ବୌଦ୍ଧ ଜିଲ୍ଲା ଘଣ୍ଟାପଡା ଥାନା ଅନ୍ତର୍ଗତ ଖୁଣ୍ଟିଗୋରାରେ ମାଓ ପୋଷ୍ଟର...
ବୌଦ୍ଧ ଜିଲ୍ଲା ଘଣ୍ଟାପଡା ଥାନା ଅନ୍ତର୍ଗତ ଖୁଣ୍ଟିଗୋରାରେ ମାଓ ପୋଷ୍ଟର...
ବୌଦ୍ଧ,୨୫/୦୬ : ବୌଦ୍ଧ ଜିଲ୍ଲା ଘଣ୍ଟାପଡା ଥାନା ଅନ୍ତର୍ଗତ ଖୁଣ୍ଟିଗୋରାରେ ମାଓ ପୋଷ୍ଟର ଦେଖିବାକୁ ମିଳିଛି। ଆଜି ସକାଳୁ ସକାଳୁ ଖୁଣ୍ଟିଗୋରା ମାର୍କେଟର ଏକ ଗଛରେ ଏହି ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି।
Ad..
ଏହି ପୋଷ୍ଟରରେ କିଛି ମାଓ ନେତାଙ୍କ ଫଟୋ ରହିଥିବାବେଳେ ସେଥିରେ ଏନକାଉଣ୍ଟର ହୋଇଥିବା ମାଓବାଦୀଙ୍କୁ ସହିଦ ଦର୍ଶାଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଯାଇଛି ।ଏମିତିକି ସହିଦଙ୍କ ଶ୍ରଦ୍ଧାଞ୍ଜଳି ବ୍ୟର୍ଥ ଯିବ ନାହିଁ ବୋଲି ମଧ୍ୟ ପୋଷ୍ଟରରେ ଲେଖାଯାଇଥିବାବେଳେ ଆଉ ଏକ ପୋଷ୍ଟରରେ ପୁଲିସ ଦମନ ଓ ମିଥ୍ୟା ଏନକାଉଣ୍ଟର ଉପରେ ଜୁନ ୨୫ରେ କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ନୟାଗଡ଼ ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଧକୁ ସଫଳ କରନ୍ତୁ ବୋଲି ଉଲ୍ଲେଖ ରହିଛି ।
ଏସବୁ ପୋଷ୍ଟର ପ୍ରକୃତରେ ମାଓବାଦୀ ମାରିଛନ୍ତି ନାଁ ମାଓବାଦୀଙ୍କ ନାମରେ ଅନ୍ୟ କେହି ମାରିଛି ତାହା ଏଯାଏଁ ସ୍ପଷ୍ଟ ହୋଇନଥିଲେ ହେଁ ସାଧରଣରେ ଭୟ ଦେଖିବାକୁ ମିଳିଛି। ଏନେଇ ଘଣ୍ଟାପଡା ପୁଲିସ ତଦନ୍ତ ଆରମ୍ଭ କରିଥିବା ଥାନାଧିକାରୀ ବଳଭଦ୍ର ଗଣ୍ଡ ସୂଚନା ଦେଇଛନ୍ତି।
Edited by k.s thakur...
Comments
Post a Comment