କଣ୍ଟାବାଞ୍ଜି ରେ ଛୋଟ ଛୋଟ ପିଲାଙ୍କ ନିଆରା ବାହୁଡା଼ ଯାତ୍ରା...
କଣ୍ଟାବାଞ୍ଜି ରେ ଛୋଟ ଛୋଟ ପିଲାଙ୍କ ନିଆରା ବାହୁଡା଼ ଯାତ୍ରା...
କଣ୍ଟାବାଞ୍ଜି,୨୯/୦୬ : କହନ୍ତି ଯେ ଶ୍ରୀ ଜଗନ୍ନାଥ ଭାବର ଠାକୁର। ଭାବ ଥିଲେ ସେ ସବୁ ଜାଗାରେ ଦର୍ଶନ ଦେଇଥାନ୍ତି। ଠିକ ସେହି ପରି କଣ୍ଟାବାଞ୍ଜି ୱାର୍ଡ ନମ୍ବର ୧୪ ବିଜୁଳି ଅଫିସ କଲୋନୀରେ ଘରେ ପୂଜା ପାଉଥିବା ତିନି ଠାକୁରଙ୍କ ଆଶୀର୍ବାଦରେ ପ୍ରାୟ ୧୦ ରୁ ଉର୍ଦ୍ଧ ହେବ ଛୋଟ ଛୋଟ ପିଲା ମାନେ ଏକ ଛୋଟ ରଥ ନିର୍ମାଣ କରି ଛୋଟ ପିଲା ମାନଙ୍କୁ ଧରି ଘୋଷ ଯାତ୍ରକରି ରଥାରୁଡ଼ ୩ ଠାକୁର ଙ୍କୁ ସମସ୍ତ ନୀତିକାନ୍ତି ସମ୍ପର୍ଣ କରି ନିଆରା ଭାବରେ ବାହୁଡା଼ ଯାତ୍ରା କରିଥିଲେ।
Ad..
ଛୋଟ ଛୋଟ ପିଲାମାନେ ଝାଙ୍କର ପଡା, ଡ଼ୁମେରଛୁଆଁ ରାସ୍ତା, ମହାବୀରକଲୋନୀ, ତହସିଲ କାର୍ଯ୍ୟାଳୟ, ରାଜୀବଚ୍ଛକ ତୁରେକେଲା ରାସ୍ତା, ଇଲେକ୍ଟ୍ରି ଗ୍ରୀଡ଼, ଦେଇ ରଥ ଟାଣିଵା ଦୃଶ୍ୟ ନିଆରାଥିଲା। ଘଣ୍ଟ ,କୀର୍ତ୍ତନ ସହ ଜୟ ଜଗନ୍ନାଥ ଧ୍ୱନି ଦେଇ ବାହୁଡା଼ ଯାତ୍ରା ରଥ ଟଣା ସଂପନ୍ନ କରିଥିଲେ ଛୋଟ ଛୋଟ ପିଲା ମାନେ। ଯେଉଁ ନିଆଁରା ଦୃଶ୍ୟ ଦେଖି ଲୋକେ ଚକିତ ହେବା ସହ କହିବା କୁ ବିବସ ହୋଇଥିଲେ ଯେ ଶ୍ରୀ ଜଗନ୍ନାଥ ସତରେ ଭକତ ଭାବରେ ବନ୍ଧା ଓ ଭକତ ପ୍ରେମରେ ଛନ୍ଦା।
Edited by k.s thakur...
Comments
Post a Comment