କଣ୍ଟାବାଞ୍ଜିରେ ଚତୁର୍ଦ୍ଧାମୂର୍ତ୍ତି ଙ୍କ ବାହୁଡା଼ ଯାତ୍ରା ଶାନ୍ତିଶୃଙ୍ଖଳା ସହ ସମ୍ପର୍ଣ୍ଣ...

କଣ୍ଟାବାଞ୍ଜିରେ ଚତୁର୍ଦ୍ଧାମୂର୍ତ୍ତି ଙ୍କ ବାହୁଡା଼ ଯାତ୍ରା ଶାନ୍ତିଶୃଙ୍ଖଳା ସହ ସମ୍ପର୍ଣ୍ଣ...

କଣ୍ଟାବାଞ୍ଜି,୨୮/୦୬ : କଣ୍ଟାବାଞ୍ଜି ରେ ଚତୁର୍ଦ୍ଧାମୂର୍ତ୍ତି ଙ୍କ ବାହୁଡା଼ ଯାତ୍ରା ଶାନ୍ତିଶୃଙ୍ଖଳା ଓ ହର୍ଷ ଉଲ୍ଲାସର ସହ ସମ୍ପର୍ଣ୍ଣ ହୋଇଛି । ଚଟୁଅନକା ମାଉସି ମନ୍ଦିର ଠାରେ ଚତୁର୍ଦ୍ଧାମୂର୍ତ୍ତି ଙ୍କ ନିତିକାନ୍ତି  ପୁଜାର୍ଚ୍ଚନା ପରେ ରଥ ଟଣା ଆରମ୍ଭ ହୋଇଥିଲା । 
Ad..



ଚଟୁଅନକା ମାଉସି ମନ୍ଦିରରୁ ବାହୂଡି ଥିଲେ ମହାପ୍ରଭୁ । ଚଟୁଅନକା ମାଉସି ମନ୍ଦିର ଠାରୁ ଇନ୍ଦିରା ଛକ, ଶାସ୍ତ୍ରୀ ଛକ ଦେଇ ଜଗନ୍ନାଥ ମନ୍ଦିର କୁ ପହଞ୍ଚି ଥିଲେ ତିନି ଠାକୁର।

Ad..



ଜଗନ୍ନାଥ ମନ୍ଦିର କମିଟି ସଭାପତି କାନନ କିଶୋର ପଣ୍ଡା, ସଂପାଦକ କୁଞ୍ଜବିହାରୀ ବେହେରା, ସଦସ୍ୟ ତଥା ଏନଏସି ଅଧ୍ୟକ୍ଷ/ନଗରପାଳ ବରିୟାମ ସିଂହ ସାଲୁଜା(ନାଙ୍ଗୁ ସିଂ), ରାଜେନ୍ଦ୍ର ବେହେରା, ବିଦେଶୀ ବେହେରା, ବେଦବ୍ୟାସ ନାଗ, ଗିରିଜା ସୋନୀ, ଦୁଃଖିଶ୍ୟାମ ଗୁରୁ, 

Ad..



ଅଜୟ କୁମାର ଅଗ୍ରୱାଲ,ଲଳିତ ଅଗ୍ରୱାଲ ପ୍ରମୁଖ ସହଯୋଗ କରିଥିବା ବେଲେ ଏହି ପୁଜାରେ କର୍ତ୍ତା ଭାବେ ବିମଳ ଅଗ୍ରୱାଲ ଓ ତାଙ୍କ ଧର୍ମପତ୍ନୀ ରୁଚି ଅଗ୍ରୱାଲ, ପୁଜକ ଭାବେ କୁମୁଦ ଷଡଙ୍ଗୀ, ବିଜୟ ମହାପାତ୍ର, ଶ୍ରୀପତି ମିଶ୍ର, ସୋନୁ ସତପଥୀ ଥିଲେ । 

ସେହିପରି କଣ୍ଟାବାଞ୍ଜି ମେନ ରୋଡ ସ୍ଥିତ ମାଉସି ମନ୍ଦିର ଠାରୁ ଆଶ୍ରମ ପଡ଼ା ଜଗନ୍ନାଥ ମନ୍ଦିର କୁ ଆଉ ଏକ ରଥ ରେ ମହାବାହୁ ବାହୁଡ଼ି ଥିଲେ।

କଣ୍ଟାବାଞ୍ଜି ପାଖ ଗାଁ କୁକୁଡାହାଡ, ଡୁମେରଚୁଆଁ, ଚାଉଳଶୁଖା, ସର୍ଗୂଲ, କୁଇବାହାଲ, ଜାମୁଟଝୁଲା ମାନଙ୍କରେ ବାହୁଡା଼ ଯାତ୍ରା ଶାନ୍ତିପୁର୍ଣ୍ଣ ଭାବେ ସମ୍ପର୍ଣ୍ଣ ହୋଇଛି । 

କଣ୍ଟାବାଞ୍ଜି ବାହୁଡା଼ ଯାତ୍ରା ଦେଖିବା ଓ ଚତୁର୍ଦ୍ଧାମୂର୍ତ୍ତି ଙ୍କ ଆଶୀର୍ବାଦ ଲାଭ କରିବା ପାଇଁ କଣ୍ଟାବାଞ୍ଜି ଓ ଆଖ ପାଖ ଗାଁ ରୁ ହଜାର ହଜାର ଭକ୍ତଙ୍କ ଭିଡ଼ କଣ୍ଟାବାଞ୍ଜି ସହରରେ ଦେଖିବା କୁ ମିଲି ଥିଲା।

ସୁରକ୍ଷା ଓ ଟ୍ରାଫିକ ସମସ୍ୟା ନେଇ କଂଟାବାଞ୍ଜି ପୋଲିସ ଏସଡିପିଓ ଗୌରଚରଣ ସାହୁ ଓ ଥାନା ଅଧିକାରୀ ରଶ୍ମିତା ବେହେରା ସମେତ ପୋଲିସ୍ କର୍ମଚାରୀ ମାନେ ସଜାଗ ରହି ସମସ୍ତ ପ୍ରସ୍ତୁତି କରିଥିଲେ ।






Edited by k.s thakur...

Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...