ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ '୫-ଟି' ସଚିବଙ୍କ ବରଗଡ଼ ଜିଲ୍ଲା ଗସ୍ତର ଦ୍ବିତୀୟ ଦିନରେ...

ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ '୫-ଟି' ସଚିବଙ୍କ ବରଗଡ଼ ଜିଲ୍ଲା ଗସ୍ତର ଦ୍ବିତୀୟ ଦିନରେ...

ବରଗଡ଼,୨୭/୦୬ : ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ '୫-ଟି' ସଚିବଙ୍କ ବରଗଡ଼ ଜିଲ୍ଲା ଗସ୍ତର ଦ୍ବିତୀୟ ଦିନରେ ସେ ଆଜି ପଦ୍ମପୁର ଉପଖଣ୍ଡର ଅନେକ ନିର୍ମାଣଧୀନ ପ୍ରକଳ୍ପର ଅଗ୍ରଗତିର ସମୀକ୍ଷା କରିବା ସହ ବିଭିନ୍ନ ସ୍ଥାନରେ ଜନଶୁଣାଣି କରି ସିଧାସଳଖ ଲୋକମାନଙ୍କ ସମସ୍ୟା ଶୁଣିଛନ୍ତି ଓ ପ୍ରସ୍ତାବ ମାନ ଗ୍ରହଣ କରିଛନ୍ତି। 

Ad..



ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ବିକାଶ କାର୍ଯ୍ୟର ସମୀକ୍ଷା ଓ ସିଧାସଳଖ ଭାବେ ଲୋକଙ୍କ ସମସ୍ୟା ସବୁ ବୁଝିବା ପାଇଁ ତାଙ୍କ ୫-ଟି ସଚିବ ଭିକେ ପାଣ୍ଡିଆନ୍  ବରଗଡ଼ ଜିଲ୍ଲା ଗସ୍ତର ଦ୍ବିତୀୟ ଦିନରେ ପଦ୍ମପୁର ଉପଖଣ୍ଡର ବିକାଶ କାର୍ଯ୍ୟର ସମୀକ୍ଷା କରିଥିଲେ। 

Ad..

ସେ ପାଇକମାଳ ଠାରେ ଥିବା ୫-ଟି ରୂପାନ୍ତରିତ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ଛାତ୍ର ଛାତ୍ରୀ ଓ ଅଭିଭାବକ ମାନଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ। ଏହି ଅବସରରେ ସେଠାରେ ଅଭିଭାବକ, ଛାତ୍ର ଛାତ୍ରୀ ଓ ଅନ୍ୟାନ୍ୟ ବୁଦ୍ଧିଜୀବି ମାନେ ଶିକ୍ଷା ବ୍ୟବସ୍ଥାର ସୁଦୃଢ଼ୀକରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସାଧୁବାଦ ଜଣାଇଥିଲେ। 

ତାପରେ ସେ ସ୍ଥାନୀୟ ମିଶନ ଶକ୍ତି କ୍ୟାଫେକୁ ଯାଇ ମହିଳା ମାନଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ। ଏହାପରେ ସେ କସ୍ତୁରବା ଗାନ୍ଧୀ ମାତୃ ନିକେତନକୁ ଯାଇ ପ୍ରତିଷ୍ଠାତ୍ରୀ ପାର୍ବତୀ ଗିରିଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିବା ପରେ ଅନ୍ତେବାସୀ ଛାତ୍ର ଛାତ୍ରୀଙ୍କୁ ଭେଟିଥିଲେ। 

କଠିଣ ପରିଶ୍ରମ ଓ ଅଧ୍ୟବସାୟ ବଳରେ ଜୀବନରେ ବହୁତ୍ ଆଗକୁ ବଢିବାକୁ ସେମାନଙ୍କୁ ପରାମର୍ଶ ଦେଇଥିଲେ। ମାତୃ ନିକେତନର ଯାହା ବି ଅସୁବିଧା ରହିଛି ସେସବୁ ଉପରେ ମୁଖ୍ୟମନ୍ତ୍ରୀ ଶୀଘ୍ର ବିଚାର କରି ତାକୁ ଦୂର କରିବାର ବ୍ୟବସ୍ଥା କରିବେ ବୋଲି କହି ଥିଲେ। 

ନୃସିଂହନାଥଙ୍କ ମନ୍ଦିର ନିକଟରେ ହଜାର ହଜାର ଲୋକ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ନିଜର ଅସୁବିଧା ଓ ପ୍ରସ୍ତାବ ପଠାଇବା ପାଇଁ 5-ଟି ସଚିବଙ୍କୁ ଭେଟିଥିଲେ। ଅତି ଶୀଘ୍ର ନୃସିଂହନାଥ ମନ୍ଦିରର ରୂପରେଖ ବଦଳିଯିବ ଓ ଆସନ୍ତା ନବବର୍ଷରେ ସମସ୍ତେ ଏକ ନୂଆଁ ରୂପରେ ନୃସିଂହନାଥଙ୍କ ପୀଠକୁ ଦେଖିବାକୁ ପାଇବେ ବୋଲି ଶ୍ରୀ ପାଣ୍ଡିଆନ୍ ଲୋକଙ୍କୁ ଜଣାଇଥିଲେ । 

ସେ ପଦ୍ମପୁର ରାଜବୋଡାସମ୍ବର ପଡ଼ିଆର ଜନଶୁଣାଣୀ ସଭାରେ ଲୋକଙ୍କୁ ଭେଟିଥିଲେ। ମହିଳା ସଶକ୍ତିକରଣ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଯାହା ସବୁ ଯୋଜନା କରିଛନ୍ତି ସେ ସବୁରୁ ମହିଳା ମାନେ କିଭଳି ଭାବରେ ଲାଭ ପାଉଛନ୍ତି ସେସବୁ ବିଷୟରେ ଶ୍ରୀ ପାଣ୍ଡିଆନ୍ ସିଧାସଳଖ ଆଲୋଚନା କରିଥିଲେ।   

ଏହି ସମୟରେ ସେ ଲୋକଙ୍କଠାରୁ ଲିଖିତ ଆପତ୍ତି ଅଭିଯୋଗ ଓ ପ୍ରସ୍ତାବ ସବୁ ଗ୍ରହଣ କରିଥିଲେ ଓ ତାହା ଉପରେ ମୁଖ୍ୟମନ୍ତ୍ରୀ ବିଚାର କରି ଶୀଘ୍ର ନିଷ୍ପତ୍ତି ନେବେ ବୋଲି ଆଶ୍ଵାସନା ଦେଇଥିଲେ। ତାପରେ ସେ ମହିଳା ମାନଙ୍କ ଅନୁରୋଧ ରକ୍ଷାକରି ସଦ୍ୟ ଉନ୍ମୋଚିତ ହୋଇଥିବା ମିଶନ ଶକ୍ତି କ୍ୟାଫେକୁ ମଧ୍ୟ ଯାଇଥିଲେ।  

ସତିଭଟା ଏୟାରଷ୍ଟ୍ରିପ୍ ଠାରେ ମଧ୍ୟ ବିଭାଗୀୟ ଯନ୍ତ୍ରୀଙ୍କ ଠାରୁ ଅନେକ ନିର୍ମାଣଧିନ ବିକାଶ କାର୍ଯ୍ୟର ଅଗ୍ରଗତି ସଂପର୍କରେ ବୁଝି ଓ ଖୁବଶିଘ୍ର ତାକୁ ସାରିବା ପାଇଁ ପରାମର୍ଶ ଦେଇ ଭୁବନେଶ୍ଵର ଫେରି ଯାଇଥିଲେ।






Report : Bijay ku sahu

Edited by k.s thakur...

Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...