ତମ୍ବାଖୁ ମୁକ୍ତ ଯୁବା ଅଭିଯାନ ସଚେତନତା ସଭା ଅନୁଷ୍ଠିତ...
ତମ୍ବାଖୁ ମୁକ୍ତ ଯୁବା ଅଭିଯାନ ସଚେତନତା ସଭା ଅନୁଷ୍ଠିତ...
କଣ୍ଟାବାଞ୍ଜି,୨୬/୦୭ : ତୁରେକେଲା ବ୍ଳକ ଅନ୍ତର୍ଗତ ଚଟୁଅନକା ଗ୍ରାମ ପଞ୍ଚାୟତର ଉନ୍ନିତ ଉଚ୍ଚ ବିଦ୍ୟାଳୟ ଚଟୁଅନକାଠାରେ ତମ୍ବାଖୁ ମୁକ୍ତ ଯୁବା ଅଭିଯାନ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା।
Ad..
ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତୁରେକେଲା ସୌଜନ୍ୟରେ ସ୍ୱାସ୍ଥ୍ୟ ଓ ସୁସ୍ଥତା କେନ୍ଦ୍ର ଚଟୁଅନକା ତରଫରୁ ଆୟୋଜିତ ସଭାରେ କମ୍ୟୁନିଟି ସ୍ୱାସ୍ଥ୍ୟ ଅଧିକାରୀ ଚିତ୍ରଲେଖା ଦୀପ ଓ ପରାମର୍ଶ ଦାତା ଚିନ୍ମୟ ସ୍ୱ।ଇଁ ଉପସ୍ଥିତ ଥିଲେ।
ଚଳିତ ବର୍ଷର ବିଷୟବସ୍ତୁ ତମ୍ବାଖୁ ନୁହଁ ଆମେ ଖାଦ୍ୟ ଚାହୁଁ ଉପରେ ଆଲୋକପାତ କରିଥିଲେ।ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ କିପରି ତମ୍ବାଖୁ ସେବନରୁ ଦୂରେଇ ରହିବେ ଓ ବିଦ୍ୟାଳୟ ପରିସର ପାଖରେ ଯେପରି ତମ୍ବାଖୁ ମିଳିବ ନାହିଁ ସେଥିପ୍ରତି ସମସ୍ତେ ଯତ୍ନବାନ ହେବା ଉଚିତ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ।
ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ କିଛି ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ କରାଯାଇଥିଲା।ଉପସ୍ଥିତ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀ ତମ୍ବାଖୁ ସେବନ କରିବେନାହିଁ ବୋଲି ଶପଥ ଗ୍ରହଣ କରିଥିଲେ।
Edited by k.s thakur...
Comments
Post a Comment