କୋଲକାତା ରେ ହେବାକୁ ଥିବା ଅନ୍ତର୍ଜାତୀୟ କରାଟେ ପ୍ରତିଯୋଗିତାରେ ଭାଗ ନେବେ ବଲାଙ୍ଗୀର କରାଟେ ପ୍ରତିଯୋଗି...

କୋଲକାତା ରେ ହେବାକୁ ଥିବା ଅନ୍ତର୍ଜାତୀୟ କରାଟେ ପ୍ରତିଯୋଗିତାରେ ଭାଗ ନେବେ ବଲାଙ୍ଗୀର କରାଟେ ପ୍ରତିଯୋଗି...

ବଲାଙ୍ଗୀର,୨୭/୦୭ : କୋଲକାତା ରେ ହେବାକୁ ଥିବା ୭ମ ଆନ୍ତର୍ଜାତୀୟ କରାଟେ ପ୍ରତିଯୋଗିତାରେ ବଲାଙ୍ଗୀର ଜିଲ୍ଲାର ଗାନ୍ଧୀ ଷ୍ଟାଡିୟମରେ ଥିବା ବଲାଙ୍ଗୀର କରାଟେ ସ୍କୁଲ ର ୧୦ ଜଣ କରାଟେକା ଅଂଶ ଗ୍ରହଣ କରିବେ।

             Ad..



ଏହି ପ୍ରତିଯୋଗିତା ଚଳିତ ମାସର ୨୮ ରୁ ୩୦ ଜୁଲାଇ ପର୍ଯ୍ୟନ୍ତ କୋଲକାତା ର ନେତାଜୀ ଇଣ୍ଡୋର ଷ୍ଟାଡିୟମରେ ଅନୁଷ୍ଠିତ ହେବ। ବାଳିକା ବିଭାଗରେ ଆନନ୍ଦିନୀ ସାହୁ,ହର୍ଷିତା ସିଂ, ଅନୁଷ୍କା ପଟନାୟକ, ଆୟୁସି ସିଂ ବାରିକ, ତମାନ୍ନା ମେହେର ଓ ଅଭିଲିପ୍ସା ହୋତା ଅଂଶ ଗ୍ରହଣ କରିବେ।

ସେହିପରି ବାଳକ ବିଭାଗରେ ଆୟୁଷ ରଞ୍ଜନ ମେହେର,ଲୋକେଶ ବାଗ,ଆଦିତ୍ୟ ସିଂ ବାରିକ ଓ କ୍ରୀଷ୍ଣା ନାଏକ ଭାଗ ନେବା ବେଳେ କରାଟେ ସ୍କୁଲ ମୂଖ୍ୟ ପ୍ରଶିକ୍ଷକ ତଥା ସମ୍ପାଦକ ହୃଦୟ ଶବର ଓ ଚନ୍ଦ୍ରଶେଖର ସେଠ ରେଫରି ଓ ଜଜ୍ ର ଦାଇତ୍ୱ ତୁଲାଇବେ।

ଟିମ ମେନେଜର ମନ ଗୋବିନ୍ଦ ମେହେର ଓ ଟିମ ପ୍ରଶିକ୍ଷକ ପୁରୁଷୋତ୍ତମ ବାଗ ଦଳ ସହିତ ଆଜି କୋଲକାତା ଯାତ୍ରା କରିଛନ୍ତି।ଏହି ପ୍ରତିଯୋଗିତା ପାଇଁ କରାଟେ ସ୍କୁଲ ର ସଭାପତି ସଚ୍ଚିଦାନନ୍ଦ ବାଗ ୟାଦବ ,କୋଷାଧ୍ୟକ୍ଷ ରବି ବେହେରା ଏବଂ ଅଭିଭାବକ ମାନେ ଶୁଭେଚ୍ଛା ଜଣାଇଛନ୍ତି।






Edited by k.s thakur...

Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...