୫ଟି ସଚିବଙ୍କୁ ୫ ଟି ପ୍ରଶ୍ନ କଲା ଆମ୍ ଆଦମୀ ପାର୍ଟି...
୫ଟି ସଚିବଙ୍କୁ ୫ ଟି ପ୍ରଶ୍ନ କଲା ଆମ୍ ଆଦମୀ ପାର୍ଟି...
ବରଗଡ଼,୨୪/୦୬ : ରାଜ୍ୟ ସରକାରଙ୍କ ୫ଟି ସଚିବ ଙ୍କ ବରଗଡ଼ ଜିଲ୍ଲା ଗସ୍ତ ପୂର୍ବରୁ ଆମ୍ ଆଦମୀ ପାର୍ଟି ପକ୍ଷରୁ ରୁ ପାଞ୍ଚ ଟି ପ୍ରଶ୍ନ କରାଯାଇଛି । ଜିଲ୍ଲା ଆବାହକ ଭବାନୀ ସାହୁ ଏକ ଡିଜିଟାଲ ପ୍ରେସ ବାର୍ତ୍ତା ମାଧ୍ୟମରେ ପଚାରିଛନ୍ତି ଯେ ବରଗଡ଼ ଚିନିକଳ ପୁନରୁଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ୧୧ କୋଟି ଟଙ୍କା ଗଲା କୁଆଡେ ଓ ଚିନିକଳ ଏକ ଲାଭଜନକ ସଂସ୍ଥା ବୋଲି ନେସନାଲ ସୁଗର ଇନଷ୍ଟିଚ୍ୟୁଟ ଦେଇଥିବା ରିପୋର୍ଟ କୁ ସରକାର କାହିଁକି ଚାପି ଦେଇଛନ୍ତି ତାହା ଜବାବ ଦିଅନ୍ତୁ ।
Ad..
ଦ୍ୱିତୀୟ ବରଗଡ଼ ରେ ଲାଗିରହିଥିବା ଅଘୋଷିତ ବିଦ୍ୟୁତ କାଟ୍ ଓ ଟାଟା ପାୱାର ର ଜୁଲମ କେବେ ବନ୍ଦ ହେବ । ତୃତୀୟ ବରଗଡ଼ ର ଜନଗହଳିପୂର୍ଣ ରାସ୍ତା ଲେଙ୍ଗୁ ମିଶ୍ର ଛକ ରୁ ଜିରା ବ୍ରିଜ ପର୍ଯ୍ୟନ୍ତ ପ୍ରଶସ୍ତିକରଣ କେବେ ସମ୍ପୂର୍ଣ୍ଣ ହେବ ।
ବରପାଲି ରେଲ ଓଭର ବ୍ରିଜ କାର୍ଯ୍ୟ ସମ୍ପୁର୍ଣ୍ଣ ହେବାକୁ ଆଉ କେତେ ବର୍ଷ ଲାଗିବ । ଜିଲ୍ଲାର ପୁରାତନ ପଂଚାୟତ କଲେଜ କୁ ୟୁନିଭରସିଟି ର ମାନ୍ୟତା କେବେ ମିଳିବ । ସେହିପରି ବରଗଡ଼ ଜିଲ୍ଲାର ବନ୍ଦ ପଡିଥିବା ୨୫୦ ଟି ପ୍ରାଥମିକ ସରକାରୀ ସ୍କୁଲ କେବେ ଖୋଲିବ ।
ବରଗଡ଼ ଜିଲ୍ଲା ଓ ଭଟଲି ବ୍ଲକ ର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା କେବେ ଠିକ ହେବ ଓ ପଦ୍ମପୁର ରେ ଚାଷିଙ୍କୁ ଫସଲ ବୀମା ଟଙ୍କା କେବେ ମିଳିବ । ବିଜେପୁର ସମେତ ବରଗଡ଼ ବ୍ଲକ ର ଅନେକ ଗାଁ ଗୁଡିକୁ ଗଙ୍ଗାଧର ଜଳ ପ୍ରକଳ୍ପ ରେ କେବେ ପାଣି ମିଳିବ ବୋଲି ଶ୍ରୀ ସାହୁ ପ୍ରଶ୍ନ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସମ୍ପାଦକ ଅମିତାଭ ପାତ୍ର, ବିଜେପୁର ବ୍ଲକ ସଂଯୋଜକ ରାମ ବିଶ୍ୱାଳ ଉପସ୍ଥିତ ଥିଲେ ।
Report : Bijay ku sahu
Edited by k.s thakur...
Comments
Post a Comment