ସହିଦ ସପ୍ତାହ ପାଳନ ପାଇଁ ସିପିଆଇ ମାଓବାଦୀଙ୍କ ଲାଗିଲା ପୋଷ୍ଟର ଓ ବ୍ୟାନର...
ସହିଦ ସପ୍ତାହ ପାଳନ ପାଇଁ ସିପିଆଇ ମାଓବାଦୀଙ୍କ ଲାଗିଲା ପୋଷ୍ଟର ଓ ବ୍ୟାନର...
ରାୟଗଡ଼ା,୨୭/୦୭ : ଆସନ୍ତାକାଲି ଠାରୁ ନକ୍ସଲଙ୍କ ସହିଦ ସପ୍ତାହ ଆରମ୍ଭ।ସହିଦ ସପ୍ତାହ ପାଳନ ନେଇ ଜିଲ୍ଲାର ଦୁର୍ଗମ ଅଂଚଳରେ ନକ୍ସଲ ଲଗାଇଲେ ପୋଷ୍ଟର ଏବଂ ବ୍ୟାନର।
Ad..
ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର ଏବଂ ନିୟମଗିରି ପାହାଡର ପର୍ସାଲି ଗ୍ରାମରେ ନକ୍ସଲ ଲଗାଇଲେ ପୋଷ୍ଟର ଏବଂ ବ୍ୟାନର।ଜୁଲାଇ ୨୮ ଠାରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ସହିଦ ସପ୍ତାହ ପାଳନ ନେଇ ନକ୍ସଲ ଆହ୍ବାନ ଦେଇଛନ୍ତି। ବଂଶଧାରା, ଘୁମୁସର, ନାଗାବଳୀ ମାଓ ସଂଗଠନ ପକ୍ଷରୁ ଏହି ପୋଷ୍ଟର ଏବଂ ବ୍ୟାନର ଲଗାଯାଇଛି।
ପୋଷ୍ଟର ଏବଂ ବ୍ୟାନରରେ ନିୟମଗିରି ପାହାଡ ସୁରକ୍ଷା ପାଇଁ ଲଢୁଥିବା ସିପିଆଇ ମାଓବାଦୀ ସହିଦ ହୋଇଥିବାରୁ ସହିଦଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଆହ୍ବାନ ଦିଆଯାଇଛି।
ସେହିପରି ମାଓ ସଂଗଠନରେ ଯୋଗ ଦେବା ପାଇଁ ମଧ୍ୟ ଜନସାଧାରଣଙ୍କୁ ଆହ୍ବାନ କରାଯାଇଛି।୩ଟି ପୋଷ୍ଟର ଗଛ ମାନଙ୍କରେ ଲଗାଯାଇଥିବା ବେଳେ ବ୍ୟାନରକୁ ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟରେ ଲଗାଯାଇଥିବା ଦେଖିବାକୁ ମିଳିଛି।
ସହିଦ ସପ୍ତାହକୁ ଆଖିଆଗରେ ରଖି ସରକାରୀ ବସ ଚଳାଚଳକୁ ବନ୍ଦ କରିଦିଆଯାଇଛି। ରାୟଗଡାରୁ ବିଭିନ୍ନ ଅଂଚଳକୁ ଯାଉଥିବା ସରକାରୀ ବସଗୁଡିକ ସ୍ଥାନୀୟ ବସଷ୍ଟାଣ୍ଡରେ ଅଟକି ରହିଛନ୍ତି। ସୀମାନ୍ତ ବର୍ତ୍ତି ଅଂଚଳରେ କୁମ୍ବିଂକୁ ଜୋରଦାର କରାଯାଇଛି।
ବିଶେଷକରି କଳାହାଣ୍ଡି,ଫୁଲବାଣୀ,ଗଜପତି ଏବଂ ଆନ୍ଧ୍ର ସୀମାନ୍ତ ଅଂଚଳରେ ରହିଥିବା ଗାଁଗୁଡିକରେ ନକ୍ସଲ ସହିଦସ୍ତମ୍ଭ ନିର୍ମାଣ କରି ସହିଦ ଦିବସ ପାଳନ କରିବେ ବୋଲି ଜଣାପଡିଛି।ପୁଲିସ ତରଫରୁ ଗୁଇନ୍ଦା ବିଭାଗକୁ ସଜାଗ ରହିବାକୁ କୁହାଯାଇଛି।ରାୟଗଡା ପୁଲିସ ଏବଂ ସିଆରପିଏଫ ତରଫରୁ ଯାନବାହନ ଯାଞ୍ଚ ସହ ସମସ୍ତ ଅଚିହ୍ନା ଲୋକଙ୍କୁ ଧରି ପଚରାଉଚରା କରୁଛି।
କୌଣସି ଅଘଟଣକୁ ଏଡାଇବା ପାଇଁ ପୁଲିସ ତରଫରୁ କଡା ସୁରକ୍ଷାର ବନ୍ଦବସ୍ତ କରାଯାଇଛି।ନକ୍ସଲଙ୍କ ଗତିବିଧି ଉପରେ ତୀକ୍ଷଣ ନଜର ରଖାଯାଇଛି।ଗତ ଦୁଇ ଦିନ ତଳେ ନକ୍ସଲ ସହିଦଙ୍କ ଉଦେଶ୍ୟରେ ପ୍ରେସ ବିଜ୍ଞପ୍ତି ଜାରି କରିଥିଲେ।ପ୍ରାୟତଃ ସଦିହ ଦିବସରେ ନକ୍ସଲ ହିଂସାତ୍ମକ ହୋଇ ପଡନ୍ତି।
ତେଣୁ ଦୁର୍ଗମ ଅଂଚଳକୁ ସରକାରୀ ବାବୁମାନଙ୍କ ଗସ୍ତ ପୂର୍ବରୁ ସୁରକ୍ଷାକୁ ଯାଞ୍ଚ କରିବାକୁ ନିର୍ଦେଶ ଦିଆଯାଇଥିବା ଜଣାପଡିଛି।ସୀମାନ୍ତ ଗ୍ରାମର ଲୋକେ ଭୟଭିତ ରହିଛନ୍ତି।ରାୟଗଡା ଜିଲ୍ଲାରେ ବଘୁନା ଡିଭିଜନ କାର୍ଯ୍ୟ କରୁଥିବାରୁ ଏହି ସଂଗଠନ ଉପରେ ଗୁଇନ୍ଦା ନଜର ରଖିଛି।
Edited by k.s thakur...
Comments
Post a Comment