କନ୍ଧ ସମାଜ ସମ୍ବିଳିନୀ ଅନୁଷ୍ଠିତ...

କନ୍ଧ ସମାଜ ସମ୍ବିଳିନୀ ଅନୁଷ୍ଠିତ...



ବଙ୍ଗୋମୁଣ୍ଡା,୨୮/୦୬ : ବଲାଙ୍ଗୀର ଜିଲ୍ଲା ଡ଼ଙ୍ଗରପଡା ଗ୍ରାପ କୋକଡୁଙ୍ଗୁରି ଠାରେ ବୁଡୁକା ପ୍ରଗଣା ବଙ୍ଗୋମୁଣ୍ଡା ଶାଖା -ଡ଼ଙ୍ଗରପଡା ର ସ୍ଥାୟୀ ସଭାପତି ଲଳିତ ଯାନୀ ଙ୍କ ସଭାପତିତ୍ବ ରେ କନ୍ଧ ସମାଜ ସମ୍ବିଳିନୀ ଅନୁଷ୍ଠିତ ହୋଇ ଯାଇଛି। 

            Ad..



ସର୍ବ ପ୍ରଥମେ ଇଷ୍ଟାଦେବୀ ଜାଡେନ ଙ୍କ ପୂଜାର୍ଚନା ପରେ ସମ୍ବିଳିନୀ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବରେ ଜ଼ିଲ୍ଲା କନ୍ଧ ସମାଜ ଯୁବ ସଂଗଠନ ସମ୍ପାଦକ ଡିଙ୍ଗର ଭୋଇ ଏବଂ ମୁଖ୍ୟ ବକ୍ତା ରୂପେ ଜ଼ିଲ୍ଲା କନ୍ଧ ସମାଜ ସଭାପତି ସୁରେଶ ଭୋଇ ଯୁବ ସଂଗଠନ ର ସଂଗଠକ ଦୈତାରୀ ଭୋଇ, ଜୟ ଗୋପାଳ ଭୋଇ ତୁରକେଲା ସଭାପତି ଯୋଗ ଦେଇଥିଲେ। 

Ad..



କନ୍ଧ ସମାଜ ଯୁବ ସଂଗଠନ ର ବଙ୍ଗୋମୁଣ୍ଡା ବ୍ଲକ କାର୍ଯ୍ୟକାରୀ ସଭାପତି କୁବେର ଭୋଇ କୋଷାଧକ୍ଷ ମିନିକେତନ ପାତ୍ର ତୁରେକେଲା ସଭାପତି ତିଳ ଭୋଇ, ମୁରିବାହାଲ ବ୍ଲକ ସଭାପତି ନୀଳାଞ୍ଚଳ ଭୋଇ ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇ କନ୍ଧ ସମାଜ ର ସାମାଜିକ ସମସ୍ୟା, ଜଳ, ଜଙ୍ଗଲ, ଜମି, ଶିକ୍ଷା, ସ୍ୱାସ୍ଥ୍ୟ, ରୋଜଗାର, ପ୍ରଥା ପରମ୍ପରା ଯୋଟଘାଟ ବିହା, ଯାନୀ ଝଙ୍କାର ଙ୍କ ଜମି ର ସ୍ଥିତି, ଯୁବ ପିଢ଼ି କୁ ଆହ୍ୱାନ ତଥା ଆମ ଜାତି ର ପୁଅ ଝିଅ ସ୍ଵ ଜାତି ରେ ବିବାହ ପାଇଁ ନିବେଦନ, କନ୍ଧ ମାନଂକର ଏକତା ଅଖଣ୍ଡତା ପାଇଁ ସାଙ୍ଗଠନିକ ସ୍ଥିତି ମଜବୁତ ସଂଗେ କନ୍ଧ ଜାତି ରେ ଦାଦନ ସମସ୍ୟା ର ସମାଧାନ ପାଇଁ ଓଡିଶା ସରକାର ଙ୍କୁ ଜଣାଇବା ପାଇଁ ନିଷ୍ପତି ନିଆଯାଇଥିଲା। 

ଅନ୍ୟ ବାହ୍ୟ ସଂସ୍କୃତି କୁ ପ୍ରଶୟ ନ ଦେଇ ଜନ୍ମ ରୁ ମୃତ୍ୟୁ ପ୍ରଯନ୍ତ ସାମାଜିକ ରୀତି ନୀତି ରେ କାର୍ଯ୍ୟ ସମାପନ କରିବା ପାଇଁ ଉପସ୍ଥିତ ସମସ୍ତେ ଶପଥ ପାଠ କରିଥିଲେ । ଏହି କାର୍ଯ୍ୟକ୍ରମ କୁ କପିଳାଶ ଭୋଇ, ଦିଗ ସନ ଭୋଇ, ଧନୁର୍ଯ୍ୟ ଝଙ୍କାର, ଅଭିରାମ ଭୋଇ ପ୍ରମୁଖ ସହଯୋଗ କରିଥିଲେ।






Edited by k.s thakur...

Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...