ମୁରିବାହାଲ ବ୍ଲକ କାର୍ଯାଳୟ ରେ ଏସିଡିସି ବୈଠକ, କାମ ଶୀଘ୍ର ସଂମ୍ପୂର୍ଣ୍ଣ କରିବାକୁ ବିଧାୟକ ଙ୍କ ନିର୍ଦ୍ଦେଶ...
ମୁରିବାହାଲ ବ୍ଲକ କାର୍ଯାଳୟ ରେ ଏସିଡିସି ବୈଠକ, କାମ ଶୀଘ୍ର ସଂମ୍ପୂର୍ଣ୍ଣ କରିବାକୁ ବିଧାୟକ ଙ୍କ ନିର୍ଦ୍ଦେଶ...
ମୁରିବାହାଲ ,୨୯/୦୬ : ମୁରିବାହାଲ ବ୍ଲକ କାର୍ଯ୍ୟାଳୟ ସଭାଗ୍ରୁହ ରେ ବୁଧବାର କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ସ୍ତରୀୟ ଏସିଡିସି ବୈଠକ ଅନୁଷ୍ଠିତ ହୋଇ ଯାଇଛି। ବିଧାୟକ ସନ୍ତୋଷ ସିଂ ସାଲୁଜା ଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ବୈଠକ ରେ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମୁରିବାହାଲ, ବଙ୍ଗୋମୁଣ୍ଡା, ତୁରେକେଲା ଓ କଣ୍ଟାବାଞ୍ଜି ଏନଏସିର ବିଭିନ୍ନ ଉନ୍ନୟନମୂଳକ କାମର ସମିକ୍ଷା କରାଯାଇଥିଲା।
Ad..
ସହରର ପୋଖରୀ, ଜଳାଶୟ ର ମାଟି କାମ, ପଙ୍କୋଦ୍ଧାର କାମ ଶେଷ ହୋଇ ନ ଥିବା, ମୁକ୍ତା ଓ ଅନ୍ୟ ଯୋଜନା ରେ ଏନଏସି ବହୁ ପଛରେ ଥିବା ନେଇ ଏନଏସି ଇଓଙ୍କ ଉପରେ ବିଧାୟକ ବିରକ୍ତି ପ୍ରକାଶ କରି ଏହା ଶୀଘ୍ର ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ବଙ୍ଗୋମୁଣ୍ଡା ତହସିଲଦାର ଯୋଗେଶ୍ୱର ଧରୁଆଙ୍କୁ ଗରିବ ଲୋକ ଘର ତିଆରି ପାଇଁ ବାଳି ନେବା ସମୟରେ ଟ୍ରାକ୍ଟର ଧରୁଥିବା ବେଳେ ବଡ ଗାଡି ଛାଡି ଦେଉଥିବା କହିଥିଲେ। ମୁରିବାହାଲ, ବଙ୍ଗୋମୁଣ୍ଡା, ତୁରେକେଲା ତହସିଲଦାର ଙ୍କୁ ଭୂମିହୀନ ମାନଙ୍କୁ ଚାରି ଡିସିମିଲ ଲେଖାଏଁ ଜମି ପଟ୍ଟା ଦେବା ପାଇଁ କହିଥିଲେ।
ବିଧାୟକ ଅଧିକାରୀ ମାନଙ୍କୁ ତାଗିଦ କରିବା ସହ ଶୀଘ୍ର କାମ ଶେଷ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଡିଆଡିଏ ଏପିଡି ଗୁଣନିଧି ନାୟକ, ଉପ ଜିଲ୍ଲାପାଳ ଦୟାମୟ ପାଢୀ, ମୁରିବାହାଲ ବିଡିଓ ପୂଣ୍ଣାନନ୍ଦ ପଟେଲ, ବ୍ଲକ ଅଧ୍ଯକ୍ଷ ହରି ବନ୍ଧୁ ମେହେର, ବଙ୍ଗୋମୁଣ୍ଡା ବିଡିଓ ରିପୁନାଥ ସୁନା, ତୁରେକେଲା ବିଡିଓ ଦେବାଶିଷ ସମାଲ, ମୁରିବାହାଲ ତହସିଲଦାର ସୋନାଲି ପାତ୍ର, ବଙ୍ଗୋମୁଣ୍ଡା ତହସିଲଦାର ଯୋଗେଶ୍ୱର ଧରୁଆ, କଣ୍ଟାବାଞ୍ଜି ତହସିଲଦାର ଅମ୍ରୁତଲାଲ ବେହେରା, ଆସିଷ୍ଟାଣ୍ଟ୍ ଡାଇରେକ୍ଟର ପ୍ଲାନିଙ୍ଗ ସଂଜୟ ଦୀପ, ଏମଇ କଣ୍ଟାବାଞ୍ଜି ଏନଏସି ଅଶୋକ ପଟ୍ଟନାୟକ, ଜେଇ ଦୀପ୍ତି ରଂଜନ ନନ୍ଦ, ଏଇ ଟାଉନ ପ୍ଲାନିଙ୍ଗ ବାଳକ୍ରୁଷ୍ନ ମେହେର, ଓଏଲଆରସି ଟିଟିଲାଗଡ଼ ଅମ୍ରୁତ ବାଗ, ଡିଆରସିଏସ ଦମୟନ୍ତୀ ସିଂ, ଏଆରସିଏସ ଟିଟିଲାଗଡ଼ ରାଧାକୃଷ୍ଣ ମେହେର, ଜିଏସଡିଆରସି ବିଷ୍ନୁ ପ୍ରସାଦ ଦାସ, ରେଞର ନିଲାନ୍ଦ୍ରି ଭୋଇ, ଡିଡିଏ ପ୍ରଫୁଲ୍ଲ ଭଞ, ଏଏଚଓ ଏସ କେ ମାଝୀ,ଏଇ ଆରଡବ୍ଲୁଏସଏସ କଣ୍ଟାବାଞ୍ଜି ପ୍ରଶାନ୍ତ ବାଗେ, ଡିଏସଏସଓ ଘନେଶ୍ୱର ମୁଣ୍ଡ, ଡିଏସଏସ ଡିଇଓ ରାଜେଶ ମିଶ୍ର, ଏଇ ଅବିନାଶ ମୋଦି,ଦେବ କୁମାର ପ୍ରଧାନ, ନବ ମଲ୍ଲିକ, ବିଏସଏସଓ ଅମିତ ନାୟକ ପ୍ରମୁଖ ବୈଠକ ରେ ଉପସ୍ଥିତ ଥିଲେ।
Edited by k.s thakur...
Comments
Post a Comment