ୍ତୁ ସେମାନଙ୍କ ପାଖରେ ବନ୍ଧୁକ ଓ ମାରଣାସ୍ତ୍ର ମହଜୁଦ ରହିଛି। ଜୁଲାଇ ୩୧ ତାରିଖ ସୁଦ୍ଧା ଶିମିଳିପାଳ ପାଦଦେଶର ୧୨ଟି ନିର୍ଦ୍ଧାରିତ ସ୍ଥାନରେ ବନ୍ଧୁକ ସମର୍ପଣ ନିମନ୍ତେ ପୁଲିସ ପକ୍ଷରୁ କୁହାଯାଇଥିଲା। ତେବେ ଏହି ୪ ସପ୍ତାହ ମଧ୍ୟରେ ମାତ୍ର ଜଣେ ଗୋଟିଏ ବନ୍ଧୁକ ସ...

ଉତ୍ତରାଧିକାରୀ ପ୍ରମାଣ ପତ୍ର ଜାଲିଆତି ଘଟଣା, ମୁଖ୍ଯ ଅଭିଯୁକ୍ତ ଗିରଫ...

Image
ଉତ୍ତରାଧିକାରୀ ପ୍ରମାଣ ପତ୍ର ଜାଲିଆତି ଘଟଣା, ମୁଖ୍ଯ ଅଭିଯୁକ୍ତ ଗିରଫ... ମୁରିବାହାଲ, ୩୦/୦୭ : ମୁରିବାହାଲ ତହସିଲ ଅନ୍ତର୍ଗତ ଗୋଇମୁଣ୍ଡ ପଂଚାୟତ ର ଝିକିଡୁଙ୍ଗୁରି ଗାଁର ବିନୋଦ କୁମାର ସାହୁ (୩୩ ) ନାମକ ଜଣେ ବ୍ଯକ୍ତି ନିଜ ପରିବାର ଲୋକଙ୍କୁ ବାଦ ଦେଇ ଜାଲିଆତି କରି ଉତ୍ତରାଧିକାରୀ ପ୍ରମାଣ ପତ୍ର ନେଇଥିବା ଅଭିଯୋଗ ହୋଇଥିଲା।                  Ad.. ଏହାର ତଦନ୍ତ କରି ମୁରିବାହାଲ ତହସିଲଦାର ସୋନାଲି ପାତ୍ର ମୁଖ୍ଯ ଅଭିଯୁକ୍ତ ବିନୋଦ କୁମାର ସାହୁ ଓ ୪ ଜଣ ସାକ୍ଷୀ ଙ୍କ ବିରୋଧରେ ମୁରିବାହାଲ ଥାନାରେ ଏତଲା ଦେଇ ଥିଲେ।  ଶନିବାର ମୁଖ୍ଯ ଅଭିଯୁକ୍ତ ବିନୋଦ କୁମାର ସାହୁ ଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଳାଣ କରିଥିଲା। ଜାମିନ ଆବେଦନ ନାମନ୍ଜୁର ହେବାରୁ ଅଭିଯୁକ୍ତ କୁ ବିଚାର ବିଭାଗୀୟ ଜେଲ ହାଜତକୁ ପଠାଇ ଦିଆଯାଇଛି। ସେହିପରି ଏହି ମାମଲା ର ଅଧିକ ତଦନ୍ତ ଚାଲିଥିବା ଜଣାପଡ଼ିଛି। Report : Sudam baghar Edited by k.s thakur...

ବଙ୍ଗୋମୁଣ୍ଡା ରୁ କଣ୍ଟାବାଞ୍ଜି ରାସ୍ତା ସାଜିଛି ବିପଦ ପୂର୍ଣ୍ଣ...

Image
ବଙ୍ଗୋମୁଣ୍ଡା  ରୁ କଣ୍ଟାବାଞ୍ଜି ରାସ୍ତା ସାଜିଛି ବିପଦ ପୂର୍ଣ୍ଣ... କଣ୍ଟାବାଞ୍ଜି,୨୯/୦୭ : ବଙ୍ଗୋମୁଣ୍ଡା  ରୁ କଣ୍ଟାବାଞ୍ଜି ରାସ୍ତା ସାଜିଛି ବିପଦ ପୂର୍ଣ୍ଣ । କଣ୍ଟାବାଞ୍ଜି ତହସିଲଦାର ଖଣି ପାହାଡ ଲିଜ ରେ ଦେଇଛନ୍ତି ହେଲେ କିପରି ଭାବରେ ମେଟାଲ ବୋଝେଇ ଟ୍ରକ ଏବଂ ଟ୍ରାକ୍ଟର ପରିବହନ କରିବ ଓ ରାସ୍ତା ଉପରେ ଧ୍ୟାନ ଦେବ ସେହି  ବିଷୟରେ ବୁଝେଇ ନାହାଁନ୍ତି !              Ad.. ଯାହା ଦ୍ଵାରା ମେଟାଲ୍ ବୋଝେଇ ଗାଡ଼ି ନିଜର ଟ୍ରଲି ରେ କିଛି ନ ଘୋଡେ଼ଇ ରାସ୍ତା ରେ ପକେଇ ପକେଇ ନେଉଛନ୍ତି । ଏହି ରାସ୍ତା ଜନ ସାଧାରଣ ଙ୍କ ପାଇଁ ବିପଦ ସାଜିଛି ଓ ଅନେକ ଥର ଦୁର୍ଘଟଣା ର ଶିକାର ମଧ୍ୟ ଲୋକେ ହେଉଛନ୍ତି । ଯଥା ଶୀଘ୍ର   ଏଥି ପାଇଁ ଦୃଷ୍ଟି ଆକର୍ଷଣ କରିବା ନିମନ୍ତେ  କଣ୍ଟାବାଞ୍ଜି ତହସିଲଦାର କୁ ନିବେଦନ କରିଛନ୍ତି ଗରିବସେନା କଣ୍ଟାବାଞ୍ଜି  । Edited by k.s thakur...

ବରଗଡ଼ ଜିଲ୍ଲାପାଳ ଙ୍କ ଅଧକ୍ଷତା ରେ ଆଗାମୀ ସ୍ୱାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ...

Image
ବରଗଡ଼ ଜିଲ୍ଲାପାଳ ଙ୍କ ଅଧକ୍ଷତା ରେ ଆଗାମୀ ସ୍ୱାଧୀନତା  ଦିବସ  ପାଳନ ପାଇଁ ପ୍ରସ୍ତୁତି ବୈଠକ  ଅନୁଷ୍ଠିତ... ବରଗଡ଼,୨୯/୦୭ : ଗତକାଲି ଅପରାହ୍ନ ବରଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ରେ ଜିଲ୍ଲା ପାଳ ଶ୍ରୀମତୀ ମୋନୀଷା ବାନାର୍ଜୀ ଙ୍କ ଅଧକ୍ଷତା ରେ ଆଗାମୀ ସ୍ୱାଧୀନତା  ଦିବସ  ପାଳନ ପାଇଁ ପ୍ରସ୍ତୁତି ବୈଠକ  ଅନୁଷ୍ଠିତ ହୋଇଯାଇଛି ।                 Ad.. ବୈଠକ ରେ SP ପି. ଏସ. ମୀନା , ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ , ଉପଜିଲ୍ଲାପାଳ ଲଲାଟ ଲୁହା, ସମସ୍ତ ବିଭାଗୀୟ ଅଧିକାରୀ, ବିଭିନ୍ନ ଶିକ୍ଷା ଅନୁଷ୍ଠାନର  ଅଧକ୍ଷ, ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ । ଆଗାମୀ ସ୍ୱାଧୀନତା ଦିବସ ରେ କାର୍ଯ୍ୟ ସୂଚୀ  ଅନୁଯାୟୀ ରାମଧୁନ, ପ୍ରଭାତ ଫେରି, ପରେଡ  ଉତ୍ସବ, ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବ। ପରେଡ  ରେ ମୋଟ ୪୩ ଗୋଟି ଦଳ  ଭାଗ  ନେବା ବେଳେ ପରିଚାଳନା ରିଜର୍ଭ ପୋଲିସ ପକ୍ଷରୁ କରାଯିବ।    ପାଣିମୋରା ର ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ସ୍ମୃତି କୁ ନେଇ ବରିଷ୍ଠ ନାଗରିକ ସଙ୍ଘ  ତରଫରୁ, ତଥା  ବିଭିନ୍ନ ଅନୁଷ୍ଠାନ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା  ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ  କରାଯିବା ନେଇ ସର୍ବ...

ଓଡିଶାରେ ସରକାରୀ ପ୍ରୋତ୍ସାହନରେ ଚାଲିଥିବା “ମନି ଫର୍ ଜବ୍‌” ର‌୍ୟାକେଟ୍‌ରେ ଗରିବ ମେଧାବୀ ପିଲାମାନେ ବଳି ପଡୁଛନ୍ତି...

Image
ଓଡିଶାରେ ସରକାରୀ ପ୍ରୋତ୍ସାହନରେ ଚାଲିଥିବା “ମନି ଫର୍ ଜବ୍‌” ର‌୍ୟାକେଟ୍‌ରେ ଗରିବ ମେଧାବୀ ପିଲାମାନେ ବଳି ପଡୁଛନ୍ତି... ଭୁବନେଶ୍ୱର,୨୮/୦୭ : ଶିକ୍ଷିତ ବେକାର ଯୁବକ ଯୁବତୀ ଯେଉଁମାନେ ସରକାରୀ ଚାକିରୀ ଆଶାରେ ଅଛନ୍ତି ଓଡିଶା ସରକାର ସେମାନଙ୍କ ସହିତ ପ୍ରତାରଣା କରିଛନ୍ତି ।               Ad..   ରାଜ୍ୟରେ ସରକାରୀ ଚାକିରୀ ବିକ୍ରି ହେଉଛି । ଓଡିଶାରେ ସରକାରୀ ପ୍ରୋତ୍ସାହନରେ ଚାଲିଥିବା “ମନି ଫର୍ ଜବ୍‌” ର‌୍ୟାକେଟ୍‌ରେ ଗରିବ ମେଧାବୀ ପିଲାମାନେ ବଳି ପଡୁଛନ୍ତି ଓ ସରକାରୀ ଅଧିକାରୀ, ମନ୍ତ୍ରୀ, ଦଲାଲ ମାଲେମାଲ ହେଉଛନ୍ତି ।  ଜେଇ ସିଭିଲ ମେନ୍ ପରୀକ୍ଷାର ପ୍ରଶ୍ନ ପତ୍ର ଲିକ୍ ଘଟଣାର ତଦନ୍ତ କରୁଥିବା ବାଲେଶ୍ୱର ଏସ୍‌ପିଙ୍କ ବୟାନ ପ୍ରମାଣିତ କରୁଛି ଯେ, ସରକାର ଚାହୁଁ ନାହାନ୍ତି ଅସଲ ଖଳନାୟକ ଧରାପଡନ୍ତୁ ।  ଏଭଳି ଗୁରୁତ୍ୱପୂର୍ଣ୍ଣ ପରୀକ୍ଷାର ପ୍ରଶ୍ନ ପତ୍ର ଲିକ୍ ହୋଇଥିବା ପ୍ରିଂଟିଙ୍ଗ ପ୍ରେସ୍ ବିରୋଧରେ କାହିଁକି ଏଫ୍‌ଆଇଆର କରାଯାଇନାହିଁ ? ସେହି ପ୍ରିଂଟିଙ୍ଗ ପ୍ରେସ୍‌ରୁ ପ୍ରଶ୍ନ ପତ୍ର ଲିକ୍ କରାଇବା ପଛରେ ହୋଇଥିବା ଷଡଯନ୍ତ୍ରର ତଦନ୍ତ କାହିଁକି ହେଲା ନାହିଁ ?  ଓ ଏସ୍‌ଏସ୍‌ସିରେ ଅନଲାଇନ ଆବେଦନ ବେଳେ ଦିଆଯାଇଥିବା ମୋବାଇଲ ନମ୍ବର ଦଲାଲମାନଙ୍କ ହାତକୁ ଗଲା କେମିତି ? ଏହି ବଡ କେଳେଙ୍କାରୀର ତଦନ୍ତ ଓଡିଶା ପୋଲିସ କରିଲେ ସତ ସାମ୍ନାକୁ ଆସିପାରି...

ଜଙ୍ଗଲରୁ ନାବାଳକର ଗଳିତ ମୃତଦେହ ଉଦ୍ଧାର, ଉତ୍ତେଜିତ ଲୋକେ ଜାଳି ଦେଲେ ପୁଲିସ ଭ୍ୟାନ୍‌...

Image
ଜଙ୍ଗଲରୁ  ନାବାଳକର ଗଳିତ ମୃତଦେହ ଉଦ୍ଧାର, ଉତ୍ତେଜିତ ଲୋକେ ଜାଳି ଦେଲେ  ପୁଲିସ ଭ୍ୟାନ୍‌ ... ଅନୁଗୁଳ,୨୮/୦୭ : ଆଠମଲ୍ଲିକ ଥାନା ଅଧୀନ ବାରିଣୀ ଜଙ୍ଗଲରୁ ନାବାଳକଙ୍କ କ୍ଷତ ବିକ୍ଷତ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ନାବାଳକ ଜଣଙ୍କ ଗୋଡ଼ହାତ ଆଦି ନଥିବା ବେଳେ ବଳି ଦିଆଯାଇଥିବା ସନ୍ଦେହ କରାଯାଉଛି। ଉତ୍ତେଜିତ ଲୋକେ ପୁଲିସ ଭ୍ୟାନ୍‌ରେ ନିଆଁ ଲଗାଇ ଦେଇଛନ୍ତି।             Ad.. ସୂଚନା ଅନୁଯାୟୀ, ଗତ ୨୩ ତାରିଖରେ ବାସନ୍ତୀ ବିଶ୍ୱାଳ ନାମକ ଜଣେ ମହିଳାଙ୍କ ୧୪ ବର୍ଷୀୟ ପୁଅ ସଞ୍ଜିତ ବିଶ୍ବାଳଙ୍କ ଦେହ ସବୁବେଳେ ଖରାପ ରହୁଥିବାରୁ ଟୁସର ଗାଁକୁ ଆସିଥିଲେ।  ସେଠାରେ ଥିବା ମା ମଙ୍ଗଳା ପ୍ରତ୍ୟକ୍ଷ ଥିବାରୁ ପୂଜାର୍ଚ୍ଚନା କରିବା ସହ ରାତିରେ ମଙ୍ଗଳା କୋଠିରେ ମା-ପୁଅ ଅଧିଆ ପଡ଼ିଥିଲେ। ରାତିରେ ଶୋଇଥିବା ବେଳେ ସକାଳୁ ଉଠି ବାସନ୍ତୀ ଦେଖିବା ବେଳକୁ ତାଙ୍କ ପୁଅ ନଥିଲେ।  ଖୋଜାଖୋଜି କରିବା ପରେ ମଧ୍ୟ ପୁଅ ସଞ୍ଜିତ ନ ମିଳିବା ପରେ କିଆକଟା ଥାନାରେ ପୁଅ ନିଖୋଜ ନେଇ ଅଭିଯୋଗ କରିଥିଲେ । ତେବେ ଆଜି ବାରିଣୀ ଜଙ୍ଗଲରୁ ନାବାଳକଙ୍କ ଝୁଲନ୍ତା ମୃତଦେହ ମିଳିଥିଲା।  ମୃତଦେହ ଝୁଲୁଥିବା ବେଳେ ତାର ଗୋଡ଼ ଓ ହାତ ନଥିଲା। ଯାହାକୁ ଦେଖି ଏହା ବଳି ପାଇଁ ହତ୍ୟା କରା ଯାଇଥିବା ସନ୍ଦେହ କରା ଯାଉଛି। ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକ ବାରିଣୀ ଛକଠ...

କୋଲକାତା ରେ ହେବାକୁ ଥିବା ଅନ୍ତର୍ଜାତୀୟ କରାଟେ ପ୍ରତିଯୋଗିତାରେ ଭାଗ ନେବେ ବଲାଙ୍ଗୀର କରାଟେ ପ୍ରତିଯୋଗି...

Image
କୋଲକାତା ରେ ହେବାକୁ ଥିବା ଅନ୍ତର୍ଜାତୀୟ କରାଟେ ପ୍ରତିଯୋଗିତାରେ ଭାଗ ନେବେ ବଲାଙ୍ଗୀର କରାଟେ ପ୍ରତିଯୋଗି... ବଲାଙ୍ଗୀର,୨୭/୦୭ : କୋଲକାତା ରେ ହେବାକୁ ଥିବା ୭ମ ଆନ୍ତର୍ଜାତୀୟ କରାଟେ ପ୍ରତିଯୋଗିତାରେ ବଲାଙ୍ଗୀର ଜିଲ୍ଲାର ଗାନ୍ଧୀ ଷ୍ଟାଡିୟମରେ ଥିବା ବଲାଙ୍ଗୀର କରାଟେ ସ୍କୁଲ ର ୧୦ ଜଣ କରାଟେକା ଅଂଶ ଗ୍ରହଣ କରିବେ।               Ad.. ଏହି ପ୍ରତିଯୋଗିତା ଚଳିତ ମାସର ୨୮ ରୁ ୩୦ ଜୁଲାଇ ପର୍ଯ୍ୟନ୍ତ କୋଲକାତା ର ନେତାଜୀ ଇଣ୍ଡୋର ଷ୍ଟାଡିୟମରେ ଅନୁଷ୍ଠିତ ହେବ। ବାଳିକା ବିଭାଗରେ ଆନନ୍ଦିନୀ ସାହୁ,ହର୍ଷିତା ସିଂ, ଅନୁଷ୍କା ପଟନାୟକ, ଆୟୁସି ସିଂ ବାରିକ, ତମାନ୍ନା ମେହେର ଓ ଅଭିଲିପ୍ସା ହୋତା ଅଂଶ ଗ୍ରହଣ କରିବେ। ସେହିପରି ବାଳକ ବିଭାଗରେ ଆୟୁଷ ରଞ୍ଜନ ମେହେର,ଲୋକେଶ ବାଗ,ଆଦିତ୍ୟ ସିଂ ବାରିକ ଓ କ୍ରୀଷ୍ଣା ନାଏକ ଭାଗ ନେବା ବେଳେ କରାଟେ ସ୍କୁଲ ମୂଖ୍ୟ ପ୍ରଶିକ୍ଷକ ତଥା ସମ୍ପାଦକ ହୃଦୟ ଶବର ଓ ଚନ୍ଦ୍ରଶେଖର ସେଠ ରେଫରି ଓ ଜଜ୍ ର ଦାଇତ୍ୱ ତୁଲାଇବେ। ଟିମ ମେନେଜର ମନ ଗୋବିନ୍ଦ ମେହେର ଓ ଟିମ ପ୍ରଶିକ୍ଷକ ପୁରୁଷୋତ୍ତମ ବାଗ ଦଳ ସହିତ ଆଜି କୋଲକାତା ଯାତ୍ରା କରିଛନ୍ତି।ଏହି ପ୍ରତିଯୋଗିତା ପାଇଁ କରାଟେ ସ୍କୁଲ ର ସଭାପତି ସଚ୍ଚିଦାନନ୍ଦ ବାଗ ୟାଦବ ,କୋଷାଧ୍ୟକ୍ଷ ରବି ବେହେରା ଏବଂ ଅଭିଭାବକ ମାନେ ଶୁଭେଚ୍ଛା ଜଣାଇଛନ୍ତି। Edited by k.s thakur...

ସହିଦ ସପ୍ତାହ ପାଳନ ପାଇଁ ସିପିଆଇ ମାଓବାଦୀଙ୍କ ଲାଗିଲା ପୋଷ୍ଟର ଓ ବ୍ୟାନର...

Image
ସହିଦ ସପ୍ତାହ ପାଳନ ପାଇଁ  ସିପିଆଇ ମାଓବାଦୀଙ୍କ  ଲାଗିଲା ପୋଷ୍ଟର ଓ ବ୍ୟାନର... ରାୟଗଡ଼ା,୨୭/୦୭ : ଆସନ୍ତାକାଲି ଠାରୁ ନକ୍ସଲଙ୍କ ସହିଦ ସପ୍ତାହ ଆରମ୍ଭ।ସହିଦ ସପ୍ତାହ ପାଳନ ନେଇ ଜିଲ୍ଲାର ଦୁର୍ଗମ ଅଂଚଳରେ ନକ୍ସଲ ଲଗାଇଲେ ପୋଷ୍ଟର ଏବଂ ବ୍ୟାନର।              Ad.. ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର ଏବଂ ନିୟମଗିରି ପାହାଡର ପର୍ସାଲି ଗ୍ରାମରେ ନକ୍ସଲ ଲଗାଇଲେ ପୋଷ୍ଟର ଏବଂ ବ୍ୟାନର।ଜୁଲାଇ ୨୮ ଠାରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ସହିଦ ସପ୍ତାହ ପାଳନ ନେଇ ନକ୍ସଲ ଆହ୍ବାନ ଦେଇଛନ୍ତି। ବଂଶଧାରା, ଘୁମୁସର, ନାଗାବଳୀ ମାଓ ସଂଗଠନ ପକ୍ଷରୁ ଏହି ପୋଷ୍ଟର ଏବଂ ବ୍ୟାନର ଲଗାଯାଇଛି।  ପୋଷ୍ଟର ଏବଂ ବ୍ୟାନରରେ ନିୟମଗିରି ପାହାଡ ସୁରକ୍ଷା ପାଇଁ ଲଢୁଥିବା ସିପିଆଇ ମାଓବାଦୀ ସହିଦ ହୋଇଥିବାରୁ ସହିଦଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଆହ୍ବାନ ଦିଆଯାଇଛି। ସେହିପରି ମାଓ ସଂଗଠନରେ ଯୋଗ ଦେବା ପାଇଁ ମଧ୍ୟ ଜନସାଧାରଣଙ୍କୁ ଆହ୍ବାନ କରାଯାଇଛି।୩ଟି ପୋଷ୍ଟର ଗଛ ମାନଙ୍କରେ ଲଗାଯାଇଥିବା ବେଳେ ବ୍ୟାନରକୁ ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟରେ ଲଗାଯାଇଥିବା ଦେଖିବାକୁ ମିଳିଛି। ସହିଦ ସପ୍ତାହକୁ ଆଖିଆଗରେ ରଖି ସରକାରୀ ବସ ଚଳାଚଳକୁ ବନ୍ଦ କରିଦିଆଯାଇଛି। ରାୟଗଡାରୁ ବିଭିନ୍ନ ଅଂଚଳକୁ ଯାଉଥିବା ସରକାରୀ ବସଗୁଡିକ ସ୍ଥାନୀୟ ବସଷ୍ଟାଣ୍ଡରେ ଅଟକି ରହିଛନ୍ତି। ସୀମାନ୍ତ ବର୍...

ତୁରେକେଲା କ୍ଳଷ୍ଟର ବିଦ୍ୟାଳୟରେ ପୋଷାକ ବଣ୍ଟନ...

Image
ତୁରେକେଲା କ୍ଳଷ୍ଟର ବିଦ୍ୟାଳୟରେ ପୋଷାକ ବଣ୍ଟନ... କଣ୍ଟାବାଞ୍ଜି,୨୭/୦୭ : ତୁରେକେଲା ବ୍ଳକ ଅନ୍ତର୍ଗତ  ତୁରେକେଲା କ୍ଳଷ୍ଟର ଅଧିନରେ ଥିବା ବିଭିନ୍ନ ବିଦ୍ୟାଳୟରେ ପୋଷାକ ବିତରଣ କରାଯାଇଥିଲା।              Ad.. ଲର୍କି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସଭାନେତ୍ରୀ ଶ୍ରୀମତୀ ଯଶୋବନ୍ତୀ ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଚନ୍ଦ୍ରଭାନୁ ବେହେରା ଓ ତୁରେକେଲା କ୍ଳଷ୍ଟର ସଂଯୋଜକ ବିରଂଚି ନାରାୟଣ ଦାଶ ଯୋଗ ଦେଇଥିଲେ। ପ୍ରତ୍ୟେକ ଛାତ୍ରଛାତ୍ରୀ ମାନଙ୍କୁ ଦୁଇ ହଳ ପୋଷାକ ଓ ଯୋତା ଦିଆଯାଇଥିଲା। ଏହି ସଭାରେ ଶିକ୍ଷକ ରବୀନ୍ଦ୍ର ରଥ,ପ୍ରେମରାଜ ପାଣିଗ୍ରାହୀ, ବିନୋଦିନୀ ତାଣ୍ଡୀ, ଟିକେଶ୍ୱରୀ ସେଠ,ଶୁଭଦୀପ୍ତା ଦାଶ, ଉପସଭାପତି ସଂଜୟ ତ୍ରିପାଠୀ ଉପସ୍ଥିତ ଥିଲେ। ଠିକ ସେହିପରି ବ୍ଳକ କଲୋନୀ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ସୁଭଦ୍ରା ମେହେର ଓ ଧରିତ୍ରୀ ମେହେର ଛାତ୍ରଛାତ୍ରୀ ମାନଙ୍କୁ ପୋଷାକ ବିତରଣ କରିଥିଲେ ଓ ବାଗବେଲ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପୀତାମ୍ବର ଲୁହା ପୋଷାକ ବାଣ୍ଟିଥିଲେ।ଉଭୟ ବିଦ୍ୟାଳୟରେ ଏବିଇଓ ଚନ୍ଦ୍ରଭାନୁ ବେହେରା ଓ ସିଆରସିସି ବିରଞ୍ଚି ନାରାୟଣ ଦାଶ ଯୋଗ ଦେଇଥିଲେ। Edited by k.s thakur...

ଲଳିତ ଜୈନ ମୃତ୍ୟୁ ମାମଲା : ଆମ ଆଦମୀ ପାର୍ଟି ତରଫରୁ ପ୍ରତିବାଦ ସଭା...

Image
ଲଳିତ ଜୈନ ମୃତ୍ୟୁ ମାମଲା : ଆମ ଆଦମୀ ପାର୍ଟି ତରଫରୁ ପ୍ରତିବାଦ ସଭା... କଣ୍ଟାବାଞ୍ଜି,୨୬/୦୭ : କଣ୍ଟାବାଞ୍ଜି ର ନାବାଳକ ଶିଶୁ ଲଳିତ ଜୈନ ର ସନ୍ଦେହ ଜନକ ମୃତ୍ୟୁ ମାମଲା ର ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ଆମ ଆଦମି ପାର୍ଟି ତରଫରୁ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ର  ସଭାପତି ସୁରଥ ବେହେରା ଙ୍କ  ନେତୃତ୍ଵରେ ଆଜି ସ୍ଥାନୀୟ ଇନ୍ଦିରା ଛକ  ଠାରେ  ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।  Ad.. ସଭା ରେ ଶ୍ରୀ ବେହେରା ବଲାଙ୍ଗୀର ପୁଲିସ ଉପରେ ଏହି ଘଟଣା ର ମାଷ୍ଟର ମାଇଣ୍ଡ କୁ ସଂରକ୍ଷଣ ଦେଉଥିବାରୁ ଠିକ୍ ଭାବରେ ତଦନ୍ତ ହେଉ ପାରୁ  ନାହିଁ  ବୋଲି ଅଭିଯୋଗ କରିଥିଲେ । ଶ୍ରୀ ବହେରା ନିଜ ବକ୍ତବ୍ୟରେ  ଅଭିଯୋଗ କରିଛନ୍ତି ଯେ କଣ୍ଟାବାଞ୍ଜି ର  ଏତେବଡ଼ ସମ୍ବେଦନଶୀଳ ଘଟଣା ଉପରେ ସ୍ଥାନୀୟ ବିଧାୟକ କୌଣସି ପ୍ରକାର ପ୍ରତିକ୍ରିୟା ନ ଦେବା କୌଣସି  ନା କୌଣସି ଠାରେ ଅପରାଧି ମାନେ ନିର୍ଭୀକ ଅଛନ୍ତି , ଅତୀତ ରେ ସ୍ଥାନୀୟ  ବିଧାୟକ ସନ୍ତୋଷ ସିଂହ ସାଲୁଜା ଏହି  ନିର୍ବାଚନମଣ୍ଡଳୀ ର  ମମିତା ମେହେର ,ବଙ୍ଗୋମୁଣ୍ଡା ର ମଞ୍ଜୁ ଦେବୀ  ଜୈନ ହତ୍ୟା ଭଲି ଘଟଣା କୁ ବାରମ୍ବାର ଉଠାଉ  ଥିବାବେଳେ ମୃତ ନାବାଳକ ଲଳିତ ଜୈନ ଘଟଣା ସମ୍ପର୍କରେ ପଦ ଟିଏ  ନ କହିବା ପରୋକ୍ଷରେ ଅପରାଧିଙ୍କୁ  ସଂରକ୍ଷଣ  ଦେଇଛନ୍ତି  ବୋଲି  ଅଭିଯୋଗ କର...

ଜରିପାଲ ତଳେ ଭାଷଣ ଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ...

Image
ଜରିପାଲ ତଳେ ଭାଷଣ ଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ... କଟକ,୨୬/୦୭ : ଓଡ଼ିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । କଟକର ବିଭିନ୍ନ ସ୍ଥାନରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ମହାମହିମ । ପ୍ରଥମେ  କଟକ ଚଣ୍ଡୀ ମନ୍ଦିର ଯାଇ ମା'ଙ୍କ ଦର୍ଶନ ସହ ପୂଜାର୍ଚ୍ଚନା କରିଥିଲେ ରାଷ୍ଟ୍ରପତି ।                  Ad.. ପରେ ମଧୁସୂଦନ ଦାସ ଓ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମସ୍ଥାନ, ସଂଗ୍ରହାଳୟ ପରିଦର୍ଶନ କରିଥିଲେ । ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ବେଳେ, କଟକ ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ କାର୍ଯ୍ୟକ୍ରମ ବେଳେ ଦେଖିବାକୁ ମିଳିଥିଲା ବ୍ୟାପକ ଅବ୍ୟବସ୍ଥା । ଜରିପାଲ ତଳେ ଅଭିଭାଷଣ ଦେଲେ ରାଷ୍ଟ୍ରପତି ।  ଇନଡୋର ଷ୍ଟାଡିୟମର ଛାତ ଭାଙ୍ଗି ଯାଇଥିବାରୁ ଏହା ଉପରେ ଜରିପାଲ ଘୋଡା ଯାଇଥିବା ଦେଖିବାକୁ ମିଳିଛି ।  ଅନେକ ଦିନରୁ ଷ୍ଟାଡିୟମ ଛାତ ନଷ୍ଟ ହୋଇଥିଲେ ବି ମରାମତି ହୋଇନି।  ଏପରକି ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ପାଇଁ ଛାତରେ ପାଲ ଘୋଡ଼େଇ କାମ ଚଳାଇ ଦିଆଯାଇଛି । ୨ ମାସ ପୂର୍ବରୁ ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମ ସ୍ଥିର ହୋଇଥିବା ବେଳେ କାହିଁକି ମରାମତି ହୋଇନି ବୋଲି ଆଇନଜୀବୀ ପ୍ରଶ୍ନ ଉଠାଇଛନ୍ତି ।  Edited by k.s thakur...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ଟ୍ରକ୍‌ ସହ ଜିଅନ୍ତା ଜଳିଗଲେ ଡ୍ରାଇଭର...

Image
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା  : ଟ୍ରକ୍‌ ସହ ଜିଅନ୍ତା ଜଳିଗଲେ ଡ୍ରାଇଭର... କୁଚିଣ୍ଡା,୨୬/୦୭ : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଜମନକିରା ଥାନା ୫୩ ନମ୍ବର ଜାତୀୟ ରାଜପଥ ବଡ଼କୁଣ୍ଡେସରାଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।              Ad..   ଏଠାରେ ୧୪ଚକିଆ କୋଇଲା ବୋଝେଇ ଟ୍ରକ ଏବଂ ୪୦୭ ଗାଡ଼ି ମଧ୍ୟରେ ମୁହାମୁହିଁ ଧକ୍କା ହୋଇଛି। ଧକ୍କା ହେବାପରେ ଦୁଇଟି ଟ୍ରକ ଓଲଟି ପଡ଼ିଥିବା ବେଳେ ଟ୍ରକରୁ ବାହାରି ନ ପାରି ୪୦୭ ଗାଡ଼ି ସହ ଜିଅନ୍ତା ଜଳିଗଲେ ଡ୍ରାଇଭର।  ମୃତ ଡ୍ରାଇଭରଙ୍କ ପରିଚୟ ଅସ୍ପଷ୍ଟ ରହିଛି। ଘଟଣାସ୍ଥଳରେ ଜମନକିରା ପୁଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି  ନିଆଁକୁ ଆୟତ୍ତ କରିଛି। ତେବେ ମୃତ ଡ୍ରାଇଭରଙ୍କ ପରିଚୟ ଅସ୍ପଷ୍ଟ ରହିଛି। ଅନ୍ୟପଟେ ଗୁରୁତର ଅବସ୍ଥାରେ ୪୦୭ର ହେଲ୍ପରଙ୍କୁ ଉଦ୍ଧାର କରି ବୁର୍ଲା ଭିମସାରକୁ ପଠାଯାଇଥିବା ବେଳେ ଘଟଣା ସ୍ଥଳରୁ କୋଇଲା ବୋଝେଇ ଟ୍ରକ ଡ୍ରାଇଭର ଫେରାର ହୋଇଯାଇଛି। Edited by k.s thakur...

ଓଡ଼ିଶା ଜାଗା ମିଶନ ଉପଦେଷ୍ଟା ଙ୍କ କଣ୍ଟାବାଞ୍ଜି ଗସ୍ତ...

Image
ଓଡ଼ିଶା ଜାଗା ମିଶନ ଉପଦେଷ୍ଟା ଙ୍କ କଣ୍ଟାବାଞ୍ଜି ଗସ୍ତ... କଣ୍ଟାବାଞ୍ଜି,୨୬/୦୭ : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଏନ୍ଏସି ଅଞ୍ଚଳରେ ଅନେକ ଭୂମି ହୀନ ଏବଂ ଗରିବ ପରିବାର ଲୋକେ ବସବାସ କରନ୍ତି। ଏବଂ ଅନେକ ପରିବାର ରେଲବାଇ ଜମୀରେ ମଧ୍ଯ ବସବାସ କରୁଛନ୍ତି। ହେଲେ ବର୍ତ୍ତମାନ ସମୟରେ ରେଲବିଭାଗ ସେମାନଙ୍କୁ ଜାଗା ଖାଲି କରିବାକୁ ବାରମ୍ବାର ନୋଟିସ କରୁଛି।  Ad.. ଅନ୍ୟପକ୍ଷ ସହରର ଅନେକ ପରିବାର ସରକାରୀ ଜମିରେ ବସବାସ କରୁଥିଲେ ମଧ୍ଯ ଆଜିଯାଏ ସେମାନଙ୍କୁ ପଟା ମିଳିନାହିଁ ଏନେଇ ରାଜ୍ଯ ସରକାର ପାଖରେ ଅଭିଯୋଗ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଓଡ଼ିଶା ଜାଗା ମିଶନ ଉପଦେଷ୍ଟା ଶାଶ୍ୱତି ମିଶ୍ର କଣ୍ଟାବାଞ୍ଜି ଗସ୍ତରେ ଆସିଥିଲେ।  ପ୍ରଥମେ ସେ କଣ୍ଟାବାଞ୍ଜି ମୁସଲିମ ଗୋଷ୍ଠୀ କେନ୍ଦ୍ର କଣ୍ଟାବାଞ୍ଜି ପୂର୍ବତନ ବିଧାୟକ ଆୟୁବ ଖାଁଙ୍କ ନେତୃତ୍ବ ସହର ବସ୍ତି ବାସିନ୍ଦା ହିତାଧିକାରୀ ଙ୍କୁ ଜମି ପଟ୍ଟା ପ୍ରଦାନ ଓ ନୂତନ ହିତାଧିକାରୀ ଚିହ୍ନଟ ପ୍ରକ୍ରିୟା ପାଇଁ ବସ୍ତି ବାସିନ୍ଦା ମାନଙ୍କୁ ନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ସହରର ଶହ ଶହ ମହିଳା ଉପସ୍ଥିତ ଥିଲେ।  ସଭା ଅତିଥି ଭାବେ ବିଜେଡି ଜିଳ୍ଲା ସାଧାରଣ ସମ୍ପାଦକ ଫିରୋଜ ଖାଁ, ବିଜୁ ମହିଳା ଜନତା ଦଳ ରାଜ୍ଯ ଉପ ସଭାନେତ୍ରୀ ଗୋପା ମହାନନ୍ଦ, ରାଜ୍ଯ ସାଂସଦ ପ୍ରତିନିଧି ଶେଖ ଅନବର (ଗୁଡ଼ା ଭାଇ), କାଉନସିଲ...

ତମ୍ବାଖୁ ମୁକ୍ତ ଯୁବା ଅଭିଯାନ ସଚେତନତା ସଭା ଅନୁଷ୍ଠିତ...

Image
ତମ୍ବାଖୁ ମୁକ୍ତ ଯୁବା ଅଭିଯାନ ସଚେତନତା ସଭା ଅନୁଷ୍ଠିତ... କଣ୍ଟାବାଞ୍ଜି,୨୬/୦୭ : ତୁରେକେଲା ବ୍ଳକ ଅନ୍ତର୍ଗତ ଚଟୁଅନକା ଗ୍ରାମ ପଞ୍ଚାୟତର ଉନ୍ନିତ ଉଚ୍ଚ ବିଦ୍ୟାଳୟ ଚଟୁଅନକାଠାରେ ତମ୍ବାଖୁ ମୁକ୍ତ ଯୁବା ଅଭିଯାନ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା।           Ad.. ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତୁରେକେଲା ସୌଜନ୍ୟରେ ସ୍ୱାସ୍ଥ୍ୟ ଓ ସୁସ୍ଥତା କେନ୍ଦ୍ର ଚଟୁଅନକା ତରଫରୁ ଆୟୋଜିତ ସଭାରେ କମ୍ୟୁନିଟି ସ୍ୱାସ୍ଥ୍ୟ ଅଧିକାରୀ ଚିତ୍ରଲେଖା ଦୀପ ଓ ପରାମର୍ଶ ଦାତା ଚିନ୍ମୟ ସ୍ୱ।ଇଁ ଉପସ୍ଥିତ ଥିଲେ। ଚଳିତ ବର୍ଷର ବିଷୟବସ୍ତୁ ତମ୍ବାଖୁ ନୁହଁ ଆମେ ଖାଦ୍ୟ ଚାହୁଁ ଉପରେ ଆଲୋକପାତ କରିଥିଲେ।ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ କିପରି ତମ୍ବାଖୁ ସେବନରୁ ଦୂରେଇ ରହିବେ ଓ ବିଦ୍ୟାଳୟ ପରିସର ପାଖରେ ଯେପରି ତମ୍ବାଖୁ ମିଳିବ ନାହିଁ ସେଥିପ୍ରତି ସମସ୍ତେ ଯତ୍ନବାନ ହେବା ଉଚିତ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ କିଛି ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ କରାଯାଇଥିଲା।ଉପସ୍ଥିତ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀ ତମ୍ବାଖୁ ସେବନ କରିବେନାହିଁ ବୋଲି ଶପଥ ଗ୍ରହଣ କରିଥିଲେ। Edited by k.s thakur...

ଅଭିନେତା ମନୋଜ୍ ମିଶ୍ରଙ୍କୁ ଅପମାନିତ କରିବା ସହ ଗାଳିଗୁଲଜ ଅଭିଯୋଗ, ଥାନାରେ ଏତଲା ଦେଲେ କେଏମ୍ଏମ୍...

Image
ଅଭିନେତା ମନୋଜ୍ ମିଶ୍ରଙ୍କୁ ଅପମାନିତ କରିବା ସହ ଗାଳିଗୁଲଜ ଅଭିଯୋଗ, ଥାନାରେ ଏତଲା ଦେଲେ କେଏମ୍ଏମ୍... କଣ୍ଟାବାଞ୍ଜି,୨୫/୦୭ : ପୂର୍ବ ଓଡିଶା ରେ ରହୁଥିବା କିଛି ଅଭିନେତା ମାନେ ପଶ୍ଚିମ ଓଡିଶାର ଅଭିନେତା ମନୋଜ ମିଶ୍ରଙ୍କୁ ଅପମାନିତ କରିବା ସହିତ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି ।                  Ad.. ଏନେଇ କଣ୍ଟାବାଞ୍ଜି କୋଶଲ୍ ରାଏଜ୍ ମୁକ୍ତି ମୋର୍ଚ୍ଚା ପକ୍ଷରୁ କଣ୍ଟାବାଞ୍ଜି ଥାନାରେ ଏକ ଲିଖିତ ଅଭିଯୋଗ ହୋଇଛି । କେଏମ୍ଏମ୍  ସଦସ୍ୟ ମାନେ ଦେଇଥିବା ଅଭିଯୋଗରେ ଏହି ଘଟଣା କୁ ଅଭିନେତା ଶ୍ରୀ ମିଶ୍ରଙ୍କୁ ପଶ୍ଚିମ ଓଡିଶା ଭାଗ ବୋଲି କହିବା କଥା କୁ ମଧ୍ୟ  ନିନ୍ଦା କରିବା ସହ ଅସନ୍ତୋଷ ପ୍ରକାଶ କରିଛନ୍ତି ।  କୋଶଲ୍ ରାଏଜ୍ ମୁକ୍ତି ମୋର୍ଚ୍ଚା ତରଫରୁ  ସଭାପତି ରଞ୍ଜନ୍ ମହାପାତ୍ର, ଉପ ସଭାପତି ରାଜୁ ବାରିକ୍ ସହ ସମ୍ପାଦକ୍ କାନ୍ହା ଦିପ, କୋଷାଧ୍ୟକ୍ଷ ସୋମନାଥ ସାହୁ ସମେତ ଅନ୍ୟମାନେ ଉପସ୍ଥିତି ଥିଲେ । Edited by k.s thakur...

ଆମ ଆଦମୀ ଭେଟିଲା ଲଳିତ ର ପିତା ମାତାଙ୍କୁ, ଅପରାଧର ମାଷ୍ଟର ମାଇଣ୍ଡ କୁ ଧରିବା ପାଇଁ ଦାବି.

Image
ଆମ ଆଦମୀ ଭେଟିଲା ଲଳିତ ର ପିତା ମାତାଙ୍କୁ, ଅପରାଧର ମାଷ୍ଟର ମାଇଣ୍ଡ କୁ ଧରିବା ପାଇଁ ଦାବି... କଣ୍ଟାବାଞ୍ଜି,୨୪/୦୭ : କଣ୍ଟାବାଞ୍ଜି ର ନାବାଳକ ଶିଶୁ ଲଳିତ ଜୈନ  ର  ରହସ୍ୟ ଜନକ ମୃତ୍ୟୁ ମାମଲା ରେ  ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ଆମ ଆଦମି ପାର୍ଟି ତରଫରୁ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ର  ସଭାପତି ସୁରଥ ବେହେରା ଙ୍କ  ନେତୃତ୍ଵରେ ମୃତକର ପିତା ପ୍ରମୋଦ ଜୈନ ଙ୍କୁ ସାକ୍ଷାତ କରି ଆଶ୍ୱସନା ଦେବା ସହ ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ସରକାର ପାଖରେ ଦାବୀ କରିଛନ୍ତି।                 Ad.. ଶ୍ରୀ  ବେହେରା ବଲାଙ୍ଗୀର ପୁଲିସ ଉପରେ ଏହି ଘଟଣା ର ମାଷ୍ଟର ମାଇଣ୍ଡ କୁ ସଂରକ୍ଷଣ ଦେଉଥିବାରୁ ଠିକ୍ ଭାବରେ ତଦନ୍ତ ହେଉ ପାରୁ  ନାହିଁ  ବୋଲି ଅଭିଯୋଗ କରିଛନ୍ତି। ଶ୍ରୀ ବହେରା ଆହୁରି ଅଭିଯୋଗ କରିଛନ୍ତି ଯେ କଣ୍ଟାବାଞ୍ଜି ର  ଏତେବଡ଼ ସମ୍ବେଦନଶୀଳ ଘଟଣା ଉପରେ ସ୍ଥାନୀୟ ବିଧାୟକ କୌଣସି ପ୍ରକାର ପ୍ରତିକ୍ରିୟା ନ ଦେବା କୌଣସି  ନା କୌଣସି ଠାରେ ଅପରାଧି ମାନେ ନିର୍ଭୀକ ଅଛନ୍ତି। ଯେହେତୁ ମୃତକର ବାପା ଆଗରୁ ଅଭିଯୋଗ କରି ଆସୁଛନ୍ତି, ଯେ  ଯେତେବେଳେ ଲଳିତ କୁ ମାଡ ମରା ଯାଉଥିଲା  ସେତେବେଳେ ସେଠାରେ  କିଛି ରାଜନୈତିକ ବ୍ୟକ୍ତି  ଥିଲେ। ସେ କଥା ମଧ୍ୟ ପୁଲିସ କୁ କହିଛି  ହେଲେ ସେ ଦିଗରେ...

୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଓଡ଼ିଶାର ୬ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା...

Image
୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଓଡ଼ିଶାର ୬ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା... ଭୁବନେଶ୍ୱର,୨୪/୦୭  :  ପଶ୍ଚିମ- କେନ୍ଦ୍ରୀୟ ଓ ତତ-ସଂଲଗ୍ନ ଉତ୍ତର- ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳର ବାୟୁମଣ୍ଡଳରେ, ସମୁଦ୍ର ପତ୍ତନ ଠାରୁ ୫.୮ ରୁ ୭.୬ କିମି ମଧ୍ୟରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି।                  Ad.. ଏହାର ସକ୍ରିୟ ପ୍ରଭାବରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ସମାନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କେନ୍ଦ୍ର ପକ୍ଷରୁ ଆଜି ଅପରାହ୍ନରେ ଜାରି ଏକ ସତର୍କ ସୂଚନାରେ କୁହାଯାଇଛି। ଅନ୍ୟପକ୍ଷରେ, ମୌସୁମୀ ନିମ୍ନଚାପ ରେଖା ଆଜି ଗୁଜୁରାଟର ଦେସାରୁ ବାହାରି ଇନ୍ଦୋର, ଦାମୋହ, ପେନ୍ଦ୍ରାରୋଡ଼ ଏବଂ ଓଡ଼ିଶାର ଗୋପାଳପୁରରୁ ପୂର୍ବ- ଦକ୍ଷିଣ- ପୂର୍ବ ଦିଗରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଯାଏଁ ଲମ୍ବିଛି। ଏହା ସମୁଦ୍ର ପତ୍ତନ ଠାରୁ ବାୟୁମଣ୍ଡଳର ୧.୫ କିମି ଉଚ୍ଚତା ଯାଏଁ ବ୍ୟାପିଛି। ଏହାର ପ୍ରଭାବରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ସୃଷ୍ଟି ହେବାକୁ ଥିବା ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ୨୬ ଜୁଲାଇ, ବୁଧବାର ବେଳକୁ ଘନୀଭୂତ ହୋଇ ଚଳିତ ମୌସୁମୀ ଋତୁର ପ୍ରଥମ ଅବପାତର ରୂପ ନେବା ସମ୍ଭାବନା ରହିଛି! ଏହି ପରିପ୍ରେକ୍ଷୀରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍‌ ୨୫ ଜୁଲାଇ, ମଙ୍ଗଳବା...

ଭାରତ ସରକାର ଙ୍କ ବୟନ ଶିଳ୍ପ ବିଭାଗ ଦ୍ୱାରା ଆୟୋଜିତ ୧୨ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ର ଉଦଯାପନୀ ସମାରୋହ ଅନୁଷ୍ଠିତ...

Image
ଭାରତ ସରକାର ଙ୍କ ବୟନ  ଶିଳ୍ପ ବିଭାଗ ଦ୍ୱାରା ଆୟୋଜିତ ୧୨ ଦିନିଆ ପ୍ରଶିକ୍ଷଣ  କାର୍ଯ୍ୟକ୍ରମ ର ଉଦଯାପନୀ ସମାରୋହ ଅନୁଷ୍ଠିତ... ବରଗଡ଼/ସମ୍ବଲପୁର,୨୪/୦୭ : IIM ସମ୍ବଲପୁର ଠାରେ ଭାରତ ସରକାର ଙ୍କ ବୟନ  ଶିଳ୍ପ ବିଭାଗ ଦ୍ୱାରା ଆୟୋଜିତ ୧୨ ଦିନିଆ ପ୍ରଶିକ୍ଷଣ  କାର୍ଯ୍ୟକ୍ରମ ର ଉଦଯାପନୀ ସମାରୋହ ରେ  କମିଶନର  ସୁଶ୍ରୀ ରୂପ ରାଶି,             Ad.. ମୁଖ୍ୟ ମହାପ୍ରବନ୍ଧକ ଡା. ଶୁଭ୍ରାଂଶୁ ଶେଖର ଆଚାର୍ଯ୍ୟ , SIDBI ଓ Director, IIM,Sambalpur ପ୍ରଫେସର ମହାଦେବ ଜେଶ୍ୱାଳ ଙ୍କ ଉପସ୍ଥିତି ରେ ବରଗଡ଼ ଜିଲ୍ଲାର ୨୮ ଜଣ କୁଶଳୀ ବୁଣାକାରଙ୍କ ପାଇଁ  କ୍ଷୁଦ୍ର ବ୍ୟବସାୟ ପରିଚାଳନା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ର ପ୍ରମାଣ ପତ୍ର ପ୍ରଦାନ କରାଯାଇଛି । Report : Bijay ku sahu Edited by k.s thakur...

ଖଡ଼ିଆଳ ପଦ୍ମପୁର ଠାରେ ସଡ଼କ ଦୁର୍ଘଟଣା, ଜଣେ ଗୁରୁତର ଆହତ...

Image
ଖଡ଼ିଆଳ ପଦ୍ମପୁର ଠାରେ ସଡ଼କ ଦୁର୍ଘଟଣା, ଜଣେ ଗୁରୁତର ଆହତ... ନୂଆପଡା,୨୪/୦୭ :  ନୂଆପଡା ଜିଲ୍ଲା ଖଡ଼ିଆଳ ଥାନା ପଦ୍ମପୁର ଛକ ନିକଟରେ ସଡ଼କ ଦୁର୍ଘଟଣା ରେ ଜଣେ ସାଇକେଲ ଆରୋହି ଗୁରୁତର ଆହତ ହୋଇଥିବା ଜଣାପଡିଛି । ସୂଚନା ମତେ ବଙ୍ଗୋମୁଣ୍ଡା ଥାନା ଗନ୍ଧରାବନ୍ଧ ଗ୍ରାମର ଜନାର୍ଦ୍ଦନ ଜଗତ ଖଡ଼ିଆଳ ଏକ ଗ୍ୟାରେଜ ରେ ଗାଡି କଲର ମିସ୍ତ୍ରୀ ଭାବେ କାମ କରନ୍ତି।              Ad.. ସେ ଖଡ଼ିଆଳ ସ୍ଥିତ ପଦ୍ମପୁର ଗ୍ରାମରେ ରହି ଖଡ଼ିଆଳ ରେ କାମ କରନ୍ତି । ଗତ ସନ୍ଧ୍ୟାରେ କାମ ସାରି ନିଜ ସାଙ୍ଗ ମାନଙ୍କ ସହିତ ଘରକୁ ଫେରୁଥିବା ସମୟରେ ଜଣେ ମୋଟର ସାଇକେଲ ଆରୋହି ଧକ୍କା ଦେଇଥିଲା ।  ଯାହାଫଳରେ ଜନାର୍ଦ୍ଦନ ଜଗତ ର ମୁଣ୍ଡ ରେ ବହୁତ ଆଘାତ ହୋଇ ରକ୍ତ ଶ୍ରାବ ହେଉଥିବା ବେଳେ ତାକୁ ସାଙ୍ଗେ ସାଙ୍ଗେ ଖଡ଼ିଆଳ ଉପଖଣ୍ଡ ଚିକିତ୍ସାଲୟ ରେ ଭର୍ତି କରାଯାଇଥିଲା ।  ମୁଣ୍ଡରେ ବହୁତ ଆଘାତ ହୋଇଥିବା ରୁ ସିଟି ସ୍କେନ ର ଆବଶ୍ୟକ ଥିବା ବେଳେ ତାକୁ ବଲାଙ୍ଗୀର କୁ ସ୍ଥାନାନ୍ତର କରିବା ପାଇଁ ଡାକ୍ତର ପରାମର୍ଶ ଦେଇଥିବା ଜଣାପଡିଛି । ଦୁର୍ଘଟଣା ଘଟାଇ ଥିବା ବ୍ୟକ୍ତି ନିକଟସ୍ଥ ଗ୍ରାମର ବୋଲି ଜଣାପଡିଛି । ଖଡ଼ିଆଳ ପୋଲିସ ତଦନ୍ତ କରି ଦୁର୍ଘଟଣା ଘଟାଇ ପକାଇ ଯାଇଥିବା ବ୍ୟକ୍ତି ଙ୍କ ନାମରେ କେଶ ରୁଜ୍ଜୁ କରିବା ପାଇଁ ସ୍ଥାନୀୟ ଲୋକମାନେ ଦାବୀ କରିଛନ୍ତି ।  Edited by k.s thakur.....

ମୁଖ୍ୟମନ୍ତ୍ରୀଙ୍କ ନୂଆ ରେକର୍ଡକୁ ନେଇ ସାମାଜିକ ଗଣମାଧ୍ୟମରେ ବର୍ଷିଲେ ପୂର୍ବତନ ରାଜ୍ୟ ବିଜେପି ସଭାପତି...

Image
ମୁଖ୍ୟମନ୍ତ୍ରୀଙ୍କ ନୂଆ ରେକର୍ଡକୁ ନେଇ ସାମାଜିକ ଗଣମାଧ୍ୟମରେ ବର୍ଷିଲେ ପୂର୍ବତନ ରାଜ୍ୟ ବିଜେପି ସଭାପତି... ଭୁବନେଶ୍ୱର,୨୩/୦୭ :  ମୁଖ୍ୟମନ୍ତ୍ରୀଙ୍କ ନୂଆ ରେକର୍ଡକୁ ନେଇ ସାମାଜିକ ଗଣମାଧ୍ୟମରେ ବର୍ଷିଲେ ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି । ଖୋଲିଦେଲେ, ରାଜ୍ୟରେ ୨୩ ବର୍ଷର ସ୍ଥିର ସରକାରର ବିଫଳତାର ପୋଲ ।                Ad.. ମୁଖ୍ୟମନ୍ତ୍ରୀ ପ୍ରାୟୋଜିତ ପୁରସ୍କାର ଗ୍ରହଣ କରନ୍ତି, କିନ୍ତୁ କାର୍ଯ୍ୟରେ ତାହା ଦେଖାଯାଏ ନାହିଁ । ସେ ଆହୁରି କହିଛନ୍ତି, ଓଡ଼ିଶା ଗଣମାଧ୍ୟମରେ ଏକ ରେକର୍ଡ ଭଙ୍ଗ କରିବାର ଖବର ପଢିବାକୁ ପାଇଲି, ଯାହା ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ଵର୍ଗତ ଜ୍ୟୋତି ବସୁଙ୍କ ଶାସନ କାଳ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଶାସନ କାଳ ପାଖାପାଖି ସମାନ ଥିବା ଖବର ଉପରେ ପର୍ଯ୍ୟବେସିତ ।  ଓଡ଼ିଶାର ମୁଖ୍ୟମନ୍ତ୍ରୀ କେବଳ ନିଜ ପ୍ରାୟୋଜିତ ପୁରସ୍କାର ଗ୍ରହଣ କରି ନିଜକୁ ପ୍ରମାଣିତ କରନ୍ତି, କାର୍ଯ୍ୟରେ ନୁହେଁ । ପ୍ରାୟୋଜିତ ପୁରସ୍କାର ଗ୍ରହଣ କରିବାରେ ରେକର୍ଡ ସୃଷ୍ଟି କରିଛନ୍ତି । ତାଙ୍କ ଶାସନ କାଳରେ କିଛି ରେକର୍ଡ ସୃଷ୍ଟି ହୁଏ ଏବଂ ତାହା ହେଉଛି ପ୍ରତିଶ୍ରୁତି ପାଳନ ନ କରିବା।  ଓଡ଼ିଶାର ପ୍ରତି ବ୍ଲକରେ ୩୫ ପ୍ରତିଶତ ଜଳସେଚନ ବ୍ୟବସ୍ଥା, ପ୍ରତି ବ୍ଲକରେ ଶୀତଳ ଭଣ୍ଡାର, ବାସହୀନଙ୍କୁ ପଟ୍ଟା ଓ ଘର ଦେବା, ଶିଳ୍ପାୟନ ...