ବରଗଡ଼ ଜିଲ୍ଲାପାଳ ଙ୍କ ଅଧକ୍ଷତା ରେ ଆଗାମୀ ସ୍ୱାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ...

ବରଗଡ଼ ଜିଲ୍ଲାପାଳ ଙ୍କ ଅଧକ୍ଷତା ରେ ଆଗାମୀ ସ୍ୱାଧୀନତା  ଦିବସ  ପାଳନ ପାଇଁ ପ୍ରସ୍ତୁତି ବୈଠକ  ଅନୁଷ୍ଠିତ...

ବରଗଡ଼,୨୯/୦୭ : ଗତକାଲି ଅପରାହ୍ନ ବରଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ରେ ଜିଲ୍ଲା ପାଳ ଶ୍ରୀମତୀ ମୋନୀଷା ବାନାର୍ଜୀ ଙ୍କ ଅଧକ୍ଷତା ରେ ଆଗାମୀ ସ୍ୱାଧୀନତା  ଦିବସ  ପାଳନ ପାଇଁ ପ୍ରସ୍ତୁତି ବୈଠକ  ଅନୁଷ୍ଠିତ ହୋଇଯାଇଛି ।  

             Ad..



ବୈଠକ ରେ SP ପି. ଏସ. ମୀନା , ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ , ଉପଜିଲ୍ଲାପାଳ ଲଲାଟ ଲୁହା, ସମସ୍ତ ବିଭାଗୀୟ ଅଧିକାରୀ, ବିଭିନ୍ନ ଶିକ୍ଷା ଅନୁଷ୍ଠାନର  ଅଧକ୍ଷ, ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ ।

ଆଗାମୀ ସ୍ୱାଧୀନତା ଦିବସ ରେ କାର୍ଯ୍ୟ ସୂଚୀ  ଅନୁଯାୟୀ ରାମଧୁନ, ପ୍ରଭାତ ଫେରି, ପରେଡ  ଉତ୍ସବ, ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବ। ପରେଡ  ରେ ମୋଟ ୪୩ ଗୋଟି ଦଳ  ଭାଗ  ନେବା ବେଳେ ପରିଚାଳନା ରିଜର୍ଭ ପୋଲିସ ପକ୍ଷରୁ କରାଯିବ।   

ପାଣିମୋରା ର ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ସ୍ମୃତି କୁ ନେଇ ବରିଷ୍ଠ ନାଗରିକ ସଙ୍ଘ  ତରଫରୁ, ତଥା  ବିଭିନ୍ନ ଅନୁଷ୍ଠାନ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା  ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ  କରାଯିବା ନେଇ ସର୍ବ  ସମ୍ମତି କ୍ରମେ ପ୍ରସ୍ତାବ ଗୃହୀତ ହେଲା। 

ସର୍ବୋପରି ଆସନ୍ତା ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ  ମହା  ସମାରୋହ  ରେ ପାଳନ କରାଯିବା  ନେଇ ନିଷ୍ପତି ନିଆଗଲା ।ବୈଠକ କୁ ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ଶ୍ରୀମତୀ କଲ୍ୟାଣୀ ଦାଶ  ପରିଚାଳନା  କରିଥିବା ବେଳେ  ସମସ୍ତ  ବିଭାଗ ର ଅଧିକାରୀ , ବିଭିନ୍ନ ଅନୁଷ୍ଠାନ ର ସଭାପତି, ଶିକ୍ଷକ ଶିକ୍ଷୟିତ୍ରୀ, ଗଣମାଧ୍ୟମ ର ପ୍ରତିନିଧି ଓ ବୁଦ୍ଧିଜୀବୀ ପ୍ରମୁଖ ଉପସ୍ଥିତ ଥିଲେ ।







Report : Bijay ku sahu

Edited by k.s thakur...

Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...