ଉତ୍ତରାଧିକାରୀ ପ୍ରମାଣ ପତ୍ର ଜାଲିଆତି ଘଟଣା, ମୁଖ୍ଯ ଅଭିଯୁକ୍ତ ଗିରଫ...

ଉତ୍ତରାଧିକାରୀ ପ୍ରମାଣ ପତ୍ର ଜାଲିଆତି ଘଟଣା, ମୁଖ୍ଯ ଅଭିଯୁକ୍ତ ଗିରଫ...

ମୁରିବାହାଲ, ୩୦/୦୭ : ମୁରିବାହାଲ ତହସିଲ ଅନ୍ତର୍ଗତ ଗୋଇମୁଣ୍ଡ ପଂଚାୟତ ର ଝିକିଡୁଙ୍ଗୁରି ଗାଁର ବିନୋଦ କୁମାର ସାହୁ (୩୩ ) ନାମକ ଜଣେ ବ୍ଯକ୍ତି ନିଜ ପରିବାର ଲୋକଙ୍କୁ ବାଦ ଦେଇ ଜାଲିଆତି କରି ଉତ୍ତରାଧିକାରୀ ପ୍ରମାଣ ପତ୍ର ନେଇଥିବା ଅଭିଯୋଗ ହୋଇଥିଲା। 

                Ad..



ଏହାର ତଦନ୍ତ କରି ମୁରିବାହାଲ ତହସିଲଦାର ସୋନାଲି ପାତ୍ର ମୁଖ୍ଯ ଅଭିଯୁକ୍ତ ବିନୋଦ କୁମାର ସାହୁ ଓ ୪ ଜଣ ସାକ୍ଷୀ ଙ୍କ ବିରୋଧରେ ମୁରିବାହାଲ ଥାନାରେ ଏତଲା ଦେଇ ଥିଲେ। 

ଶନିବାର ମୁଖ୍ଯ ଅଭିଯୁକ୍ତ ବିନୋଦ କୁମାର ସାହୁ ଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଳାଣ କରିଥିଲା। ଜାମିନ ଆବେଦନ ନାମନ୍ଜୁର ହେବାରୁ ଅଭିଯୁକ୍ତ କୁ ବିଚାର ବିଭାଗୀୟ ଜେଲ ହାଜତକୁ ପଠାଇ ଦିଆଯାଇଛି। ସେହିପରି ଏହି ମାମଲା ର ଅଧିକ ତଦନ୍ତ ଚାଲିଥିବା ଜଣାପଡ଼ିଛି।






Report : Sudam baghar

Edited by k.s thakur...

Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...