ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ କପିଲମୁନି ଆଶ୍ରମ ର ପ୍ରସ୍ତୁତି ବୈଠକ...

ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ କପିଲମୁନି ଆଶ୍ରମ ର ପ୍ରସ୍ତୁତି ବୈଠକ... ପାଇକମାଳ,୩୧/୦୭ : ଆଜି ନୃସିଂହନାଥ ସ୍ଥିତ କପିଲ ମୁନି ଆଶ୍ରମ ଠାରେ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ (କପିଲମୁନି ଆଶ୍ରମ) ର ୪୦ ତମ ପ୍ରସ୍ତିଷ୍ଠା ଦିବସ ପାଳନ ସକାଶେ ଏକ ପ୍ରସ୍ତୁତି ବୈଠକ କେନ୍ଦ୍ରୀୟ ଆବାହକ ରବିନାରାୟଣ ସାହୁଙ୍କ ଆହ୍ଵାନ କ୍ରମେ ଧବଳେଶ୍ଵର ସାହୁ ଙ୍କ ଅଧ୍ୟକ୍ଷତାରେ ତଥା ଉପଦେଷ୍ଟା ପ୍ରଶାନ୍ତ ମାଝୀ ଙ୍କ ଉପସ୍ଥିତି ରେ ଅନୁଷ୍ଠିତ ହୋଇଯାଇଛି। Ad.. ଉକ୍ତ ବୈଠକ ର ନିଷ୍ପତି କ୍ରମେ ଆଗାମୀ ଅଗଷ୍ଟ ୧୯ ତରିକ ଦିନ ପାଇକମାଳ ପୂର୍ତ୍ତ ଡାକ ବଙ୍ଗଳା ଠାରୁ ଗନ୍ଧମାର୍ଦ୍ଦନ ପ୍ରେମୀ ଜନତାଙ୍କ ଏକ ଶୋଭାଯାତ୍ରା ବାହାରି ନୃସିଂହନାଥ କୁ ପହଞ୍ଚିବ।ସେଠାରେ ଉପସ୍ଥିତ ସଂଗ୍ରାମୀ ଜନତାଙ୍କୁ ଗନ୍ଧମାର୍ଦ୍ଦନ ର ବର୍ତ୍ତମାନ ଏବଂ ଭବିଷ୍ୟତ ସ୍ଥିତି ଉପରେ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ସଚେତନ କରାଇବେ। ଏଣୁ ଉକ୍ତ କାର୍ଯ୍ୟକ୍ରମ ରେ ବହୁ ସଂଖ୍ୟାରେ ଜନସାଧାରଣ ,ପରିବେଶ ଓ ଗନ୍ଧମାର୍ଦ୍ଦନ ପ୍ରେମୀ ମାନେ ଯୋଗଦାନ କରିବାକୁ ପରିଷଦ ତରଫରୁ ନିବେଦନ କରାଯାଇଅଛି।ଆଜିର ବୈଠକ ରେ ସର୍ବଶ୍ରୀ ପ୍ରଶାନ୍ତ ମାଝୀ ମୋହନ ଜଗତ ,ଧବଳେଶ୍ଵର ସାହୁ,ବିକ୍ରମ ସରାଫ,ହରିହର ବରିହା,ଯୁଗେଶ୍ୱର୍ ମାଝୀ, ଲିଟୁ ପଟ୍ଟନାୟକ ଇତ୍ୟାଦି ଉପସ୍ଥିତ ରହି ନିଜର ସୁଚିନ୍ତିତ ମତା ମତ ଦେଇଥିଲେ। Report : Bijay ku sahu Edited by k.s thakur...