ବଙ୍ଗୋମୁଣ୍ଡାରେ ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ...
ବଙ୍ଗୋମୁଣ୍ଡାରେ ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ...
ବଙ୍ଗୋମୁଣ୍ଡା,୨୭/୦୬ : ପ୍ରଶାସନିକ କର୍ମଚାରୀଙ୍କ ଆନ୍ତରିକତା ଭାବ ଓ ଉଦାସୀନତା, ଦାୟିତ୍ୱହୀନତା ଅବହେଳା ଯୋଗୁଁ ବଙ୍ଗୋମୁଣ୍ଡା ପଞ୍ଚାୟତର ଅନେକ ଚାଷୀ ଚହଲା,ଜମି ମରାମତି,ଗାଈ ଗୁହାଳ ଭଳି ଆଦି ଯୋଜନାରୁ ବଞ୍ଚିତ ଅଛନ୍ତି।
Ad..
ଲୋକଙ୍କ ପାଇଁ ଅନେକ ଯୋଜନା ହେଉଛି କିନ୍ତୁ ପ୍ରଶାସନିକ ଅବହେଳା କାରଣରୁ ଯୋଜନାର ସୁଫଳ ଲୋକଙ୍କ ପାଖକୁ ପହଞ୍ଚି ପାରୁନାହିଁ।
ଚାଷୀ ଙ୍କୁ ବଞ୍ଚିତ କରିଥିବା ଅଧିକାରୀ ଙ୍କ ବିରୋଧରେ ଜିଲ୍ଲାପାଳ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବଙ୍ଗୋମୁଣ୍ଡା ଠାରେ ବିଜେପି ପକ୍ଷରୁଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ଥବିର ଚନ୍ଦ୍ର ବାଗ ଅଭିଯୋଗ କରିଛନ୍ତି।
ଯେ,ସରକାର ଚାଷୀଙ୍କ ଆୟ ଆତ୍ମନିର୍ଭରଶୀଳ ଦ୍ଵିଗୁଣ କରିବା ପାଇଁ ଅନେକ ଯୋଜନା କରୁଛନ୍ତି।ଚାଷୀ ଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଚାଷୀଙ୍କ ଗାଈ ଗୁହାଳ, ଜମି ମରାମତି,ଚହଲା ଆଦି ରହିଥିବା ବେଳେ ବଙ୍ଗୋମୁଣ୍ଡା ବ୍ଲକ ଓ ପଞ୍ଚାୟତର ପ୍ରଶାସନିକ ଅଧିକାରୀ ମାନଙ୍କ ଅବହେଳା ଯୋଗୁଁ ଚଳିତଆର୍ଥିକ ବର୍ଷରେ ବଙ୍ଗୋମୁଣ୍ଡା ପଞ୍ଚାୟତ ର ଜନ ସାଧାରଣ ଏସବୁ ଯୋଜନାରୁ ବଞ୍ଚିତ ହୋଇଛନ୍ତି।
ବର୍ତ୍ତମାନ ଜୁନ ମାସ ବର୍ଷାଦିନ ହେଉଥିବାରୁ ଏହି ଯୋଜନା ଗୁଡିକ ସବୁ ବନ୍ଦ ହୋଇଯାଇଛି।ଯୋଜନାରୁବାଦ ପଡିଥିବା ଅନେକ ଚାଷୀ ସମେତ ବିଜେପି ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଦାବି କରିଛନ୍ତି।ଜିଲ୍ଲାପାଳଦୋଷୀଅଧିକାରୀଙ୍କବିରୁଦ୍ଧରେଦୃଢ଼କାର୍ଯ୍ୟାନୁଷ୍ଠାନ ନେବା ପାଇଁ।
Edited by k.s thakur...
Comments
Post a Comment