ଅଭିନେତା ମନୋଜ୍ ମିଶ୍ରଙ୍କୁ ଅପମାନିତ କରିବା ସହ ଗାଳିଗୁଲଜ ଅଭିଯୋଗ, ଥାନାରେ ଏତଲା ଦେଲେ କେଏମ୍ଏମ୍...
ଅଭିନେତା ମନୋଜ୍ ମିଶ୍ରଙ୍କୁ ଅପମାନିତ କରିବା ସହ ଗାଳିଗୁଲଜ ଅଭିଯୋଗ, ଥାନାରେ ଏତଲା ଦେଲେ କେଏମ୍ଏମ୍...
କଣ୍ଟାବାଞ୍ଜି,୨୫/୦୭ : ପୂର୍ବ ଓଡିଶା ରେ ରହୁଥିବା କିଛି ଅଭିନେତା ମାନେ ପଶ୍ଚିମ ଓଡିଶାର ଅଭିନେତା ମନୋଜ ମିଶ୍ରଙ୍କୁ ଅପମାନିତ କରିବା ସହିତ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି ।
Ad..
ଏନେଇ କଣ୍ଟାବାଞ୍ଜି କୋଶଲ୍ ରାଏଜ୍ ମୁକ୍ତି ମୋର୍ଚ୍ଚା ପକ୍ଷରୁ କଣ୍ଟାବାଞ୍ଜି ଥାନାରେ ଏକ ଲିଖିତ ଅଭିଯୋଗ ହୋଇଛି । କେଏମ୍ଏମ୍ ସଦସ୍ୟ ମାନେ ଦେଇଥିବା ଅଭିଯୋଗରେ ଏହି ଘଟଣା କୁ ଅଭିନେତା ଶ୍ରୀ ମିଶ୍ରଙ୍କୁ ପଶ୍ଚିମ ଓଡିଶା ଭାଗ ବୋଲି କହିବା କଥା କୁ ମଧ୍ୟ ନିନ୍ଦା କରିବା ସହ ଅସନ୍ତୋଷ ପ୍ରକାଶ କରିଛନ୍ତି ।
କୋଶଲ୍ ରାଏଜ୍ ମୁକ୍ତି ମୋର୍ଚ୍ଚା ତରଫରୁ ସଭାପତି ରଞ୍ଜନ୍ ମହାପାତ୍ର, ଉପ ସଭାପତି ରାଜୁ ବାରିକ୍ ସହ ସମ୍ପାଦକ୍ କାନ୍ହା ଦିପ, କୋଷାଧ୍ୟକ୍ଷ ସୋମନାଥ ସାହୁ ସମେତ ଅନ୍ୟମାନେ ଉପସ୍ଥିତି ଥିଲେ ।
Edited by k.s thakur...
Comments
Post a Comment