ଲଳିତ ଜୈନ ମୃତ୍ୟୁ ମାମଲା : ଆମ ଆଦମୀ ପାର୍ଟି ତରଫରୁ ପ୍ରତିବାଦ ସଭା...
ଲଳିତ ଜୈନ ମୃତ୍ୟୁ ମାମଲା : ଆମ ଆଦମୀ ପାର୍ଟି ତରଫରୁ ପ୍ରତିବାଦ ସଭା...
କଣ୍ଟାବାଞ୍ଜି,୨୬/୦୭ : କଣ୍ଟାବାଞ୍ଜି ର ନାବାଳକ ଶିଶୁ ଲଳିତ ଜୈନ ର ସନ୍ଦେହ ଜନକ ମୃତ୍ୟୁ ମାମଲା ର ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ଆମ ଆଦମି ପାର୍ଟି ତରଫରୁ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ର ସଭାପତି ସୁରଥ ବେହେରା ଙ୍କ ନେତୃତ୍ଵରେ ଆଜି ସ୍ଥାନୀୟ ଇନ୍ଦିରା ଛକ ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।
Ad..
ସଭା ରେ ଶ୍ରୀ ବେହେରା ବଲାଙ୍ଗୀର ପୁଲିସ ଉପରେ ଏହି ଘଟଣା ର ମାଷ୍ଟର ମାଇଣ୍ଡ କୁ ସଂରକ୍ଷଣ ଦେଉଥିବାରୁ ଠିକ୍ ଭାବରେ ତଦନ୍ତ ହେଉ ପାରୁ ନାହିଁ ବୋଲି ଅଭିଯୋଗ କରିଥିଲେ ।
ଶ୍ରୀ ବହେରା ନିଜ ବକ୍ତବ୍ୟରେ ଅଭିଯୋଗ କରିଛନ୍ତି ଯେ କଣ୍ଟାବାଞ୍ଜି ର ଏତେବଡ଼ ସମ୍ବେଦନଶୀଳ ଘଟଣା ଉପରେ ସ୍ଥାନୀୟ ବିଧାୟକ କୌଣସି ପ୍ରକାର ପ୍ରତିକ୍ରିୟା ନ ଦେବା କୌଣସି ନା କୌଣସି ଠାରେ ଅପରାଧି ମାନେ ନିର୍ଭୀକ ଅଛନ୍ତି , ଅତୀତ ରେ ସ୍ଥାନୀୟ ବିଧାୟକ ସନ୍ତୋଷ ସିଂହ ସାଲୁଜା ଏହି ନିର୍ବାଚନମଣ୍ଡଳୀ ର ମମିତା ମେହେର ,ବଙ୍ଗୋମୁଣ୍ଡା ର ମଞ୍ଜୁ ଦେବୀ ଜୈନ ହତ୍ୟା ଭଲି ଘଟଣା କୁ ବାରମ୍ବାର ଉଠାଉ ଥିବାବେଳେ ମୃତ ନାବାଳକ ଲଳିତ ଜୈନ ଘଟଣା ସମ୍ପର୍କରେ ପଦ ଟିଏ ନ କହିବା ପରୋକ୍ଷରେ ଅପରାଧିଙ୍କୁ ସଂରକ୍ଷଣ ଦେଇଛନ୍ତି ବୋଲି ଅଭିଯୋଗ କରିଥିଲେ।
ଯେହେତୁ ମୃତକର ବାପା ଆଗରୁ ଅଭିଯୋଗ କରି ଆସୁଛନ୍ତି ଯେ ଯେତେବେଳେ ଲଳିତ କୁ ମାଡ ମରା ଯାଉ ଥିଲା ସେତେବେଳେ ସେ ଠାରେ କିଛି ରାଜନୈତିକ ବ୍ୟକ୍ତି ଥିଲେ। ସେ କଥା ବି ପୁଲିସ କୁ କହିଛନ୍ତି ହେଲେ ସେ ଦିଗରେ ତଦନ୍ତ କରାଯାଉ ନାହିଁ ବୋଲି ଅଭିଯୋଗ କରିଛନ୍ତି।
ଏଣୁ ଏହାର ଉଚ୍ଚସ୍ତରୀୟ ତଦନ୍ତ ନ ହେଲେ ଘଟଣା ଟି ଚାପି ଯିବ ଏବଂ କଣ୍ଟାବାଞ୍ଜିରେ ଆହୁରି ଅପରାଧର ବଢି ଯିବ ବୋଲି ଶ୍ରୀ ବେହେରା କହିଛନ୍ତି। ସଭା ରେ ଧାମନଡଂଗା ପଞ୍ଚାୟତ ସଭାପତି ଡ଼ୋଲାମଣୀ ମହତ୍, ତୁରେକେଲା ବ୍ଲକ ସଭାପତି ବିନୋଦ ପୁଟେଲ, କଣ୍ଟାବାଞ୍ଜି ନଗର ସଭାପତି ବିଷ୍ନୁ ପୁଞ୍ଜି, ବେଲପଡା ସଭାପତି ଜମ୍ବେଶ୍ଵର ନାଗ ,ବରିଷ୍ଠ ସଭ୍ୟ ହାଡୁ ଛାତ୍ରୀଆ, ବିନୋଦ ସାହୁ,ଚମାର ବେହେରା ସହ ବହୁ କର୍ମକର୍ତ୍ତା ଥିଲେ।
Edited by k.s thakur...
Comments
Post a Comment