ଜିଲ୍ଲାପାଳ ଶ୍ରୀମତୀ ମୋନିଷା ବାନାର୍ଜୀ ଙ୍କ ଅଧକ୍ଷତା ରେ ଜିଲ୍ଲାସ୍ତରୀୟ ସର୍ବଦଳୀୟ ବୈଠକ ଅନୁଷ୍ଠିତ...
ଜିଲ୍ଲାପାଳ ଶ୍ରୀମତୀ ମୋନିଷା ବାନାର୍ଜୀ ଙ୍କ ଅଧକ୍ଷତା ରେ ଜିଲ୍ଲାସ୍ତରୀୟ ସର୍ବଦଳୀୟ ବୈଠକ ଅନୁଷ୍ଠିତ...
ବରଗଡ଼,୩୦/୦୭ : ଆଗାମୀ ସାଧାରଣ ନିର୍ବାଚନ 2024 ପରିପ୍ରେକ୍ଷୀରେ ଆଜି ଜିଲ୍ଲାପାଳ ଶ୍ରୀମତୀ ମୋନିଷା ବାନାର୍ଜୀ ଙ୍କ ଅଧକ୍ଷତା ରେ ଜିଲ୍ଲାସ୍ତରୀୟ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି ।
Ad..
ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ରେ ଅନୁଷ୍ଠିତ ଏହି ବୈଠକ ରେ ବିଭିନ୍ନ ରାଜନୈତିକ ଦଳ ର ପ୍ରତିନିଧି, ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପୋ, ଉପଜିଲ୍ଲାପାଳ ବରଗଡ ଲଲାଟ ଲୁହା, ପଦ୍ମପୁର ସଦାକର କୁମ୍ଭାର ଯୋଗଦେଇ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ ।
ଜୁଲାଇ 21 ତାରିଖ ଠାରୁ ଭୋଟର ତାଲିକା ସଂଶୋଧନ ନିମିତ୍ତ ଘରକୁ ଘର ସର୍ଭେ ଚାଲିଛି । ଏହା ଅଗଷ୍ଟ 21 ତାରିଖ ପର୍ଯ୍ୟନ୍ତ ଚାଲିବ। ଗତ ସାଧାରଣ ନିର୍ବାଚନ ସମୟରେ 2011 ମସିହା ର ଜନଗଣନା ଅନୁଯାୟୀ ଭୋଟର ତାଲିକା ପ୍ରସ୍ତୁତ ହୋଇଥିଲା। ଏହା ଭିତରେ 10 ବର୍ଷ ରୁ ଅଧିକ ସମୟ ଅତିବାହିତ ହୋଇଛି ,ଲୋକସଂଖ୍ୟା ବଢିଛି । ସ୍ଥାନ ପରିବର୍ତ୍ତନ ଓ ମୃତ୍ୟୁ ଆଦି ଘଟଣା ମଧ୍ୟ ଘଟିଛି ।
ଏ ସବୁକୁ ଦୃଷ୍ଟି ରେ ରଖି ସରକାର ଏକ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ବିଭିନ୍ନ ପଦକ୍ଷେପ ନେଇଛନ୍ତି । ସମସ୍ତ ଜନସାଧାରଣଙ୍କ ଗଣତାନ୍ତ୍ରିକ ଅଧିକାର କୁ ସୁରକ୍ଷିତ ରଖି ଏକ ତ୍ରୁଟି ଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ପାଇଁ ଜିଲ୍ଲାପାଳ ଶ୍ରୀମତୀ ବାନାର୍ଜୀ ଗୁରୁତ୍ୱ ଆରୋପ କରିଛନ୍ତି ।
ଆଗାମୀ 1.1.24 କୁ ଯେଉଁ ମାନଙ୍କ ବୟସ 18 ବର୍ଷ ପୁରା ହୋଇ ଯାଉଛି ସେମାନେ ଏବେ ଠାରୁ ତାଙ୍କର ନାମ ତାଲିକା ଭୁକ୍ତ ପାଇଁ ଆବେଦନ କରି ପାରିବେ। ନୂତନ ନାମ ତାଲିକା ଭୁକ୍ତ ପାଇଁ 6 ନମ୍ବର ଫର୍ମ, ମୃତ୍ୟୁ କିମ୍ବା ସ୍ଥାନାନ୍ତର କ୍ଷେତ୍ର ରେ ନାମ କାଟିବା ପାଇଁ 7 ନମ୍ବର ଫର୍ମ, କୌଣସି ସଂଶୋଧନ ପାଇଁ 8 ନମ୍ବର ଫର୍ମ ମାଧ୍ୟମରେ ଆବେଦନ କରି ପାରିବେ। ଏହି ଆବେଦନ ମୋବଇଲ ଆପ ମାଧ୍ୟମରେ, ଜନସେବା କେନ୍ଦ୍ର ଦ୍ୱାରା କିମ୍ବା ନିଜ ବୁଥ ଅଧିକାରୀଙ୍କ ନିକଟକୁ ଯାଇ କରି ପାରିବେ ।
ବିଶେଷ ଭାବରେ ସ୍କୁଲ ଓ କଲେଜ ସ୍ତରରେ ନୂଆ ଭୋଟର ବେଶୀ ଥିବାରୁ ଜିଲ୍ଲା ର ବିଭିନ୍ନ ସ୍ଥାନ ରେ electoral literacy କ୍ଳବ ଗଠନ କରାଯାଇ ଛାତ୍ର ଛାତ୍ରୀ ମାନଙ୍କୁ ସଚେତନ କରାଯାଉଛି। ସ୍ଥାନୀୟ ପ୍ରସିଦ୍ଧ କଳାକାର, ଷ୍ଟାର ପ୍ରଚାରକ ମାଧ୍ୟମରେ ସଚେତନତା ସୃଷ୍ଟି କରିବା ପାଇଁ ଯୋଜନା ତିଆରି କରାଯାଇଛି ।
ଏତଦବ୍ୟତୀତ ଭୋଟର ମାନଙ୍କ ସୁବିଧା ନିମିତ୍ତ ବୁଥ ର ନାମ ପରିବର୍ତ୍ତନ, ସ୍ଥାନ ପରିବର୍ତ୍ତନ, ଦୂରତା ଦୃଷ୍ଟି ରୁ 6 କି. ମି. କିମ୍ବା ଅଧିକ ଥିଲେ , କୌଣସି ପ୍ରାକୃତିକ ପ୍ରତିବନ୍ଧକ ଥିଲେ , ଅନ୍ୟ କୌଣସି ଅସୁବିଧା ଥିଲେ ସେ କ୍ଷେତ୍ରରେ ନୂଆ ବୁଥ ର ପ୍ରସ୍ତାବ ମଧ୍ୟ ସରକାରଙ୍କ ଅନୁମୋଦନ ନିମନ୍ତେ ପଠାଯିବ।
ଏ ସମ୍ପର୍କ ରେ ଉଭୟ ଉପଜିଲ୍ଲାପାଳ ସେମାନଙ୍କ ନିର୍ବାଚନ ମଣ୍ଡଳୀ ସମ୍ପର୍କ ରେ ଥିବା ପ୍ରସ୍ତାବ ବିଷୟରେ ରାଜନୈତିକ ପ୍ରତିନିଧିମାନଙ୍କ ନିକଟରେ ଉପସ୍ଥାପନା କରିଥିଲେ ।
ଯଦି ଅନ୍ୟ କୌଣସି ଉଚିତ ପ୍ରସ୍ତାବ ଥାଏ ତାହା ପ୍ରଶାସନକୁ ଜଣାଇବା ପାଇଁ ଜିଲ୍ଲାପାଳ ସୂଚନା ଦେଇଥିଲେ।
" ମୁଁ ବି ମିତା " ମାସ୍କଟ ମାଧ୍ୟମରେ କଲେଜ ଛାତ୍ରଛାତ୍ରୀ ଯିଏ କି ନୂତନ ଭୋଟର ହେବାକୁ ଯାଉଛନ୍ତି ସେମାନଙ୍କୁ ତାଲିକା ଭୁକ୍ତ ପାଇଁ ଆକୃଷ୍ଟ କରା ଯାଉଛି। ସର୍ବୋପରି ଏକ ସଠିକ ଭୋଟର ତାଲିକା ପ୍ରସ୍ତୁତି ନିମିତ୍ତ ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ରାଜନୈତିକ ଦଳ ର ପ୍ରତିନିଧି ମାନଙ୍କ ସହଯୋଗ କାମନା କରିଥିଲେ ଜିଲ୍ଲାପାଳ।
ଏହି ବୈଠକ ରେ ବିଜୁ ଜନତା ଦଳର ଡ. ପ୍ରଭାସ ସିଂ, କଂଗ୍ରେସ ଦଳର ପାଣ୍ଡଵ କର୍ଣ୍ଣ, ଭାରତୀୟ ଜନତା ପାର୍ଟି ର ରବିନାରାୟଣ ଦାଶ,ବହୁଜନ ସମାଜ ପାର୍ଟି ର ଜୟରାମ ବାଗ,ଆମ ଆଦମୀ ପାର୍ଟି ର ସ୍ୱରୂପ କୁମାର ଭୋଇ ଉପସ୍ଥିତ ରହି ଆବଶ୍ୟକୀୟ ନୂତନ ବୁଥ ନାମ ପରିବର୍ତ୍ତନ ଓ ସ୍ଥାନାନ୍ତରଣ ଆଦି ର ସୂଚନା ଦେଇଥିଲେ। ଅତିରିକ୍ତ ଜିଲ୍ଲା ପାଳ ଶ୍ରୀ ଟପ୍ପୋ ଧନ୍ୟବାଦ ଅର୍ପଣ କରିଥିଲେ ।
Report : Bijay ku sahu
Edited by k.s thakur...
Comments
Post a Comment