ଖଡ଼ିଆଳ ପଦ୍ମପୁର ଠାରେ ସଡ଼କ ଦୁର୍ଘଟଣା, ଜଣେ ଗୁରୁତର ଆହତ...
ଖଡ଼ିଆଳ ପଦ୍ମପୁର ଠାରେ ସଡ଼କ ଦୁର୍ଘଟଣା, ଜଣେ ଗୁରୁତର ଆହତ...
ନୂଆପଡା,୨୪/୦୭ : ନୂଆପଡା ଜିଲ୍ଲା ଖଡ଼ିଆଳ ଥାନା ପଦ୍ମପୁର ଛକ ନିକଟରେ ସଡ଼କ ଦୁର୍ଘଟଣା ରେ ଜଣେ ସାଇକେଲ ଆରୋହି ଗୁରୁତର ଆହତ ହୋଇଥିବା ଜଣାପଡିଛି । ସୂଚନା ମତେ ବଙ୍ଗୋମୁଣ୍ଡା ଥାନା ଗନ୍ଧରାବନ୍ଧ ଗ୍ରାମର ଜନାର୍ଦ୍ଦନ ଜଗତ ଖଡ଼ିଆଳ ଏକ ଗ୍ୟାରେଜ ରେ ଗାଡି କଲର ମିସ୍ତ୍ରୀ ଭାବେ କାମ କରନ୍ତି।
Ad..
ସେ ଖଡ଼ିଆଳ ସ୍ଥିତ ପଦ୍ମପୁର ଗ୍ରାମରେ ରହି ଖଡ଼ିଆଳ ରେ କାମ କରନ୍ତି । ଗତ ସନ୍ଧ୍ୟାରେ କାମ ସାରି ନିଜ ସାଙ୍ଗ ମାନଙ୍କ ସହିତ ଘରକୁ ଫେରୁଥିବା ସମୟରେ ଜଣେ ମୋଟର ସାଇକେଲ ଆରୋହି ଧକ୍କା ଦେଇଥିଲା ।
ଯାହାଫଳରେ ଜନାର୍ଦ୍ଦନ ଜଗତ ର ମୁଣ୍ଡ ରେ ବହୁତ ଆଘାତ ହୋଇ ରକ୍ତ ଶ୍ରାବ ହେଉଥିବା ବେଳେ ତାକୁ ସାଙ୍ଗେ ସାଙ୍ଗେ ଖଡ଼ିଆଳ ଉପଖଣ୍ଡ ଚିକିତ୍ସାଲୟ ରେ ଭର୍ତି କରାଯାଇଥିଲା ।
ମୁଣ୍ଡରେ ବହୁତ ଆଘାତ ହୋଇଥିବା ରୁ ସିଟି ସ୍କେନ ର ଆବଶ୍ୟକ ଥିବା ବେଳେ ତାକୁ ବଲାଙ୍ଗୀର କୁ ସ୍ଥାନାନ୍ତର କରିବା ପାଇଁ ଡାକ୍ତର ପରାମର୍ଶ ଦେଇଥିବା ଜଣାପଡିଛି । ଦୁର୍ଘଟଣା ଘଟାଇ ଥିବା ବ୍ୟକ୍ତି ନିକଟସ୍ଥ ଗ୍ରାମର ବୋଲି ଜଣାପଡିଛି । ଖଡ଼ିଆଳ ପୋଲିସ ତଦନ୍ତ କରି ଦୁର୍ଘଟଣା ଘଟାଇ ପକାଇ ଯାଇଥିବା ବ୍ୟକ୍ତି ଙ୍କ ନାମରେ କେଶ ରୁଜ୍ଜୁ କରିବା ପାଇଁ ସ୍ଥାନୀୟ ଲୋକମାନେ ଦାବୀ କରିଛନ୍ତି ।
Edited by k.s thakur...
Comments
Post a Comment