ରାଣୀପୁର ଝରିଆଲ ଚଉଷଠି ଯୋଗିନୀ ପୀଠର ବିକାଶ ପାଇଁ ୧୦୦ କୋଟି ଦାବୀ କଲେ ବିଧାୟକ ସନ୍ତୋଷ ସିଂ ସାଲୁଜା...
ରାଣୀପୁର ଝରିଆଲ ଚଉଷଠି ଯୋଗିନୀ ପୀଠର ବିକାଶ ପାଇଁ ୧୦୦ କୋଟି ଦାବୀ କଲେ ବିଧାୟକ ସନ୍ତୋଷ ସିଂ ସାଲୁଜା...
କଣ୍ଟାବାଞ୍ଜି,୩୦/୦୭ : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଳକ ଅନ୍ତର୍ଗତ ରାଣୀପୁର ଝରିଆଲ ଠାରେ ସ୍ଥିତ ଐତିହ୍ୟ ପ୍ରସିଦ୍ଧି ଲାଭ କରିଥିବା ଚଉଷଠି ଯୋଗିନୀ ପୀଠର ଅବହେଳିତ ଅପୁରଣୀୟ ସାମଗ୍ରିକ ବିକାଶ ପାଇଁ ୧୦୦ କୋଟି ଟଙ୍କା ଦାବୀ କଲେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ।
Ad..
ସୋମେଶ୍ୱ ମନ୍ଦିର ପ୍ରାଙ୍ଗଣରେଭକ୍ତ ମଣ୍ଡପ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇ ବିକାଶ ଦାବି ଉପରେ ସୂଚନା ଦେଇ କହିଥିଲେ। ତେବେ ବହୁ ମୂଖୀ ସମସ୍ୟାର ସାମଗ୍ରିକ ବିକାଶ ପାଇଁ ୧୦୦ କୋଟି ଅର୍ଥ ପାଣ୍ଠି ଦାବୀ କରିଛନ୍ତି ।
କେନ୍ଦ୍ର ଓ ରାଜ୍ୟ ସରକାର ଉଭୟ ସରକାର ଧାର୍ମିକ ତୀର୍ଥ କ୍ଷେତ୍ରର ବିଭିନ୍ନ ସାମଗ୍ରିକ ବିକାଶ ସମସ୍ୟା ରହିଥିବା ବେଳେ ଜନ ସାଧାରଣଙ୍କୁ ଭୁଆଁ ବୁଲାଉଛନ୍ତି ଉଭୟ ସରକାର ବୋଲି କହିଛନ୍ତି ବିଧାୟକ ଶ୍ରୀ ସାଲୁଜା । କେନ୍ଦ୍ର ସରକାର ଉକ୍ତ କ୍ଷେତ୍ର କାର୍ଯ୍ୟ ଉନ୍ନତି କରଣ ହାତକୁ ନେବା ପାଇଁ ଘୋଷଣା କରିଥିଲେ ସୁଦ୍ଧା ଆଜି ଯାଏ ଘୋଷଣା କେବଳ ପ୍ରହସନ ରେ ରହିଯାଇଛି ।
ସେହି ଭଳି ରାଜ୍ୟ ସରକାର ମଧ୍ୟ ଅର୍ଥ ପାଣ୍ଠି ଦେବାରେ କୁଣ୍ଠା ବୋଧ କରିଛନ୍ତି ।ଚଳିତ ବଜେଟରେ ରାଜ୍ୟ ସରକାରଙ୍କୁ ରାଣିପୁର ଝରିଆଲ ବିକାଶ ପାଇଁ ୧୦୦ କୋଟି ଟଙ୍କା ଅର୍ଥ ମଞ୍ଜୁରି କରି ଦେବାକୁ ଦାବୀ କରିଛନ୍ତି ଶ୍ରୀ ସାଲୁଜା ।ଅନ୍ୟ ଦାବି ଗୁଡିକରେ ସିନ୍ଧେକେଲାରୁ ରାଣୀପୁର ଝରିଆଲ ଭାୟା ଅଲଣ୍ଡା ଯାଏ ରାସ୍ତା ନିର୍ମାଣ ।
ମୁଣ୍ଡପଦର ରାଣୀପୁର ଝରିଆଲ ବରକାନି ଯାଏ ୪ ଲେନ ରାସ୍ତା ନିର୍ମାଣ । ଗରେଇ ରାଣୀପୁର ଝରିଆଲ ଭାୟା ବରକାନି ଯାଏ ୪ ଲେନ ରାସ୍ତା ନିର୍ମାଣ । ଦେଶ ବିଦେଶ ରୁ ଆଗନ୍ତୁକ ପର୍ଯ୍ୟଟକ ମାନଙ୍କ ପାଇଁ ଗୋଟିଏ ଏୟାରପୋର୍ଟ -ଏୟାର ଷ୍ଟ୍ରିପ୍ଟ ନିର୍ମାଣ । ପର୍ଯ୍ୟଟକ ମାନଙ୍କ ଭ୍ରମଣ ବା ମନୋରଞ୍ଜନ ପାଇଁ ପାର୍କ ଏବଂ ଡିୟର ପାର୍କ ।
ପର୍ଯ୍ୟଟକ ମାନଙ୍କ ମନୋରଞ୍ଜନ ଏବଂ ରାଣୀପୁର ଝରିଆଲର ଇତିହାସ ଜାଣିବା ପାଇଁ ଲାଇଟ ସିଷ୍ଟମ ର ବ୍ୟବସ୍ଥା । ଏ ଠାରେଇତି ପୂର୍ବେ ଗୋଟିଏ ବୌଦ୍ଧ ଧର୍ମର ବିଶ୍ଵ ବିଦ୍ୟାଳୟ ଥିଲା ଏବଂ ଅଧ୍ୟାପକ ମାନେ ଏଠାରେ ଛାତ୍ର ମାନଙ୍କୁ ବୌଦ୍ଧ ଧର୍ମ ଉପରେ ପାଠ ପଢ଼ାଉଥିଲେ ।ତେବେ ସେହି ଭାଷା ଲିପିରପୁନରୁଦ୍ଧାର ପାଇଁ ଏକ ଗବେଷଣା କେନ୍ଦ୍ର ସ୍ଥାପନ କରାଯାଉ ।
ଚଉଷଠି ଯୋଗିନୀ ମନ୍ଦିରରୁ ଇନ୍ଦ୍ରଲାଠ ମନ୍ଦିର ମଝିରେ ବ୍ରିଜ ଓ ରାସ୍ତା ନିର୍ମାଣ । ଏ ଠାରେ ଲୋକଙ୍କ ଚାହିଦା ନୁଯାଇ ୱାଟର ପାର୍କ ନିର୍ମାଣ।ଲୋକ ମାନଙ୍କ ରାତ୍ରି ଜାପନ ପାଇ ଗୋଟିଏ ଆଶ୍ରୟ ସ୍ଥଳୀ ଗେଷ୍ଟ ହାଉସ କିମ୍ବା ହୋଟେଲ ବ୍ୟବସ୍ଥା କରାଯାଉ ।
ଗୋଟିଏ ବିବାହ ଉତ୍ସବମଣ୍ଡପ,ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ । ଚଉଷଠି ଯୋଗିନୀ ପୀଠକୁ ବିଶ୍ଵ ସ୍ତରୀୟ ପର୍ଯ୍ୟଟକ ସ୍ଥଲିର ମାନ୍ୟତା ଦିଆଯାଉ ବୋଲି ଶ୍ରୀ ସାଲୁଜା ଦାବି କରିଥିଲେ ।
ତେବେ ସାମ୍ବାଦିକ ସମ୍ମିଳନୀରେଉପସ୍ଥିତ ଥିଲେ ପୂର୍ବତନ ବଙ୍ଗୋମୁଣ୍ଡା ବ୍ଲକ ଅଧକ୍ଷ ଗୁରୁଚରଣ ବେହେରା,ସିନ୍ଧେକେଲା,ସମିତି ସଭ୍ୟ ଉପାଧ୍ୟକ୍ଷା-କେଶବ ନାରାୟଣ ଜୈନ , ଜିଲ୍ଲା ପରିଷଦ ସଦସ୍ୟ ଓମ କୁମ୍ଭାର , କୌଶିକ ମେହେର ମଞ୍ଚାସୀନ ଥିବା ବେଳେବିଭିନ୍ନ ପଞ୍ଚାୟତ ସମିତି ସଭ୍ୟ ସରପଞ୍ଚ ସମେତ କଂଗ୍ରେସ କର୍ମୀ ପ୍ରମୁଖ ଯୋଗଦେଇ ଥିଲେ ।
Edited by k.s thakur...
Comments
Post a Comment