ଓଡିଶାରେ ସରକାରୀ ପ୍ରୋତ୍ସାହନରେ ଚାଲିଥିବା “ମନି ଫର୍ ଜବ୍‌” ର‌୍ୟାକେଟ୍‌ରେ ଗରିବ ମେଧାବୀ ପିଲାମାନେ ବଳି ପଡୁଛନ୍ତି...

ଓଡିଶାରେ ସରକାରୀ ପ୍ରୋତ୍ସାହନରେ ଚାଲିଥିବା “ମନି ଫର୍ ଜବ୍‌” ର‌୍ୟାକେଟ୍‌ରେ ଗରିବ ମେଧାବୀ ପିଲାମାନେ ବଳି ପଡୁଛନ୍ତି...

ଭୁବନେଶ୍ୱର,୨୮/୦୭ : ଶିକ୍ଷିତ ବେକାର ଯୁବକ ଯୁବତୀ ଯେଉଁମାନେ ସରକାରୀ ଚାକିରୀ ଆଶାରେ ଅଛନ୍ତି ଓଡିଶା ସରକାର ସେମାନଙ୍କ ସହିତ ପ୍ରତାରଣା କରିଛନ୍ତି ।

              Ad..


 

ରାଜ୍ୟରେ ସରକାରୀ ଚାକିରୀ ବିକ୍ରି ହେଉଛି । ଓଡିଶାରେ ସରକାରୀ ପ୍ରୋତ୍ସାହନରେ ଚାଲିଥିବା “ମନି ଫର୍ ଜବ୍‌” ର‌୍ୟାକେଟ୍‌ରେ ଗରିବ ମେଧାବୀ ପିଲାମାନେ ବଳି ପଡୁଛନ୍ତି ଓ ସରକାରୀ ଅଧିକାରୀ, ମନ୍ତ୍ରୀ, ଦଲାଲ ମାଲେମାଲ ହେଉଛନ୍ତି । 

ଜେଇ ସିଭିଲ ମେନ୍ ପରୀକ୍ଷାର ପ୍ରଶ୍ନ ପତ୍ର ଲିକ୍ ଘଟଣାର ତଦନ୍ତ କରୁଥିବା ବାଲେଶ୍ୱର ଏସ୍‌ପିଙ୍କ ବୟାନ ପ୍ରମାଣିତ କରୁଛି ଯେ, ସରକାର ଚାହୁଁ ନାହାନ୍ତି ଅସଲ ଖଳନାୟକ ଧରାପଡନ୍ତୁ । 

ଏଭଳି ଗୁରୁତ୍ୱପୂର୍ଣ୍ଣ ପରୀକ୍ଷାର ପ୍ରଶ୍ନ ପତ୍ର ଲିକ୍ ହୋଇଥିବା ପ୍ରିଂଟିଙ୍ଗ ପ୍ରେସ୍ ବିରୋଧରେ କାହିଁକି ଏଫ୍‌ଆଇଆର କରାଯାଇନାହିଁ ? ସେହି ପ୍ରିଂଟିଙ୍ଗ ପ୍ରେସ୍‌ରୁ ପ୍ରଶ୍ନ ପତ୍ର ଲିକ୍ କରାଇବା ପଛରେ ହୋଇଥିବା ଷଡଯନ୍ତ୍ରର ତଦନ୍ତ କାହିଁକି ହେଲା ନାହିଁ ? 

ଏସ୍‌ଏସ୍‌ସିରେ ଅନଲାଇନ ଆବେଦନ ବେଳେ ଦିଆଯାଇଥିବା ମୋବାଇଲ ନମ୍ବର ଦଲାଲମାନଙ୍କ ହାତକୁ ଗଲା କେମିତି ? ଏହି ବଡ କେଳେଙ୍କାରୀର ତଦନ୍ତ ଓଡିଶା ପୋଲିସ କରିଲେ ସତ ସାମ୍ନାକୁ ଆସିପାରିବ ନାହିଁ । 

ଓଡିଆ ପିଲାଙ୍କ ଭାଗ୍ୟ ଭବିଷ୍ୟତ ସହିତ ଆଉ ଖେଳ ନଖେଳି ସରକାର ଏହି ଘଟଣାରେ ସିବିଆଇ ତଦନ୍ତ କରାନ୍ତୁ ବୋଲି ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ କହିଛନ୍ତି ।






Edited by k.s thakur...

Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...