ମୁଖ୍ୟମନ୍ତ୍ରୀଙ୍କ ନୂଆ ରେକର୍ଡକୁ ନେଇ ସାମାଜିକ ଗଣମାଧ୍ୟମରେ ବର୍ଷିଲେ ପୂର୍ବତନ ରାଜ୍ୟ ବିଜେପି ସଭାପତି...

ମୁଖ୍ୟମନ୍ତ୍ରୀଙ୍କ ନୂଆ ରେକର୍ଡକୁ ନେଇ ସାମାଜିକ ଗଣମାଧ୍ୟମରେ ବର୍ଷିଲେ ପୂର୍ବତନ ରାଜ୍ୟ ବିଜେପି ସଭାପତି...

ଭୁବନେଶ୍ୱର,୨୩/୦୭ :  ମୁଖ୍ୟମନ୍ତ୍ରୀଙ୍କ ନୂଆ ରେକର୍ଡକୁ ନେଇ ସାମାଜିକ ଗଣମାଧ୍ୟମରେ ବର୍ଷିଲେ ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି । ଖୋଲିଦେଲେ, ରାଜ୍ୟରେ ୨୩ ବର୍ଷର ସ୍ଥିର ସରକାରର ବିଫଳତାର ପୋଲ । 
             Ad..



ମୁଖ୍ୟମନ୍ତ୍ରୀ ପ୍ରାୟୋଜିତ ପୁରସ୍କାର ଗ୍ରହଣ କରନ୍ତି, କିନ୍ତୁ କାର୍ଯ୍ୟରେ ତାହା ଦେଖାଯାଏ ନାହିଁ । ସେ ଆହୁରି କହିଛନ୍ତି, ଓଡ଼ିଶା ଗଣମାଧ୍ୟମରେ ଏକ ରେକର୍ଡ ଭଙ୍ଗ କରିବାର ଖବର ପଢିବାକୁ ପାଇଲି, ଯାହା ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ଵର୍ଗତ ଜ୍ୟୋତି ବସୁଙ୍କ ଶାସନ କାଳ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଶାସନ କାଳ ପାଖାପାଖି ସମାନ ଥିବା ଖବର ଉପରେ ପର୍ଯ୍ୟବେସିତ । 

ଓଡ଼ିଶାର ମୁଖ୍ୟମନ୍ତ୍ରୀ କେବଳ ନିଜ ପ୍ରାୟୋଜିତ ପୁରସ୍କାର ଗ୍ରହଣ କରି ନିଜକୁ ପ୍ରମାଣିତ କରନ୍ତି, କାର୍ଯ୍ୟରେ ନୁହେଁ । ପ୍ରାୟୋଜିତ ପୁରସ୍କାର ଗ୍ରହଣ କରିବାରେ ରେକର୍ଡ ସୃଷ୍ଟି କରିଛନ୍ତି । ତାଙ୍କ ଶାସନ କାଳରେ କିଛି ରେକର୍ଡ ସୃଷ୍ଟି ହୁଏ ଏବଂ ତାହା ହେଉଛି ପ୍ରତିଶ୍ରୁତି ପାଳନ ନ କରିବା। 

ଓଡ଼ିଶାର ପ୍ରତି ବ୍ଲକରେ ୩୫ ପ୍ରତିଶତ ଜଳସେଚନ ବ୍ୟବସ୍ଥା, ପ୍ରତି ବ୍ଲକରେ ଶୀତଳ ଭଣ୍ଡାର, ବାସହୀନଙ୍କୁ ପଟ୍ଟା ଓ ଘର ଦେବା, ଶିଳ୍ପାୟନ ମାଧ୍ୟମରେ ସ୍ଥାନୀୟ ଯୁବକଙ୍କୁ ରୋଜଗାର ଦେବାର ପ୍ରତିଶ୍ରୁତି ଦେଇ ତାହାକୁ ପାଳନ ନ କରିବାର ସର୍ବଶ୍ରେଷ୍ଠ ରେକର୍ଡ ଅଛି।  

ମୋଦି ସରକାର ଘରେ ଘରେ ପାଇପ ଯୋଗେ ପାନୀୟ ଜଳର ବ୍ୟବସ୍ଥା କରିବା ପରେ ମଧ୍ୟ ପାଣି ଦେବା ପାଇଁ ଆପଣଙ୍କ ସରକାର ଆଜି ଅକ୍ଷମ। 

ଶିଶୁ ଓ ଗର୍ଭବତୀ ମହିଳାଙ୍କ କୁପୋଷଣ ଓ ରକ୍ତହୀନତା ସମସ୍ୟାରେ ଆପଣ ରେକର୍ଡ ସୃଷ୍ଟି କରିଛନ୍ତି । ରାଜ୍ୟର ୬ ରୁ ୫୯ ମାସର ଶିଶୁଙ୍କ ଭିତରେ ୪୨.୩ ପ୍ରତିଶତ ରକ୍ତହୀନତା ଦେଖାଦେଇଛି । ୫ ବର୍ଷ ରୁ ୯ ବର୍ଷ ପିଲାଙ୍କ ଭିତରେ ୪୮.୮ ପ୍ରତିଶତ ଏବଂ ୧୦ ରୁ ୧୯ ବର୍ଷର ଝିଅଙ୍କ ମଧ୍ୟରେ ୫୯.୪ପ୍ରତିଶତ, ଗର୍ଭବତୀ ମା’ମାନଙ୍କ ୬୨.୭ ପ୍ରତିଶତ, ସ୍ତନ୍ୟପାନ କରାଉଥିବା ମା’ ୬୮.୬ ପ୍ରତିଶତ ରକ୍ତହୀନତାରେ ଶିକାର ହୋଇଛନ୍ତି । 

୨୦ଟି ଜିଲ୍ଲାରେ ଶିଶୁମାନଙ୍କର ବୟସ ତୁଳନାରେ ଉଚ୍ଚତା କମ୍ ରହୁଛି । ଏନସିଆରବି ରିପୋର୍ଟ ଅନୁସାରେ ଓଡ଼ିଶା ମହିଳା ବିରୋଧୀ ହିଂସା ଓ ଅପରାଧିକ ମାମଲା ସଂଖ୍ୟାରେ ରେକର୍ଡ ସୃଷ୍ଟି କରିଛି, ଯାହା ଆପଣଙ୍କ ସରକାରର ଉପଲବ୍ଧି । ବର୍ଷ ବର୍ଷ ଧରି ମହାପ୍ରଭୁଙ୍କ ରତ୍ନଭଣ୍ଡାର ଖୋଲିବା ପାଇଁ ଆପଣ ସକ୍ଷମ ହୋଇନାହାନ୍ତି, ଏହା ମଧ୍ୟ ଆପଣଙ୍କର ଏକ ରେକର୍ଡ ? 

୨୩ ବର୍ଷରେ ଆପଣଙ୍କ ବଡ ଉପଲବ୍ଧି ହେଲା- ମନ୍ତ୍ରୀ, ସାଂସଦ ଓ ବିଧାୟକଙ୍କୁ ମଞ୍ଚ ବନ୍ଧା ଓ ଚେୟାର ପକାଇବା କାମରେ ଲଗାଇ ସଚିବଙ୍କୁ ବୁଲାଇ ଲୋକଙ୍କ ସମସ୍ୟା ବୁଝିବା, ଯାହା କେବେ ଭାରତୀୟ ରାଜନୈତିକ ଇତିହାସରେ  ଘଟିନଥିବ, ଏହା ହେଉଛି ଶ୍ରେଷ୍ଠ ପ୍ରଶାସକଙ୍କର ସର୍ବଶ୍ରେଷ୍ଠ ରେକର୍ଡ ବୋଲି ଶ୍ରୀ ମହାନ୍ତି କହିଛନ୍ତି । 







Edited by k.s thakur...






Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...