Posts

Showing posts from June, 2023

ଡ୍ରାଇଭର ମହାସଂଘ ସଦସ୍ୟ କୁ ସାହାଯ୍ୟ କଲା ମାରୱାଡ଼ି ଯୁବା ମଞ୍ଚ ...

Image
ଡ୍ରାଇଭର ମହାସଂଘ ସଦସ୍ୟ କୁ ସାହାଯ୍ୟ କଲା ମାରୱାଡ଼ି ଯୁବା ମଞ୍ଚ ... କଣ୍ଟାବାଞ୍ଜି,୩୦/୦୬ : କଣ୍ଟାବାଞ୍ଜି ଡ୍ରାଇଭର ମହାସଂଘ ର ଜଣେ ସଦସ୍ୟ ପ୍ରଦିପ ସରାଫ କୁ ଅକ୍ସିଜେନ ର ଦରକାର ଏଣୁ ଡ୍ରାଇଭର ମହାସଂଘ କଣ୍ଟାବାଞ୍ଜି  ତରଫରୁ ପ୍ରଦିପ ସରାଫ କୁ ଏକ ଅକ୍ସିଜେନ ଯୋଗାଇ ଦିଆଯାଇଛି।             Ad.. ତାଙ୍କ ସ୍ୱାସ୍ଥ୍ୟ ବସ୍ତା ବହୁତ ଗୁରୁତର ଥିବାରୁ ପ୍ରଥମେ କଣ୍ଟାବାଞ୍ଜି ଡ୍ରାଇଭର ମହାସଂଘ ର କର୍ମକର୍ତ୍ତା ଓ ସଦସ୍ୟ ମାନେ ପ୍ରଦିପ ସରାଫ ଙ୍କ ଘରକୁ ଜାଇ ତାଙ୍କ ସ୍ୱାସ୍ଥ୍ୟ ବସ୍ଥା ପଚାରି ବୁଝିଥିଲେ ଓ ତାଙ୍କୁ ଅକ୍ସିଜେନ ଦରକାର ଥିବାରୁ ସମସ୍ତ ସଦସ୍ୟ ମାନେ କଣ୍ଟାବାଞ୍ଜି ମାରୱାଡ଼ି ଯୁବା ମଞ୍ଚ ପାଖରେ ନିବେଦନ କରି ଗୋଟେ ଅକ୍ସିଜେନ ପାଇଁ ସାହାଯ୍ୟ ଲୋଡ଼ିଥିଲେ। ମାରୱାଡ଼ି ଯୁବା ମଂଚର ସଭାପତି ରାହୁଲ ଶୋନି, ସମ୍ପାଦକ ଟଫି ଶର୍ମା ଉପସ୍ଥିତ ରହି ଅକ୍ସିଜେନ ପ୍ରଦାନ କରିଥିଲେ। ଡ୍ରାଇଭର ମହାସଂଘ କଣ୍ଟାବାଞ୍ଜି ପକ୍ଷ୍ୟରୁ କଣ୍ଟାବାଞ୍ଜି ମାରୱାଡ଼ି ଯୁବା ମଞ୍ଚ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ ଓ କୃତଜ୍ଞତା ଜ୍ଞାପନ କରାଯାଇଛି। Edited by k.s thakur...

୧୩ ଜଣିଆ ଡକାୟତି ଗ୍ୟାଙ୍ଗ କୁ ଗିରଫ କଲା କଳାହାଣ୍ଡି ପୋଲିସ...

Image
୧୩ ଜଣିଆ ଡକାୟତି ଗ୍ୟାଙ୍ଗ କୁ ଗିରଫ କଲା କଳାହାଣ୍ଡି ପୋଲିସ... କଳାହାଣ୍ଡି,୩୦/୦୬ : କଳାହାଣ୍ଡି ପୋଲିସକୁ ମିଳିଲା ବଡ଼ ସଫଳତା। ୧୩ ଜଣିଆ ଡକାୟତି ଗ୍ୟାଙ୍ଗକୁ ଗିରଫ କଲା କଳାହାଣ୍ଡି ପୋଲିସ। ୧୩ ଜଣଙ୍କ ମଧ୍ୟରୁ ୧୦ ଜଣ କଳାହାଣ୍ଡି ଏବଂ ୩ ଜଣ ବଲାଙ୍ଗୀର ଜିଲ୍ଲାର ବୋଲି କହିଛନ୍ତି।                Ad.. ଡକାୟତି ଗ୍ୟାଙ୍ଗ ଲୋକଙ୍କୁ କମ୍ ଦରରେ ସୁନା ବିକ୍ରି କରିବା ପାଇଁ କହି ତାଙ୍କୁ ଘଟଣା ସ୍ଥଳରେ ଲୁଣ୍ଠନ କରୁଥିଲେ।  ଡକାୟତି ଗ୍ୟାଙ୍ଗ ଠାରୁ ୫,୭୪,୫୦୦ ଟଙ୍କା ନଗଦ, ଅସଲି ଏବଂ ନକଲି ସୁନା, ହନୁମାନ ପଇସା, ପୋଲସ ୟୁନିଫର୍ମ, ୧୪ ମୋବାଇଲ ସହ ମାରଣାସ୍ତ୍ର ଜବତ କରିଛି।  ଏବାବଦରେ କଳାହାଣ୍ଡି ଆରକ୍ଷୀ ଅଧିକାରୀ ଅଭିଳାଷ ଜି. ସାମ୍ବାଦିକ ସମ୍ମିଳନୀ  କରି ସୂଚନା ଦେଇଛନ୍ତି।  Edited by k.s thakur...

କଟକ ବୋର୍ଡ଼ ସ୍କୁଲରେ ୫-ଟି ସଚିବ, ଛାତ୍ରଛାତ୍ରୀଙ୍କ ସହ ବିକାଶ ନେଇ ଆଲୋଚନା କଲେ...

Image
କଟକ ବୋର୍ଡ଼ ସ୍କୁଲରେ ୫-ଟି ସଚିବ, ଛାତ୍ରଛାତ୍ରୀଙ୍କ ସହ ବିକାଶ ନେଇ ଆଲୋଚନା କଲେ... କଟକ,୩୦/୦୬ : ରାଜ୍ୟ ସରକାରଙ୍କ ୫-ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ ଆଜି କଟକସ୍ଥିତ ବୋର୍ଡ଼ ସ୍କୁଲ ଗସ୍ତ କରିଛନ୍ତି। ଏହି ଅବସରରେ ୫-ଟି ସଚିବ ପ୍ରଥମେ ସ୍କୁଲ ପରିସରରେ ଥିବା ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ।  Ad.. ପରେ ସେ ୫-ଟି ଅଧୀନ ଚାଲିଥିବା ସ୍କୁଲର ଭିତ୍ତିଭୂମିର ବିକାଶ ଯୋଜନାର ସମୀକ୍ଷା କରିଥିଲେ। ଶ୍ରୀ ପାଣ୍ଡିଆନ ସ୍କୁଲର ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ।  ବେଶ କିଛି ସମୟ ଧରି ଚାଲି ଥିବା ଏହି ଆଲୋଚନାରେ ୫-ଟି ସଚିବ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଭବିଷ୍ୟତ ଯୋଜନା ନେଇ ଅନେକ ପ୍ରଶ୍ନ କରି ଥିଲେ। ସେପଟେ ଛାତ୍ରଛାତ୍ରୀମାନେ ୫-ଟି ସଚିବଙ୍କ ସହ ଭାବ ବିନିମୟ କରିବା ପରେ ତାଙ୍କର ଅଟୋଗ୍ରାଫ ମଧ୍ୟ ନେଇ ଥିଲେ। ଶ୍ରୀ ପାଣ୍ଡିଆନଙ୍କ ଏହି ଗସ୍ତ ସମୟରେ ସ୍କୁଲର ପୁରାତନ ଛାତ୍ରମାନେ ମଧ୍ୟ ଉପସ୍ଥିତ ଥିଲେ। ପୁରାତନ ଛାତ୍ରଙ୍କ ସହ ସେ ସ୍କୁଲର ଉନ୍ନତି ସମ୍ପର୍କରେ ଆଲୋଚନା କରିଥିଲେ। Edited by k.s thakur...

ରାଜ୍ୟର ବିଭିନ୍ନ ସ୍ଥାନରେ ଇଦ୍-ଉଲ-ଜୁହା ପାଳିତ...

Image
ରାଜ୍ୟର ବିଭିନ୍ନ ସ୍ଥାନରେ ଇଦ୍-ଉଲ-ଜୁହା ପାଳିତ... କଟକ,୨୯/୦୬ : ଭାଇଚାରା ସହରର କଟକରେ ଆଜି ମୁସଲମାନ ସମ୍ପ୍ରଦାୟର ଲୋକେ ପବିତ୍ର ଇଦ୍-ଉଲ-ଜୁହା ପର୍ବ ବେଶ ଆନନ୍ଦ ଉଲ୍ଲାସର ସହ ପାଳନ କରିଛନ୍ତି ।              Ad.. ବକ୍ରି ଇଦ ଭାବେ ଜଣାଶୁଣା ଏହି ପର୍ବ ମୁସଲମାନ ସମ୍ପ୍ରଦାୟର ଦ୍ୱିତୀୟ ବୃହତ ପର୍ବ। ଏହି ସ୍ୱତନ୍ତ୍ର ପର୍ବର ଅର୍ଥ ଯଦି ପ୍ରଶ୍ନ ଉଠେ, ତାହେଲେ ସିଧା ତ୍ୟାଗ ଓ ବଳିଦାନ ଭାବନାକୁ ସମ୍ମାନ ବୋଲି ବୁଝାଯିବ। ଏହା ସହିତ ସମାଜରେ ଏକତା , ଭାଇଚାରା ମଧ୍ୟରେ ରହି କାମ କରିବା।  ଏହି ପର୍ବରେ ମୁସଲମାନ ଭାଇମାନେ ଗୁରୁବାର ସକାଳୁ ମସଜିଦ ଯାଇ ନମାଜ ପାଠ କରିଥିଲେ। ଏହାପରେ ଜଣେ ଅନ୍ୟଜଣଙ୍କୁ ଆଲିଙ୍ଗନ କରି ଏହି ପର୍ବର ଶୁଭେଚ୍ଛା ଜଣାଇଥାନ୍ତି। ଠିକ୍ ସେହିପରି ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟ ଆଜି ଇଦ୍-ଉଲ-ଜୁହା ପର୍ବ ବେଶ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଛି। Edited by k.s thakur...

କଣ୍ଟାବାଞ୍ଜି ରେ ଛୋଟ ଛୋଟ ପିଲାଙ୍କ ନିଆରା ବାହୁଡା଼ ଯାତ୍ରା...

Image
କଣ୍ଟାବାଞ୍ଜି ରେ ଛୋଟ ଛୋଟ ପିଲାଙ୍କ ନିଆରା ବାହୁଡା଼ ଯାତ୍ରା... କଣ୍ଟାବାଞ୍ଜି,୨୯/୦୬ : କହନ୍ତି ଯେ ଶ୍ରୀ ଜଗନ୍ନାଥ ଭାବର ଠାକୁର। ଭାବ ଥିଲେ ସେ ସବୁ ଜାଗାରେ ଦର୍ଶନ ଦେଇଥାନ୍ତି। ଠିକ ସେହି ପରି କଣ୍ଟାବାଞ୍ଜି ୱାର୍ଡ ନମ୍ବର ୧୪ ବିଜୁଳି ଅଫିସ କଲୋନୀରେ ଘରେ ପୂଜା ପାଉଥିବା ତିନି ଠାକୁରଙ୍କ ଆଶୀର୍ବାଦରେ ପ୍ରାୟ ୧୦ ରୁ ଉର୍ଦ୍ଧ ହେବ ଛୋଟ ଛୋଟ ପିଲା ମାନେ ଏକ ଛୋଟ ରଥ ନିର୍ମାଣ କରି ଛୋଟ ପିଲା ମାନଙ୍କୁ ଧରି ଘୋଷ ଯାତ୍ରକରି ରଥାରୁଡ଼ ୩ ଠାକୁର ଙ୍କୁ ସମସ୍ତ ନୀତିକାନ୍ତି ସମ୍ପର୍ଣ କରି ନିଆରା ଭାବରେ ବାହୁଡା଼ ଯାତ୍ରା କରିଥିଲେ।              Ad.. ଛୋଟ ଛୋଟ ପିଲାମାନେ ଝାଙ୍କର ପଡା, ଡ଼ୁମେରଛୁଆଁ ରାସ୍ତା, ମହାବୀରକଲୋନୀ, ତହସିଲ କାର୍ଯ୍ୟାଳୟ, ରାଜୀବଚ୍ଛକ ତୁରେକେଲା ରାସ୍ତା, ଇଲେକ୍ଟ୍ରି ଗ୍ରୀଡ଼, ଦେଇ ରଥ ଟାଣିଵା ଦୃଶ୍ୟ ନିଆରାଥିଲା। ଘଣ୍ଟ ,କୀର୍ତ୍ତନ ସହ ଜୟ ଜଗନ୍ନାଥ ଧ୍ୱନି ଦେଇ ବାହୁଡା଼ ଯାତ୍ରା ରଥ ଟଣା ସଂପନ୍ନ କରିଥିଲେ ଛୋଟ ଛୋଟ ପିଲା ମାନେ। ଯେଉଁ ନିଆଁରା ଦୃଶ୍ୟ ଦେଖି ଲୋକେ ଚକିତ ହେବା ସହ କହିବା କୁ ବିବସ ହୋଇଥିଲେ ଯେ ଶ୍ରୀ ଜଗନ୍ନାଥ ସତରେ ଭକତ ଭାବରେ ବନ୍ଧା ଓ ଭକତ ପ୍ରେମରେ ଛନ୍ଦା। Edited by k.s thakur...

ମୁରିବାହାଲ ବ୍ଲକ କାର୍ଯାଳୟ ରେ ଏସିଡିସି ବୈଠକ, କାମ ଶୀଘ୍ର ସଂମ୍ପୂର୍ଣ୍ଣ କରିବାକୁ ବିଧାୟକ ଙ୍କ ନିର୍ଦ୍ଦେଶ...

Image
ମୁରିବାହାଲ ବ୍ଲକ କାର୍ଯାଳୟ ରେ ଏସିଡିସି ବୈଠକ, କାମ ଶୀଘ୍ର ସଂମ୍ପୂର୍ଣ୍ଣ କରିବାକୁ ବିଧାୟକ ଙ୍କ ନିର୍ଦ୍ଦେଶ... ମୁରିବାହାଲ ,୨୯/୦୬ : ମୁରିବାହାଲ ବ୍ଲକ କାର୍ଯ୍ୟାଳୟ ସଭାଗ୍ରୁହ ରେ ବୁଧବାର କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ସ୍ତରୀୟ ଏସିଡିସି ବୈଠକ ଅନୁଷ୍ଠିତ ହୋଇ ଯାଇଛି। ବିଧାୟକ ସନ୍ତୋଷ ସିଂ ସାଲୁଜା ଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ବୈଠକ ରେ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମୁରିବାହାଲ, ବଙ୍ଗୋମୁଣ୍ଡା, ତୁରେକେଲା ଓ କଣ୍ଟାବାଞ୍ଜି ଏନଏସିର ବିଭିନ୍ନ ଉନ୍ନୟନମୂଳକ କାମର ସମିକ୍ଷା କରାଯାଇଥିଲା।  Ad.. ସହରର ପୋଖରୀ, ଜଳାଶୟ ର ମାଟି କାମ, ପଙ୍କୋଦ୍ଧାର କାମ ଶେଷ ହୋଇ ନ ଥିବା, ମୁକ୍ତା ଓ ଅନ୍ୟ ଯୋଜନା ରେ ଏନଏସି ବହୁ ପଛରେ ଥିବା ନେଇ ଏନଏସି ଇଓଙ୍କ ଉପରେ ବିଧାୟକ ବିରକ୍ତି ପ୍ରକାଶ କରି ଏହା ଶୀଘ୍ର ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ।  ବଙ୍ଗୋମୁଣ୍ଡା ତହସିଲଦାର ଯୋଗେଶ୍ୱର ଧରୁଆଙ୍କୁ ଗରିବ ଲୋକ ଘର ତିଆରି ପାଇଁ ବାଳି ନେବା ସମୟରେ ଟ୍ରାକ୍ଟର ଧରୁଥିବା ବେଳେ ବଡ ଗାଡି ଛାଡି ଦେଉଥିବା କହିଥିଲେ। ମୁରିବାହାଲ, ବଙ୍ଗୋମୁଣ୍ଡା, ତୁରେକେଲା ତହସିଲଦାର ଙ୍କୁ ଭୂମିହୀନ ମାନଙ୍କୁ ଚାରି ଡିସିମିଲ ଲେଖାଏଁ ଜମି ପଟ୍ଟା ଦେବା ପାଇଁ କହିଥିଲେ।  ବିଧାୟକ ଅଧିକାରୀ ମାନଙ୍କୁ ତାଗିଦ କରିବା ସହ ଶୀଘ୍ର କାମ ଶେଷ  କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଡିଆଡିଏ ଏପିଡି ଗୁଣନିଧି ନାୟକ, ଉପ ଜିଲ୍ଲାପାଳ ଦୟାମୟ ପା...

କଣ୍ଟାବାଞ୍ଜିରେ ଚତୁର୍ଦ୍ଧାମୂର୍ତ୍ତି ଙ୍କ ବାହୁଡା଼ ଯାତ୍ରା ଶାନ୍ତିଶୃଙ୍ଖଳା ସହ ସମ୍ପର୍ଣ୍ଣ...

Image
କଣ୍ଟାବାଞ୍ଜିରେ ଚତୁର୍ଦ୍ଧାମୂର୍ତ୍ତି ଙ୍କ ବାହୁଡା଼ ଯାତ୍ରା ଶାନ୍ତିଶୃଙ୍ଖଳା ସହ ସମ୍ପର୍ଣ୍ଣ... କଣ୍ଟାବାଞ୍ଜି,୨୮/୦୬ : କଣ୍ଟାବାଞ୍ଜି ରେ ଚତୁର୍ଦ୍ଧାମୂର୍ତ୍ତି ଙ୍କ ବାହୁଡା଼ ଯାତ୍ରା ଶାନ୍ତିଶୃଙ୍ଖଳା ଓ ହର୍ଷ ଉଲ୍ଲାସର ସହ ସମ୍ପର୍ଣ୍ଣ ହୋଇଛି । ଚଟୁଅନକା ମାଉସି ମନ୍ଦିର ଠାରେ  ଚତୁର୍ଦ୍ଧାମୂର୍ତ୍ତି ଙ୍କ  ନିତିକାନ୍ତି  ପୁଜାର୍ଚ୍ଚନା ପରେ ରଥ ଟଣା ଆରମ୍ଭ ହୋଇଥିଲା ।  Ad.. ଚଟୁଅନକା ମାଉସି ମନ୍ଦିରରୁ ବାହୂଡି ଥିଲେ ମହାପ୍ରଭୁ । ଚଟୁଅନକା ମାଉସି ମନ୍ଦିର ଠାରୁ ଇନ୍ଦିରା ଛକ, ଶାସ୍ତ୍ରୀ ଛକ ଦେଇ ଜଗନ୍ନାଥ ମନ୍ଦିର କୁ ପହଞ୍ଚି ଥିଲେ ତିନି ଠାକୁର। Ad.. ଜଗନ୍ନାଥ ମନ୍ଦିର କମିଟି ସଭାପତି କାନନ କିଶୋର ପଣ୍ଡା, ସଂପାଦକ କୁଞ୍ଜବିହାରୀ ବେହେରା, ସଦସ୍ୟ ତଥା ଏନଏସି ଅଧ୍ୟକ୍ଷ/ନଗରପାଳ ବରିୟାମ ସିଂହ ସାଲୁଜା(ନାଙ୍ଗୁ ସିଂ), ରାଜେନ୍ଦ୍ର ବେହେରା, ବିଦେଶୀ ବେହେରା, ବେଦବ୍ୟାସ ନାଗ, ଗିରିଜା ସୋନୀ, ଦୁଃଖିଶ୍ୟାମ ଗୁରୁ,  Ad.. ଅଜୟ କୁମାର ଅଗ୍ରୱାଲ,ଲଳିତ ଅଗ୍ରୱାଲ ପ୍ରମୁଖ ସହଯୋଗ କରିଥିବା ବେଲେ ଏହି ପୁଜାରେ କର୍ତ୍ତା ଭାବେ ବିମଳ ଅଗ୍ରୱାଲ ଓ ତାଙ୍କ ଧର୍ମପତ୍ନୀ ରୁଚି ଅଗ୍ରୱାଲ, ପୁଜକ ଭାବେ କୁମୁଦ ଷଡଙ୍ଗୀ, ବିଜୟ ମହାପାତ୍ର, ଶ୍ରୀପତି ମିଶ୍ର, ସୋନୁ ସତପଥୀ ଥିଲେ ।  ସେହିପରି କଣ୍ଟାବାଞ୍ଜି ମେନ ରୋଡ ସ୍ଥିତ ମାଉସି ମନ୍ଦିର ଠାରୁ ଆଶ୍ରମ ପଡ଼ା ଜଗନ୍ନାଥ ମନ୍ଦିର କୁ ...

କୋଶଲ ଗୌରବ ରାମଭକ୍ତ ଫରିକାରଙ୍କୁ ଶ୍ରଦ୍ଧାଞ୍ଜଳି..

Image
କୋଶଲ ଗୌରବ ରାମଭକ୍ତ ଫରିକାରଙ୍କୁ ଶ୍ରଦ୍ଧାଞ୍ଜଳି... କଣ୍ଟାବାଞ୍ଜି,୨୮/୦୬ : ପାଟଣେଶ୍ୱରୀ ସାହିତ୍ୟ ସଂସଦ ଟ୍ରଷ୍ଟ ପାଟଣାଗଡ  ଆନୁକୂଲ୍ୟରେ ଏକ ଆଭାସୀ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା।             Ad.. ସ୍ୱର୍ଗତ କୋଶଲ ଗୌରବ ରାମଭକ୍ତ ଫରିକାରଙ୍କ ଆବର୍ତ୍ତମାନରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ସଭାର ସଭାନେତ୍ରୀ ସଞ୍ଜୁକ୍ତା ପରିଛା ସଭାପତିତ୍ୱ ଓ ସଂପାଦିକା ସୁଶ୍ରୀ ସବିତା ଭୋଇ ସଭା ପରିଚାଳନା କରିଥିଲେ। Ad.. ସଭାରେ ବହୁ କୋଶଲି କବି ଲେଖକ ଯଥା ଶ୍ରୀମତୀ ସୁରୁଚି ମିଶ୍ର, ଜ୍ୟୋତି ପ୍ରକାଶ ଗଡତ୍ୟା,ନେପାଳ ଚନ୍ଦ୍ର ବାଗ,ନିରଞ୍ଜନ ଦେବ,ଭକ୍ତବନ୍ଧୁ ବିଶ୍ୱ।ଳ,ଆଶିଷ ଚନ୍ଦନ, ଜ୍ୟୋତିରାଣୀ ମିଶ୍ର ଆଦି ସ୍ୱର୍ଗତ ଫରିକାର କିଭଳି କୋଶଲ ରାଜ୍ୟ ଗଠନ ଓ ଭାଷା ପାଇଁ ସଦାସର୍ବଦା ଲାଗିଥିଲେ ତାହାରି ଉପରେ ଆଲୋକପାତ କରିଥିଲେ। Ad.. ଯେବେ କୋଶଲ ରାଜ୍ୟ ଗଠନ ହେବ ସେତେବେଳେ ତାଙ୍କରି ନାମ କୋଶଲ ଇତିହାସରେ ରହିବ ବୋଲି ମତ ଦେଇଥିଲେ।ପରିଶେଷରେ ଟ୍ରଷ୍ଟର ସଭ୍ୟ ବିରଞ୍ଚି ନାରାୟଣ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। Edited by k.s thakur...

ମୁରିବାହାଲ ବ୍ଲକ କଲୋନୀ ସ୍କୁଲ ର ଅବହେଳିତ ଅବସ୍ଥା,ପାଂଚଟି ଶ୍ରେଣୀ ପାଇଁ ଗୋଟିଏ କୋଠରୀ...

Image
ମୁରିବାହାଲ ବ୍ଲକ କଲୋନୀ ସ୍କୁଲ ର ଅବହେଳିତ ଅବସ୍ଥା,ପାଂଚଟି ଶ୍ରେଣୀ ପାଇଁ ଗୋଟିଏ କୋଠରୀ... ମୁରିବାହାଲ, ୨୮/୦୬ : ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ କଲୋନୀ ସ୍ଥିତ ପ୍ରାଥମିକ ବିଦ୍ୟାଳୟ ର ଅବହେଳିତ ଅବସ୍ଥା ସରକାରୀ ଯୋଜନା ର ସଫଳତା କୁ ନେଇ  ପ୍ରଶ୍ନବାଚୀ ସ୍ରୁଷ୍ଟି ହୋଇଛି।              Ad.. ଗୋଟିଏ କୋଠରୀ ରେ ପ୍ରଥମ ରୁ ତ୍ରୁତୀୟ ଶ୍ରେଣୀ ପିଲା ପଢୁଥିବା ବେଳେ ବାରଣ୍ଡା ରେ ଚତୁର୍ଥ ଓ ପଂଚମ ଶ୍ରେଣୀ ର ଛାତ୍ରଛାତ୍ରୀ ପଢୁଛନ୍ତି। ୫ ଟି ଶ୍ରେଣୀ ର ପିଲାମାନଙ୍କୁ ପାଠ ପଢାଇବା ପାଇଁ ଦୁଇ ଜଣ, ଜଣେ ଶିକ୍ଷକ ଓ ଆଉ ଜଣେ ଶିକ୍ଷୟତ୍ରୀ ଅଛନ୍ତି।  Ad.. ବିଦ୍ଯାଳୟ ର ପୁରୁଣା ଘର ବିପଦଜନକ ଅବସ୍ଥା। ଖାଳଖମାରେ ପାଣି ଭର୍ତ୍ତି ଶୋଚନୀୟ ରାସ୍ତା ସହ ପାଚେରୀ ନ ଥିବା ସ୍କୁଲ ପରିସର ଅସୁରକ୍ଷିତ ଅବସ୍ଥା। ଏହି ବିଦ୍ଯାଳୟ ଟି ବିଇଓ କାର୍ଯ୍ୟାଳୟ ର ବେଶ ନିକଟରେ ଥିବା ବେଳେ ବିଦ୍ଯାଳୟ ର ଏପରି ଅବସ୍ଥା ପ୍ରତି ବିଭାଗୀୟ କର୍ତ୍ତୁପକ୍ଷଙ୍କ ଦ୍ରୁଷ୍ଟି ପଡୁଛି କି ନାହିଁ ଚିନ୍ତାର କାରଣ ହେବା ସହିତ ବିଦ୍ଯାଳୟ ପ୍ରତି ଅବହେଳା ସହଜରେ ଅନୁମେୟ।  Ad.. ବିଦ୍ଯାଳୟ ର ବିଭିନ୍ନ ସମସ୍ଯା ସମ୍ପକରେ ଅନେକ ଥର ବିଭାଗୀୟ କର୍ତ୍ତୁପକ୍ଷ ଙ୍କୁ ଜଣାଇ ଥିଲେ ମଧ୍ଯ କୌଣସି ସୁଫଳ ମିଳୁନାହିଁ। ଅଂଚଳ ବାସୀ ଙ୍କ ଦାବୀ ପ୍ରତି ବିଭାଗୀୟ କର୍ତ୍ତୁପକ୍ଷଙ୍କ ଅବହେଳା ମନୋଭାବ ଯୋଗୁଁ ଅସନ୍ତୋ...

ରାସ୍ତା ରେ ମାଟି ପଡିଥିବା ଯୋଗୁଁ ରୋଗୀ ପାଖକୁ ପହଂଚି ପାରିଲାନି ଆମ୍ବୁଲାନ୍ସ...

Image
ରାସ୍ତା ରେ ମାଟି ପଡିଥିବା ଯୋଗୁଁ ରୋଗୀ ପାଖକୁ ପହଂଚି ପାରିଲାନି ଆମ୍ବୁଲାନ୍ସ... କଣ୍ଟାବାଞ୍ଜି,୨୮/୦୬ : କଣ୍ଟାବାଞ୍ଜି ଝୁପୁଡ଼ି ପଡ଼ା ଦେଇ ବେହେରେନ ସିଲେଟ ଗ୍ରାମ ନିକଟ ସ୍ଥିତ ଜଣେ ରୋଗୀ ନିକଟ କୁ ପହଞ୍ଚି ପାରିଲା ନାହିଁ ଆମ୍ବୁଲାନ୍ସ !               Ad.. ସୂଚନା ଅନୁସାରେ, ଆଜି ସକାଳ ୧୧.୩୦ ସମୟ ରେ ବେହରେନ ସିଲେଟ ଗ୍ରାମ ନିକଟରେ ଜଣେ ରୋଗୀ କୁ ୧୦୮ ଆମ୍ବୁଲାନ୍ସ ନେବାକୁ ଯାଉଥିଲା। ହେଲେ କଣ୍ଟାବାଞ୍ଜି  ଜୁପୁଡ଼ି ପଡ଼ା ରୁ ଯିବା ରାସ୍ତାରେ ରେ ଜଣେ ରେଲୱେ ଠିକାଦାର ମାଟି ପକେଇ ଥିବାରୁ ଆମ୍ବୁଲାନ୍ସ ଟି ଯାଇ ପାରି ନଥିଲା। Ad.. ଜୁପୁଡ଼ି ପଡ଼ା ଲୋକଙ୍କ କହିବା ହେଲା ଯେ କିଛି ଦିନରୁ ଜଣେ ରେଲୱେ ଠିକାଦାର ମାଟି ପକେଇ ଥିବାରୁ ଲୋକେ ଯିବା ଆସିବା ମଧ୍ୟ କରିପାରୁ ନାହାନ୍ତି। ଆଝି ଯେତେ ବେଳେ ବେହରେନ ସିଲେଟ ଗ୍ରାମ ନିକଟ ର ଜଣେ ରୋଗୀ ଆମ୍ବୁଲାନ୍ସ ଜରିଆରେ ଚିକିତ୍ସା ପାଇଁ ନିଆଯିବା ର ଥିଲା ଆମ୍ବୁଲାନ୍ସ ଡ୍ରାଇବର ରାସ୍ତା ଖରାପ ଥିବା ସହ ରାସ୍ତା ରେ ମାଟି ପଡ଼ିଥିବାରୁ ଆମ୍ବୁଲାନ୍ସ ଯାଇ ପାରିବ ନାହିଁ ବୋଲି କହିଥିଲେ। Ad.. ପରେ ରୋଗୀ କୁ ଖଟ ରେ ବୋହା ହୋଇ ଅନ୍ୟ ଗାଡି ମଧ୍ୟରେ କଣ୍ଟାବାଞ୍ଜି ସରକାରୀ ହସ୍ପିଟାଲ କୁ ନିଆଯାଇଥିଲା ବୋଲି ଲୋକେ ଅଭିଯୋଗ କରିଛନ୍ତି। ତେବେ ଠିକାଦାର କୁ ରାସ୍ତା ମଝିରେ ମାଟି ପକେଇବାକୁ ମନା କରିଥିଲେ ସୁଧା କାହାରି କଥା ନ ଶୁଣି ନି...

ଶେଷ ହେଲା ପହଣ୍ଡି , ରଥରେ ବିରାଜମାନ ହେଲେ ଚତୁର୍ଦ୍ଧାମୂର୍ତ୍ତି...

Image
ଶେଷ ହେଲା ପହଣ୍ଡି , ରଥରେ ବିରାଜମାନ ହେଲେ ଚତୁର୍ଦ୍ଧାମୂର୍ତ୍ତି... ପୁରୀ,୨୮/୦୬ : ଆଜି ହେଉଛି ପବିତ୍ର ବାହୁଡ଼ାଯାତ୍ରା। ଚତୁର୍ଦ୍ଧାମୂର୍ତ୍ତିଙ୍କର ପହଣ୍ଡି ଶେଷ ହୋଇଛି। ପ୍ରଥମେ ସୁଦର୍ଶନ, ପରେ ବଳଭଦ୍ର, ତାପରେ ମାତା ସୁଭଦ୍ରା ଓ ଶେଷରେ ମହାବାହୁଙ୍କ ପହଣ୍ଡି ଶେଷ ହୋଇଛି।                Ad.. ତେବେ ଦିବ୍ୟ ଟାହିଆ ସୁଶୋଭିତ ହୋଇ ବଡ଼ଠାକୁର ଭକ୍ତଙ୍କ ଗହଳରେ ଝୁଲିଝୁଲି ଗୁଣ୍ଡିଚାଘରୁ ଆସିବାର ଦୃଶ୍ୟରେ ଭକ୍ତମାନଙ୍କୁ ବିମୋହିତ କରିଛି। ବଳଭଦ୍ରଙ୍କ ପରେ ଗୁଣ୍ଡିଚା ମନ୍ଦିରରୁ ପହଣ୍ଡିରେ ବାହାରିଥିଲେ ମା ସୁଭଦ୍ରା ।  Ad.. ବଡ଼ଭାଇ ବଳଦେବଙ୍କ ପରେ ପରେ ଭଉଣୀ ସୁଭଦ୍ରା ଦେବଦଳନ ରଥରେ ରଥାରୁଢ଼ ପାଇଁ ଧାଡ଼ି ପହଣ୍ଡିରେ ବାହାରିଥିଲେ।ଶେଷରେ ଗହଳି ଲଗାଇ ଶ୍ରୀ ଶ୍ରୀ ଜଗନ୍ନାଥ, ଅପରୂପା ଶୋଭାର ସମ୍ଭାର, ଦୀନଜନ ଶରଣରକ୍ଷଣ ମହାପ୍ରଭୁ ପହଣ୍ଡିରେ ଝୁଲିଝୁଲି ରଥାରୂଢ ହୋଇଛନ୍ତି। ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଭକ୍ତିମାନଙ୍କ ମଧ୍ୟରେ ସୃଷ୍ଟି ହୋଇଛି ଅପୂର୍ବ ଉତ୍କଣ୍ଠା। Ad.. ଶରଧାବାଲିରେ ଶ୍ରୀବିଗ୍ରହଙ୍କୁ ବାହୁଡ଼େଇ ଆଣିବା ପାଇଁ ଭକ୍ତଙ୍କ ସମାଗମ ଧୀରେ ଧୀରେ ବଢ଼ିବାରେ ଲାଗିଛି। ସେହି ଭାବ ବିନୋଦିଆ କାଳିଆ ସାଆନ୍ତଙ୍କୁ ଦେଖିବା ପାଇଁ କାହିଁ କେତେ ଦୂରରୁ ଧାଇଁ ଆସିଛି ଭକ୍ତ।  ଆଉ ଗୁଣ୍ଡିଚା ଦିନ ପରି ମହାପ୍ରଭୁଙ୍କ ପରମ ସେବକ ଗଜପତି ମହାରାଜ ତିନି ରଥକୁ ଛେରା ପହଁ...

କନ୍ଧ ସମାଜ ସମ୍ବିଳିନୀ ଅନୁଷ୍ଠିତ...

Image
କନ୍ଧ ସମାଜ ସମ୍ବିଳିନୀ ଅନୁଷ୍ଠିତ... ବଙ୍ଗୋମୁଣ୍ଡା,୨୮/୦୬ : ବଲାଙ୍ଗୀର ଜିଲ୍ଲା ଡ଼ଙ୍ଗରପଡା ଗ୍ରାପ କୋକଡୁଙ୍ଗୁରି ଠାରେ ବୁଡୁକା ପ୍ରଗଣା ବଙ୍ଗୋମୁଣ୍ଡା ଶାଖା -ଡ଼ଙ୍ଗରପଡା ର ସ୍ଥାୟୀ ସଭାପତି ଲଳିତ ଯାନୀ ଙ୍କ ସଭାପତିତ୍ବ ରେ କନ୍ଧ ସମାଜ ସମ୍ବିଳିନୀ ଅନୁଷ୍ଠିତ ହୋଇ ଯାଇଛି।              Ad.. ସର୍ବ ପ୍ରଥମେ ଇଷ୍ଟାଦେବୀ ଜାଡେନ ଙ୍କ ପୂଜାର୍ଚନା ପରେ ସମ୍ବିଳିନୀ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବରେ ଜ଼ିଲ୍ଲା କନ୍ଧ ସମାଜ ଯୁବ ସଂଗଠନ ସମ୍ପାଦକ ଡିଙ୍ଗର ଭୋଇ ଏବଂ ମୁଖ୍ୟ ବକ୍ତା ରୂପେ ଜ଼ିଲ୍ଲା କନ୍ଧ ସମାଜ ସଭାପତି ସୁରେଶ ଭୋଇ ଯୁବ ସଂଗଠନ ର ସଂଗଠକ ଦୈତାରୀ ଭୋଇ, ଜୟ ଗୋପାଳ ଭୋଇ ତୁରକେଲା ସଭାପତି ଯୋଗ ଦେଇଥିଲେ।  Ad.. କନ୍ଧ ସମାଜ ଯୁବ ସଂଗଠନ ର ବଙ୍ଗୋମୁଣ୍ଡା ବ୍ଲକ କାର୍ଯ୍ୟକାରୀ ସଭାପତି କୁବେର ଭୋଇ କୋଷାଧକ୍ଷ ମିନିକେତନ ପାତ୍ର ତୁରେକେଲା ସଭାପତି ତିଳ ଭୋଇ, ମୁରିବାହାଲ ବ୍ଲକ ସଭାପତି ନୀଳାଞ୍ଚଳ ଭୋଇ ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇ କନ୍ଧ ସମାଜ ର ସାମାଜିକ ସମସ୍ୟା, ଜଳ, ଜଙ୍ଗଲ, ଜମି, ଶିକ୍ଷା, ସ୍ୱାସ୍ଥ୍ୟ, ରୋଜଗାର, ପ୍ରଥା ପରମ୍ପରା ଯୋଟଘାଟ ବିହା, ଯାନୀ ଝଙ୍କାର ଙ୍କ ଜମି ର ସ୍ଥିତି, ଯୁବ ପିଢ଼ି କୁ ଆହ୍ୱାନ ତଥା ଆମ ଜାତି ର ପୁଅ ଝିଅ ସ୍ଵ ଜାତି ରେ ବିବାହ ପାଇଁ ନିବେଦନ, କନ୍ଧ ମାନଂକର ଏକତା ଅଖଣ୍ଡତା ପାଇଁ ସାଙ୍ଗଠନିକ ସ୍ଥିତି ମଜବୁତ ସଂଗେ କନ୍ଧ ଜା...

ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ '୫-ଟି' ସଚିବଙ୍କ ବରଗଡ଼ ଜିଲ୍ଲା ଗସ୍ତର ଦ୍ବିତୀୟ ଦିନରେ...

Image
ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ '୫-ଟି' ସଚିବଙ୍କ ବରଗଡ଼ ଜିଲ୍ଲା ଗସ୍ତର ଦ୍ବିତୀୟ ଦିନରେ... ବରଗଡ଼,୨୭/୦୬ : ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ '୫-ଟି' ସଚିବଙ୍କ ବରଗଡ଼ ଜିଲ୍ଲା ଗସ୍ତର ଦ୍ବିତୀୟ ଦିନରେ ସେ ଆଜି ପଦ୍ମପୁର ଉପଖଣ୍ଡର ଅନେକ ନିର୍ମାଣଧୀନ ପ୍ରକଳ୍ପର ଅଗ୍ରଗତିର ସମୀକ୍ଷା କରିବା ସହ ବିଭିନ୍ନ ସ୍ଥାନରେ ଜନଶୁଣାଣି କରି ସିଧାସଳଖ ଲୋକମାନଙ୍କ ସମସ୍ୟା ଶୁଣିଛନ୍ତି ଓ ପ୍ରସ୍ତାବ ମାନ ଗ୍ରହଣ କରିଛନ୍ତି।  Ad.. ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ବିକାଶ କାର୍ଯ୍ୟର ସମୀକ୍ଷା ଓ ସିଧାସଳଖ ଭାବେ ଲୋକଙ୍କ ସମସ୍ୟା ସବୁ ବୁଝିବା ପାଇଁ ତାଙ୍କ ୫-ଟି ସଚିବ ଭିକେ ପାଣ୍ଡିଆନ୍  ବରଗଡ଼ ଜିଲ୍ଲା ଗସ୍ତର ଦ୍ବିତୀୟ ଦିନରେ ପଦ୍ମପୁର ଉପଖଣ୍ଡର ବିକାଶ କାର୍ଯ୍ୟର ସମୀକ୍ଷା କରିଥିଲେ।  Ad.. ସେ ପାଇକମାଳ ଠାରେ ଥିବା ୫-ଟି ରୂପାନ୍ତରିତ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ଛାତ୍ର ଛାତ୍ରୀ ଓ ଅଭିଭାବକ ମାନଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ। ଏହି ଅବସରରେ ସେଠାରେ ଅଭିଭାବକ, ଛାତ୍ର ଛାତ୍ରୀ ଓ ଅନ୍ୟାନ୍ୟ ବୁଦ୍ଧିଜୀବି ମାନେ ଶିକ୍ଷା ବ୍ୟବସ୍ଥାର ସୁଦୃଢ଼ୀକରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସାଧୁବାଦ ଜଣାଇଥିଲେ।  ତାପରେ ସେ ସ୍ଥାନୀୟ ମିଶନ ଶକ୍ତି କ୍ୟାଫେକୁ ଯାଇ ମହିଳା ମାନଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ। ଏହାପରେ ସେ କସ୍ତୁରବା ଗାନ୍ଧୀ ମାତୃ ନିକେତନକୁ ଯାଇ ପ୍ରତିଷ୍ଠାତ୍ରୀ ପାର୍ବତୀ ଗିରିଙ୍କ ପ୍ରତିମୂର୍ତ୍ତୀରେ...

ବଙ୍ଗୋମୁଣ୍ଡାରେ ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ...

Image
ବଙ୍ଗୋମୁଣ୍ଡାରେ ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ... ବଙ୍ଗୋମୁଣ୍ଡା,୨୭/୦୬ : ପ୍ରଶାସନିକ କର୍ମଚାରୀଙ୍କ ଆନ୍ତରିକତା ଭାବ ଓ ଉଦାସୀନତା, ଦାୟିତ୍ୱହୀନତା  ଅବହେଳା ଯୋଗୁଁ ବଙ୍ଗୋମୁଣ୍ଡା ପଞ୍ଚାୟତର ଅନେକ ଚାଷୀ ଚହଲା,ଜମି ମରାମତି,ଗାଈ ଗୁହାଳ ଭଳି ଆଦି ଯୋଜନାରୁ ବଞ୍ଚିତ ଅଛନ୍ତି।             Ad.. ଲୋକଙ୍କ ପାଇଁ ଅନେକ ଯୋଜନା ହେଉଛି କିନ୍ତୁ ପ୍ରଶାସନିକ ଅବହେଳା କାରଣରୁ ଯୋଜନାର ସୁଫଳ ଲୋକଙ୍କ ପାଖକୁ ପହଞ୍ଚି ପାରୁନାହିଁ।  ଚାଷୀ ଙ୍କୁ ବଞ୍ଚିତ କରିଥିବା ଅଧିକାରୀ ଙ୍କ ବିରୋଧରେ ଜିଲ୍ଲାପାଳ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ  ବଙ୍ଗୋମୁଣ୍ଡା ଠାରେ ବିଜେପି ପକ୍ଷରୁଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ଥବିର ଚନ୍ଦ୍ର ବାଗ ଅଭିଯୋଗ କରିଛନ୍ତି।  ଯେ,ସରକାର ଚାଷୀଙ୍କ ଆୟ ଆତ୍ମନିର୍ଭରଶୀଳ ଦ୍ଵିଗୁଣ କରିବା ପାଇଁ ଅନେକ ଯୋଜନା କରୁଛନ୍ତି।ଚାଷୀ ଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଚାଷୀଙ୍କ ଗାଈ ଗୁହାଳ, ଜମି ମରାମତି,ଚହଲା ଆଦି ରହିଥିବା ବେଳେ  ବଙ୍ଗୋମୁଣ୍ଡା ବ୍ଲକ ଓ  ପଞ୍ଚାୟତର ପ୍ରଶାସନିକ ଅଧିକାରୀ ମାନଙ୍କ ଅବହେଳା ଯୋଗୁଁ  ଚଳିତଆର୍ଥିକ ବର୍ଷରେ  ବଙ୍ଗୋମୁଣ୍ଡା ପଞ୍ଚାୟତ ର ଜନ ସାଧାରଣ ଏସବୁ ଯୋଜନାରୁ ବଞ୍ଚିତ ହୋଇଛନ୍ତି। ବର୍ତ୍ତମାନ ଜୁନ ମାସ ବର୍ଷାଦିନ ହେଉଥିବାରୁ ଏହି ଯୋଜନା ...

ଦିଗପହଣ୍ଡିରେ ବସ ଦୁର୍ଘଟଣା; ୧୨ ମୃତ , ୮ ଗୁରୁତର...

Image
ଦିଗପହଣ୍ଡିରେ ବସ ଦୁର୍ଘଟଣା; ୧୨ ମୃତ , ୮ ଗୁରୁତର... ଦିଗପହଣ୍ଡି,୨୬/୦୬ : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ଦୁଇ ବସ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୧୨ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ମୃତକଙ୍କ ମଧ୍ୟରେ ଗୋଟିଏ ପରିବାରର ୭ ଜଣ ରହିଥିବା ସୂଚନା ମିଳିଛି।              Ad.. ଏଥିସହିତ ଦୁଇ ବସ୍‌ର ଅନେକ ଯାତ୍ରୀ ମଧ୍ୟ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଉଦ୍ଧାର କରାଯାଇ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି।  ଅନ୍ୟପକ୍ଷରେ ଜଣେ ଯାତ୍ରୀଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ପ୍ରାଥମିକ ଅବସ୍ଥାରେ ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ସୂଚନା ଆସିଥିବା ବେଳେ ପରେ ଏହା ୧୨କୁ ବୃଦ୍ଧି ପାଇଥିବା ସ୍ଥାନୀୟ ପୁଲିସ ସୂତ୍ରରୁ ପ୍ରକାଶ। ସୂଚନା ଅନୁସାରେ, ରାୟଗଡ଼ାରୁ ଭୁବନେଶ୍ୱର ଯାଉଥିବା ଓଏସ୍‌ଆର୍‌ଟିସି ବସଟି ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ଅନ୍ତର୍ଗତ ଖେମୁଣ୍ଡି କଲେଜ ଛକ ନିକଟରେ ବିବାହ ପରେ କନ୍ୟାକୁ ଛାଡ଼ି ବ୍ରହ୍ମପୁରରୁ ଫେରୁଥିବା ଏକ ଘରୋଇ ମିନିବସ୍‌ ସହ ମୁହାଁମୁହିଁ  ଧକ୍କା ହେବାରୁ ଏହି ଅଘଟଣ ଘଟିଛି ବୋଲି ଖବର ମିଳିଛି ।  ଘଟଣା ସଂପର୍କରେ ଖବର ପାଇ ସ୍ଥାନୀୟ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହ...

ପଦ୍ମପୁର ରେ ବର୍ଷା, ଡ୍ରେନ ସଫେଇ ହୋଇନଥିବା ରୁ ରାସ୍ତା ଉପରେ ପାଣି...

Image
ପଦ୍ମପୁର ରେ ବର୍ଷା, ଡ୍ରେନ ସଫେଇ ହୋଇନଥିବା ରୁ ରାସ୍ତା ଉପରେ  ପାଣି... ବରଗଡ଼,୨୬/୦୬ :- ବରଗଡ଼ ଜିଲ୍ଲାର ପଦ୍ମପୁର ଅଂଚଳରେ ଦିର୍ଘ ୭ ଘଣ୍ଟା ଧରି ଲଗାତାର ବର୍ଷାହେବା ଫଳରେ ସହରର ବିଭିନ୍ନ ଅଂଚଳରେ ଜଳମଗ୍ନ ହୋଇ ଅଡ଼ୁଆ ସ୍ଥିତି ରହିଛି । Ad..   ଭୋର ରୁ ବର୍ଷା ହେଉଥିବା କାରଣରୁ ଦିନ ୧୦ ଘଣ୍ଟା ପର୍ଯ୍ୟନ୍ତ ସହରର ଗଲିକନ୍ଦି ସମେତ ତଳି ଅଂଚଳ ଜଳମଗ୍ନ ରହିଛି ଫଳରେ ସାଧାରଣ ଲୋକଙ୍କ ଗମନାଗମନ ବ୍ୟବସ୍ଥା ଠପ୍ ହୋଇ ପଡ଼ିଛି ।  ମୌସୁମୀ ବର୍ଷା ହେବାର ସୂଚନା ଥିଲେ ମଧ୍ୟ ପଦ୍ମପୁର ଏନ୍ ଏ ସି ତରଫରୁ କୌଣସି ଆଗୁଆ ପଦକ୍ଷେପ ନିଆଯାଇନଥିବା କାରଣରୁ ସହରର ବିଭିନ୍ନ ସ୍ଥାନରେ ଏଭଳି ଜଳମୟ ପରିସ୍ଥିତି ସୃଷ୍ଟି ହେଲା ବୋଲି ଆଲୋଚନା ହେଉଛି ।  ସହରର ସମସ୍ତ ଡ୍ରେନ ଗୁଡିକ ଆବର୍ଜନାରେ ପୋତି ହୋଇଥିବା ବେଳେ ସଫେଇ କରାଯାଇ ନଥିବା ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ସହର କୁ ପ୍ରତ୍ୟେକ ଦିନ ସଫା ସୁତୁରା ରଖିବା ପାଇଁ ସରକାର ଅର୍ଥ ଖର୍ଚ୍ଚ କରୁଥିବା ବେଳେ ସାମାନ୍ୟ ବର୍ଷା ଯୋଗୁଁ କାହିଁକି ଡ୍ରେନ ଗୁଡିକରେ ବର୍ଷା ଜଳ ନିଷ୍କାସନ ନ ହୋଇ ଅନେକ ଗଲି କନ୍ଦା ଜଳମୟ ସହ ଆବର୍ଜନା ହେଲା ତାକୁ ନେଇ ସହରବାସୀ ଅସନ୍ତୋଷ ପ୍ରକାଶ କରୁଛନ୍ତି ।  ବର୍ଷା ଯୋଗୁଁ ଡ୍ରେନ ରେ ପାଣି ନ ଯାଇ ରାସ୍ତା ଉପରେ ଡ୍ରେନ ପାଣି ବହୁଥିବା ଯୋଗୁଁ ସହରର ବହୁ ରାସ୍ତା ରେ ଡ୍ରେନ ଆବର୍ଜନାରେ ଭରିରହିଛି । ସହରର ସଫେଇ କାମକୁ ନ...

ଛତିଶଗଡ ଏସଟିଏଫ ର ଚଢ଼ାଉ,୬ ଦେଶୀ ବନ୍ଧୁକ, ଧନୁ ତୀର ଜବତ ସହିତ ଅନେକ ଜୀବଜନ୍ତୁଙ୍କ ଶରୀର ଅଙ୍ଗ ଜବତ ...

Image
ଛତିଶଗଡ ଏସଟିଏଫ ର ଚଢ଼ାଉ,୬ ଦେଶୀ ବନ୍ଧୁକ, ଧନୁ ତୀର ଜବତ  ସହିତ ଅନେକ ଜୀବଜନ୍ତୁଙ୍କ ଶରୀର ଅଙ୍ଗ ଜବତ  ... କଳାହାଣ୍ଡି,୨୫/୦୬ : କଳାହାଣ୍ଡିରେ ପୁଣି ଛତିଶଗଡ ଏସଟିଏଫ ର ଚଢ଼ାଉ,୬ ଦେଶୀ ବନ୍ଧୁକ, ଧନୁ ତୀର ସହିତ ଅନେକ ଜୀବଜନ୍ତୁଙ୍କ ଶରୀର ଅଙ୍ଗ ଜବତ ଜଣେ ଗିରଫ।                  Ad.. ସୂଚନା ଅନୁସାରେ , କଳାହାଣ୍ଡି ଜିଲ୍ଲା ଦକ୍ଷିଣବନଖଣ୍ଡ ଧର୍ମଗଡ ରେଞ୍ଜ ଅଧୀନ ଖଲିଗଡ଼ ଅଞ୍ଚଳରେ ବେଆଇନ ବନ୍ଧୁକ ତିଆରି କରି ଛତିଶଗଡର ଶିକାରୀ ମାନଙ୍କୁ ଚାଲାଣ ହେଉ ଥିବା ଛତିଶଗଡ ଏସଟିଏଫ ସୂଚନା ପାଇଁ କଳାହାଣ୍ଡି ବନ ବିଭାଗ ଏବଂ ଛତିଶଗଡ ଏସଟିଏଫ ଖାଲିଗଡ଼ ଗାଁ ରେ ଛଢାଉ କରିଥିଲେ । ଚଢ଼ାଉ ସମୟରେ ଗାଁ ର ଅନେକ ଲୋକଙ୍କ ଘରୁ ଧନୁ ତୀର ଏବଂ ଜଙ୍ଗଲୀ ଜୀବଜନ୍ତୁଙ୍କ ଶରୀରର ଅଙ୍ଗ, ୬ ଟି ଦେଶୀ ବନ୍ଧୁକ ସହିତ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲେ । ଏହା ପୂର୍ବରୁ ଛତିଶଗଡ ଏସଟିଏଫ ଜୟପାଟଣା ରେଞ୍ଜ ମଙ୍ଗଳପୁର ଗାଁ ରେ ଚଢ଼ାଉ କରି ୫ ଜଣ କୁ ଗିରଫ କରିବା ସହିତ ବନ୍ଧୁକ ତିଆରି ସାମଗ୍ରୀ ଜବତ କରିଥିଲେ । Edited by k.s thakur...

ବୌଦ୍ଧ ଜିଲ୍ଲା ଘଣ୍ଟାପଡା ଥାନା ଅନ୍ତର୍ଗତ ଖୁଣ୍ଟିଗୋରାରେ ମାଓ ପୋଷ୍ଟର...

Image
ବୌଦ୍ଧ ଜିଲ୍ଲା ଘଣ୍ଟାପଡା ଥାନା ଅନ୍ତର୍ଗତ ଖୁଣ୍ଟିଗୋରାରେ ମାଓ ପୋଷ୍ଟର... ବୌଦ୍ଧ,୨୫/୦୬  : ବୌଦ୍ଧ ଜିଲ୍ଲା ଘଣ୍ଟାପଡା ଥାନା ଅନ୍ତର୍ଗତ ଖୁଣ୍ଟିଗୋରାରେ ମାଓ ପୋଷ୍ଟର ଦେଖିବାକୁ ମିଳିଛି। ଆଜି ସକାଳୁ ସକାଳୁ ଖୁଣ୍ଟିଗୋରା ମାର୍କେଟର ଏକ ଗଛରେ ଏହି ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି।                Ad.. ଏହି ପୋଷ୍ଟରରେ କିଛି ମାଓ ନେତାଙ୍କ ଫଟୋ ରହିଥିବାବେଳେ ସେଥିରେ ଏନକାଉଣ୍ଟର ହୋଇଥିବା ମାଓବାଦୀଙ୍କୁ ସହିଦ ଦର୍ଶାଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଯାଇଛି ।ଏମିତିକି ସହିଦଙ୍କ ଶ୍ରଦ୍ଧାଞ୍ଜଳି ବ୍ୟର୍ଥ ଯିବ ନାହିଁ ବୋଲି ମଧ୍ୟ ପୋଷ୍ଟରରେ ଲେଖାଯାଇଥିବାବେଳେ ଆଉ ଏକ ପୋଷ୍ଟରରେ ପୁଲିସ ଦମନ ଓ ମିଥ୍ୟା ଏନକାଉଣ୍ଟର ଉପରେ ଜୁନ ୨୫ରେ କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ନୟାଗଡ଼ ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଧକୁ ସଫଳ କରନ୍ତୁ ବୋଲି ଉଲ୍ଲେଖ ରହିଛି । ଏସବୁ ପୋଷ୍ଟର ପ୍ରକୃତରେ ମାଓବାଦୀ ମାରିଛନ୍ତି ନାଁ ମାଓବାଦୀଙ୍କ ନାମରେ ଅନ୍ୟ କେହି ମାରିଛି ତାହା ଏଯାଏଁ ସ୍ପଷ୍ଟ ହୋଇନଥିଲେ ହେଁ ସାଧରଣରେ ଭୟ ଦେଖିବାକୁ ମିଳିଛି। ଏନେଇ ଘଣ୍ଟାପଡା ପୁଲିସ ତଦନ୍ତ ଆରମ୍ଭ କରିଥିବା ଥାନାଧିକାରୀ ବଳଭଦ୍ର ଗଣ୍ଡ ସୂଚନା ଦେଇଛନ୍ତି। Edited by k.s thakur...

୫ଟି ସଚିବଙ୍କୁ ୫ ଟି ପ୍ରଶ୍ନ କଲା ଆମ୍ ଆଦମୀ ପାର୍ଟି...

Image
୫ଟି ସଚିବଙ୍କୁ ୫ ଟି ପ୍ରଶ୍ନ କଲା ଆମ୍ ଆଦମୀ ପାର୍ଟି... ବରଗଡ଼,୨୪/୦୬ : ରାଜ୍ୟ ସରକାରଙ୍କ ୫ଟି ସଚିବ ଙ୍କ ବରଗଡ଼ ଜିଲ୍ଲା ଗସ୍ତ ପୂର୍ବରୁ ଆମ୍ ଆଦମୀ ପାର୍ଟି ପକ୍ଷରୁ ରୁ ପାଞ୍ଚ ଟି ପ୍ରଶ୍ନ କରାଯାଇଛି । ଜିଲ୍ଲା ଆବାହକ ଭବାନୀ ସାହୁ ଏକ ଡିଜିଟାଲ ପ୍ରେସ ବାର୍ତ୍ତା ମାଧ୍ୟମରେ ପଚାରିଛନ୍ତି ଯେ ବରଗଡ଼ ଚିନିକଳ ପୁନରୁଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ୧୧ କୋଟି ଟଙ୍କା ଗଲା କୁଆଡେ ଓ  ଚିନିକଳ ଏକ ଲାଭଜନକ ସଂସ୍ଥା ବୋଲି ନେସନାଲ ସୁଗର ଇନଷ୍ଟିଚ୍ୟୁଟ ଦେଇଥିବା ରିପୋର୍ଟ କୁ ସରକାର କାହିଁକି ଚାପି ଦେଇଛନ୍ତି ତାହା ଜବାବ ଦିଅନ୍ତୁ ।                Ad.. ଦ୍ୱିତୀୟ ବରଗଡ଼ ରେ ଲାଗିରହିଥିବା ଅଘୋଷିତ ବିଦ୍ୟୁତ କାଟ୍ ଓ ଟାଟା ପାୱାର ର ଜୁଲମ କେବେ ବନ୍ଦ ହେବ । ତୃତୀୟ ବରଗଡ଼ ର ଜନଗହଳିପୂର୍ଣ ରାସ୍ତା ଲେଙ୍ଗୁ ମିଶ୍ର ଛକ ରୁ ଜିରା ବ୍ରିଜ ପର୍ଯ୍ୟନ୍ତ ପ୍ରଶସ୍ତିକରଣ କେବେ ସମ୍ପୂର୍ଣ୍ଣ ହେବ ।  ବରପାଲି ରେଲ  ଓଭର ବ୍ରିଜ କାର୍ଯ୍ୟ ସମ୍ପୁର୍ଣ୍ଣ ହେବାକୁ ଆଉ କେତେ ବର୍ଷ ଲାଗିବ । ଜିଲ୍ଲାର ପୁରାତନ ପଂଚାୟତ କଲେଜ କୁ ୟୁନିଭରସିଟି ର ମାନ୍ୟତା କେବେ ମିଳିବ ।  ସେହିପରି ବରଗଡ଼ ଜିଲ୍ଲାର ବନ୍ଦ ପଡିଥିବା ୨୫୦ ଟି ପ୍ରାଥମିକ ସରକାରୀ ସ୍କୁଲ କେବେ ଖୋଲିବ ।  ବରଗଡ଼ ଜିଲ୍ଲା ଓ ଭଟଲି ବ୍ଲକ ର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା କେବେ ଠିକ ହେବ ଓ ପଦ୍ମ...