ପଦ୍ମପୁର ରେ ବର୍ଷା, ଡ୍ରେନ ସଫେଇ ହୋଇନଥିବା ରୁ ରାସ୍ତା ଉପରେ ପାଣି...
ପଦ୍ମପୁର ରେ ବର୍ଷା, ଡ୍ରେନ ସଫେଇ ହୋଇନଥିବା ରୁ ରାସ୍ତା ଉପରେ ପାଣି...
ବରଗଡ଼,୨୬/୦୬ :- ବରଗଡ଼ ଜିଲ୍ଲାର ପଦ୍ମପୁର ଅଂଚଳରେ ଦିର୍ଘ ୭ ଘଣ୍ଟା ଧରି ଲଗାତାର ବର୍ଷାହେବା ଫଳରେ ସହରର ବିଭିନ୍ନ ଅଂଚଳରେ ଜଳମଗ୍ନ ହୋଇ ଅଡ଼ୁଆ ସ୍ଥିତି ରହିଛି ।
Ad..
ଭୋର ରୁ ବର୍ଷା ହେଉଥିବା କାରଣରୁ ଦିନ ୧୦ ଘଣ୍ଟା ପର୍ଯ୍ୟନ୍ତ ସହରର ଗଲିକନ୍ଦି ସମେତ ତଳି ଅଂଚଳ ଜଳମଗ୍ନ ରହିଛି ଫଳରେ ସାଧାରଣ ଲୋକଙ୍କ ଗମନାଗମନ ବ୍ୟବସ୍ଥା ଠପ୍ ହୋଇ ପଡ଼ିଛି ।
ମୌସୁମୀ ବର୍ଷା ହେବାର ସୂଚନା ଥିଲେ ମଧ୍ୟ ପଦ୍ମପୁର ଏନ୍ ଏ ସି ତରଫରୁ କୌଣସି ଆଗୁଆ ପଦକ୍ଷେପ ନିଆଯାଇନଥିବା କାରଣରୁ ସହରର ବିଭିନ୍ନ ସ୍ଥାନରେ ଏଭଳି ଜଳମୟ ପରିସ୍ଥିତି ସୃଷ୍ଟି ହେଲା ବୋଲି ଆଲୋଚନା ହେଉଛି ।
ସହରର ସମସ୍ତ ଡ୍ରେନ ଗୁଡିକ ଆବର୍ଜନାରେ ପୋତି ହୋଇଥିବା ବେଳେ ସଫେଇ କରାଯାଇ ନଥିବା ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ସହର କୁ ପ୍ରତ୍ୟେକ ଦିନ ସଫା ସୁତୁରା ରଖିବା ପାଇଁ ସରକାର ଅର୍ଥ ଖର୍ଚ୍ଚ କରୁଥିବା ବେଳେ ସାମାନ୍ୟ ବର୍ଷା ଯୋଗୁଁ କାହିଁକି ଡ୍ରେନ ଗୁଡିକରେ ବର୍ଷା ଜଳ ନିଷ୍କାସନ ନ ହୋଇ ଅନେକ ଗଲି କନ୍ଦା ଜଳମୟ ସହ ଆବର୍ଜନା ହେଲା ତାକୁ ନେଇ ସହରବାସୀ ଅସନ୍ତୋଷ ପ୍ରକାଶ କରୁଛନ୍ତି ।
ବର୍ଷା ଯୋଗୁଁ ଡ୍ରେନ ରେ ପାଣି ନ ଯାଇ ରାସ୍ତା ଉପରେ ଡ୍ରେନ ପାଣି ବହୁଥିବା ଯୋଗୁଁ ସହରର ବହୁ ରାସ୍ତା ରେ ଡ୍ରେନ ଆବର୍ଜନାରେ ଭରିରହିଛି । ସହରର ସଫେଇ କାମକୁ ନେଇ ଏବେ ଜନ ଅସନ୍ତୋଷ ବଢିବାରେ ଲାଗିଛି ।
Report : Bijay ku sahu
Edited by k.s thakur...
Comments
Post a Comment