ତୁରେକେଲା କ୍ଳଷ୍ଟର ବିଦ୍ୟାଳୟରେ ପୋଷାକ ବଣ୍ଟନ...
ତୁରେକେଲା କ୍ଳଷ୍ଟର ବିଦ୍ୟାଳୟରେ ପୋଷାକ ବଣ୍ଟନ...
କଣ୍ଟାବାଞ୍ଜି,୨୭/୦୭ : ତୁରେକେଲା ବ୍ଳକ ଅନ୍ତର୍ଗତ ତୁରେକେଲା କ୍ଳଷ୍ଟର ଅଧିନରେ ଥିବା ବିଭିନ୍ନ ବିଦ୍ୟାଳୟରେ ପୋଷାକ ବିତରଣ କରାଯାଇଥିଲା।
Ad..
ଲର୍କି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସଭାନେତ୍ରୀ ଶ୍ରୀମତୀ ଯଶୋବନ୍ତୀ ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଚନ୍ଦ୍ରଭାନୁ ବେହେରା ଓ ତୁରେକେଲା କ୍ଳଷ୍ଟର ସଂଯୋଜକ ବିରଂଚି ନାରାୟଣ ଦାଶ ଯୋଗ ଦେଇଥିଲେ।
ପ୍ରତ୍ୟେକ ଛାତ୍ରଛାତ୍ରୀ ମାନଙ୍କୁ ଦୁଇ ହଳ ପୋଷାକ ଓ ଯୋତା ଦିଆଯାଇଥିଲା। ଏହି ସଭାରେ ଶିକ୍ଷକ ରବୀନ୍ଦ୍ର ରଥ,ପ୍ରେମରାଜ ପାଣିଗ୍ରାହୀ, ବିନୋଦିନୀ ତାଣ୍ଡୀ, ଟିକେଶ୍ୱରୀ ସେଠ,ଶୁଭଦୀପ୍ତା ଦାଶ, ଉପସଭାପତି ସଂଜୟ ତ୍ରିପାଠୀ ଉପସ୍ଥିତ ଥିଲେ।
ଠିକ ସେହିପରି ବ୍ଳକ କଲୋନୀ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ସୁଭଦ୍ରା ମେହେର ଓ ଧରିତ୍ରୀ ମେହେର ଛାତ୍ରଛାତ୍ରୀ ମାନଙ୍କୁ ପୋଷାକ ବିତରଣ କରିଥିଲେ ଓ ବାଗବେଲ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପୀତାମ୍ବର ଲୁହା ପୋଷାକ ବାଣ୍ଟିଥିଲେ।ଉଭୟ ବିଦ୍ୟାଳୟରେ ଏବିଇଓ ଚନ୍ଦ୍ରଭାନୁ ବେହେରା ଓ ସିଆରସିସି ବିରଞ୍ଚି ନାରାୟଣ ଦାଶ ଯୋଗ ଦେଇଥିଲେ।
Edited by k.s thakur...
Comments
Post a Comment