ମୁରିବାହାଲ ବ୍ଲକ କଲୋନୀ ସ୍କୁଲ ର ଅବହେଳିତ ଅବସ୍ଥା,ପାଂଚଟି ଶ୍ରେଣୀ ପାଇଁ ଗୋଟିଏ କୋଠରୀ...
ମୁରିବାହାଲ ବ୍ଲକ କଲୋନୀ ସ୍କୁଲ ର ଅବହେଳିତ ଅବସ୍ଥା,ପାଂଚଟି ଶ୍ରେଣୀ ପାଇଁ ଗୋଟିଏ କୋଠରୀ...
ମୁରିବାହାଲ, ୨୮/୦୬ : ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ କଲୋନୀ ସ୍ଥିତ ପ୍ରାଥମିକ ବିଦ୍ୟାଳୟ ର ଅବହେଳିତ ଅବସ୍ଥା ସରକାରୀ ଯୋଜନା ର ସଫଳତା କୁ ନେଇ ପ୍ରଶ୍ନବାଚୀ ସ୍ରୁଷ୍ଟି ହୋଇଛି।
Ad..
ଗୋଟିଏ କୋଠରୀ ରେ ପ୍ରଥମ ରୁ ତ୍ରୁତୀୟ ଶ୍ରେଣୀ ପିଲା ପଢୁଥିବା ବେଳେ ବାରଣ୍ଡା ରେ ଚତୁର୍ଥ ଓ ପଂଚମ ଶ୍ରେଣୀ ର ଛାତ୍ରଛାତ୍ରୀ ପଢୁଛନ୍ତି। ୫ ଟି ଶ୍ରେଣୀ ର ପିଲାମାନଙ୍କୁ ପାଠ ପଢାଇବା ପାଇଁ ଦୁଇ ଜଣ, ଜଣେ ଶିକ୍ଷକ ଓ ଆଉ ଜଣେ ଶିକ୍ଷୟତ୍ରୀ ଅଛନ୍ତି।
Ad..
ବିଦ୍ଯାଳୟ ର ପୁରୁଣା ଘର ବିପଦଜନକ ଅବସ୍ଥା। ଖାଳଖମାରେ ପାଣି ଭର୍ତ୍ତି ଶୋଚନୀୟ ରାସ୍ତା ସହ ପାଚେରୀ ନ ଥିବା ସ୍କୁଲ ପରିସର ଅସୁରକ୍ଷିତ ଅବସ୍ଥା। ଏହି ବିଦ୍ଯାଳୟ ଟି ବିଇଓ କାର୍ଯ୍ୟାଳୟ ର ବେଶ ନିକଟରେ ଥିବା ବେଳେ ବିଦ୍ଯାଳୟ ର ଏପରି ଅବସ୍ଥା ପ୍ରତି ବିଭାଗୀୟ କର୍ତ୍ତୁପକ୍ଷଙ୍କ ଦ୍ରୁଷ୍ଟି ପଡୁଛି କି ନାହିଁ ଚିନ୍ତାର କାରଣ ହେବା ସହିତ ବିଦ୍ଯାଳୟ ପ୍ରତି ଅବହେଳା ସହଜରେ ଅନୁମେୟ।
Ad..
ବିଦ୍ଯାଳୟ ର ବିଭିନ୍ନ ସମସ୍ଯା ସମ୍ପକରେ ଅନେକ ଥର ବିଭାଗୀୟ କର୍ତ୍ତୁପକ୍ଷ ଙ୍କୁ ଜଣାଇ ଥିଲେ ମଧ୍ଯ କୌଣସି ସୁଫଳ ମିଳୁନାହିଁ। ଅଂଚଳ ବାସୀ ଙ୍କ ଦାବୀ ପ୍ରତି ବିଭାଗୀୟ କର୍ତ୍ତୁପକ୍ଷଙ୍କ ଅବହେଳା ମନୋଭାବ ଯୋଗୁଁ ଅସନ୍ତୋଷ ର କାରଣ ହୋଇଛି।
ଏ ସମ୍ପର୍କରେ ମୁରିବାହାଲ ଭାରପ୍ରାପ୍ତ ବିଇଓ ଙ୍କୁ ପଚାରିବାରୁ ମରାମତି ପାଇଁ ପିଆର ବିଭାଗ କୁ କୁହାଯାଇଥିବା କହିଥିଲେ।ସେହିପରି ମୁରିବାହାଲ ବିଇଓଙ୍କ କାର୍ଯ୍ୟାଳୟ ମଧ୍ଯ ଅବହେଳିତ ହୋଇ ରହିଛି। ପୁରୁଣା କୋଠା ଜରାଜୀର୍ଣ୍ଣ ଅବସ୍ଥା ରେ ରହିଛି।
ପୁରୁଣା ଛାତରୁ ପାଣି ଗଳିବା ସହିତ ପ୍ଲାଷ୍ଟର ଖସୁଛି। କର୍ମଚାରୀ ଓ ଅଧିକାରୀଙ୍କ ବସିବା ପାଇଁ ଜାଗା ନାହିଁ। ଦୀର୍ଘ ଦିନ ପରେ ବିଇଓ ଭାବେ ଶାନ୍ତୁନୁ ପଢିଆରି ଯୋଗଦାନ କରିଛନ୍ତି। ବିଇଓ ଙ୍କ ଯୋଗଦାନ ପରେ ଅବହେଳିତ ଶିକ୍ଷା ବ୍ଯବସ୍ଥା ରେ ସୁଧାର ହେବା ନେଇ ଅଂଚଳ ବାସୀ ଆଶା ପ୍ରକାଶ କରୁଛନ୍ତି।
ରାଜ୍ଯ ସରକାର ତୁରନ୍ତ ଶିକ୍ଷା ବ୍ଯବସ୍ଥା ର ଉନ୍ନତି ପାଇଁ ଆବଶ୍ଯକ ପଦକ୍ଷେପ ଗ୍ରହଣ କରିବାକୁ ଦାବୀ ହେଉଛି।
Edited by k.s thakur...
Comments
Post a Comment