ରାସ୍ତା ରେ ମାଟି ପଡିଥିବା ଯୋଗୁଁ ରୋଗୀ ପାଖକୁ ପହଂଚି ପାରିଲାନି ଆମ୍ବୁଲାନ୍ସ...

ରାସ୍ତା ରେ ମାଟି ପଡିଥିବା ଯୋଗୁଁ ରୋଗୀ ପାଖକୁ ପହଂଚି ପାରିଲାନି ଆମ୍ବୁଲାନ୍ସ...

କଣ୍ଟାବାଞ୍ଜି,୨୮/୦୬ : କଣ୍ଟାବାଞ୍ଜି ଝୁପୁଡ଼ି ପଡ଼ା ଦେଇ ବେହେରେନ ସିଲେଟ ଗ୍ରାମ ନିକଟ ସ୍ଥିତ ଜଣେ ରୋଗୀ ନିକଟ କୁ ପହଞ୍ଚି ପାରିଲା ନାହିଁ ଆମ୍ବୁଲାନ୍ସ !

              Ad..



ସୂଚନା ଅନୁସାରେ, ଆଜି ସକାଳ ୧୧.୩୦ ସମୟ ରେ ବେହରେନ ସିଲେଟ ଗ୍ରାମ ନିକଟରେ ଜଣେ ରୋଗୀ କୁ ୧୦୮ ଆମ୍ବୁଲାନ୍ସ ନେବାକୁ ଯାଉଥିଲା। ହେଲେ କଣ୍ଟାବାଞ୍ଜି  ଜୁପୁଡ଼ି ପଡ଼ା ରୁ ଯିବା ରାସ୍ତାରେ ରେ ଜଣେ ରେଲୱେ ଠିକାଦାର ମାଟି ପକେଇ ଥିବାରୁ ଆମ୍ବୁଲାନ୍ସ ଟି ଯାଇ ପାରି ନଥିଲା।

Ad..



ଜୁପୁଡ଼ି ପଡ଼ା ଲୋକଙ୍କ କହିବା ହେଲା ଯେ କିଛି ଦିନରୁ ଜଣେ ରେଲୱେ ଠିକାଦାର ମାଟି ପକେଇ ଥିବାରୁ ଲୋକେ ଯିବା ଆସିବା ମଧ୍ୟ କରିପାରୁ ନାହାନ୍ତି। ଆଝି ଯେତେ ବେଳେ ବେହରେନ ସିଲେଟ ଗ୍ରାମ ନିକଟ ର ଜଣେ ରୋଗୀ ଆମ୍ବୁଲାନ୍ସ ଜରିଆରେ ଚିକିତ୍ସା ପାଇଁ ନିଆଯିବା ର ଥିଲା ଆମ୍ବୁଲାନ୍ସ ଡ୍ରାଇବର ରାସ୍ତା ଖରାପ ଥିବା ସହ ରାସ୍ତା ରେ ମାଟି ପଡ଼ିଥିବାରୁ ଆମ୍ବୁଲାନ୍ସ ଯାଇ ପାରିବ ନାହିଁ ବୋଲି କହିଥିଲେ।

Ad..



ପରେ ରୋଗୀ କୁ ଖଟ ରେ ବୋହା ହୋଇ ଅନ୍ୟ ଗାଡି ମଧ୍ୟରେ କଣ୍ଟାବାଞ୍ଜି ସରକାରୀ ହସ୍ପିଟାଲ କୁ ନିଆଯାଇଥିଲା ବୋଲି ଲୋକେ ଅଭିଯୋଗ କରିଛନ୍ତି। ତେବେ ଠିକାଦାର କୁ ରାସ୍ତା ମଝିରେ ମାଟି ପକେଇବାକୁ ମନା କରିଥିଲେ ସୁଧା କାହାରି କଥା ନ ଶୁଣି ନିଜ ମାନମାନି କରିଥିବା କଥା ପଡ଼ାବାସିନ୍ଦା କହିଛନ୍ତି। 







Edited by k.s thakur...

Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...