ଆମ ଆଦମୀ ଭେଟିଲା ଲଳିତ ର ପିତା ମାତାଙ୍କୁ, ଅପରାଧର ମାଷ୍ଟର ମାଇଣ୍ଡ କୁ ଧରିବା ପାଇଁ ଦାବି.
ଆମ ଆଦମୀ ଭେଟିଲା ଲଳିତ ର ପିତା ମାତାଙ୍କୁ, ଅପରାଧର ମାଷ୍ଟର ମାଇଣ୍ଡ କୁ ଧରିବା ପାଇଁ ଦାବି...
କଣ୍ଟାବାଞ୍ଜି,୨୪/୦୭ : କଣ୍ଟାବାଞ୍ଜି ର ନାବାଳକ ଶିଶୁ ଲଳିତ ଜୈନ ର ରହସ୍ୟ ଜନକ ମୃତ୍ୟୁ ମାମଲା ରେ ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ଆମ ଆଦମି ପାର୍ଟି ତରଫରୁ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ର ସଭାପତି ସୁରଥ ବେହେରା ଙ୍କ ନେତୃତ୍ଵରେ ମୃତକର ପିତା ପ୍ରମୋଦ ଜୈନ ଙ୍କୁ ସାକ୍ଷାତ କରି ଆଶ୍ୱସନା ଦେବା ସହ ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ସରକାର ପାଖରେ ଦାବୀ କରିଛନ୍ତି।
Ad..
ଶ୍ରୀ ବେହେରା ବଲାଙ୍ଗୀର ପୁଲିସ ଉପରେ ଏହି ଘଟଣା ର ମାଷ୍ଟର ମାଇଣ୍ଡ କୁ ସଂରକ୍ଷଣ ଦେଉଥିବାରୁ ଠିକ୍ ଭାବରେ ତଦନ୍ତ ହେଉ ପାରୁ ନାହିଁ ବୋଲି ଅଭିଯୋଗ କରିଛନ୍ତି।
ଶ୍ରୀ ବହେରା ଆହୁରି ଅଭିଯୋଗ କରିଛନ୍ତି ଯେ କଣ୍ଟାବାଞ୍ଜି ର ଏତେବଡ଼ ସମ୍ବେଦନଶୀଳ ଘଟଣା ଉପରେ ସ୍ଥାନୀୟ ବିଧାୟକ କୌଣସି ପ୍ରକାର ପ୍ରତିକ୍ରିୟା ନ ଦେବା କୌଣସି ନା କୌଣସି ଠାରେ ଅପରାଧି ମାନେ ନିର୍ଭୀକ ଅଛନ୍ତି। ଯେହେତୁ ମୃତକର ବାପା ଆଗରୁ ଅଭିଯୋଗ କରି ଆସୁଛନ୍ତି, ଯେ ଯେତେବେଳେ ଲଳିତ କୁ ମାଡ ମରା ଯାଉଥିଲା ସେତେବେଳେ ସେଠାରେ କିଛି ରାଜନୈତିକ ବ୍ୟକ୍ତି ଥିଲେ। ସେ କଥା ମଧ୍ୟ ପୁଲିସ କୁ କହିଛି ହେଲେ ସେ ଦିଗରେ ତଦନ୍ତ କରା ଯାଉ ନାହିଁ ବୋଲି ଅଭିଯୋଗ କରିଛନ୍ତି।
ଏଣୁ ଏହାର ଉଚ୍ଚସ୍ତରୀୟ ତଦନ୍ତ ନ ହେଲେ ଘଟଣା ଟି ଚାପି ଯିବ ବୋଲି ଏବଂ କଣ୍ଟାବାଞ୍ଜିରେ ଆହୁରି ଅପରାଧର ବଢି ଯିବ ବୋଲି ଶ୍ରୀ ବେହେରା କହିଛନ୍ତି। ସାକ୍ଷାତ ବେଳେ ଦଳର କରୁଆ ମୁଣ୍ଡା ପଞ୍ଚାୟତ ସଭାପତି ଜମ୍ବୁ ଛୁରା, ବରିଷ୍ଠ ସଭ୍ୟ ହାଡୁ ଛାତ୍ରୀଆ, ମାଲ ତାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ ।
Edited by k.s thakur...
Comments
Post a Comment