ବରଗଡ଼ ବିକାଶ ମଞ୍ଚ ପକ୍ଷରୁ "ମାଁ ପାଇଁ ଗଛଟିଏ" କାର୍ଯ୍ୟକ୍ରମ...
ବରଗଡ଼ ବିକାଶ ମଞ୍ଚ ପକ୍ଷରୁ "ମାଁ ପାଇଁ ଗଛଟିଏ" କାର୍ଯ୍ୟକ୍ରମ...
ବରଗଡ଼,୨୯/୦୭ : ରବିବାର ଦିନ ପରିବେଶ ସୁରକ୍ଷା ବାର୍ତ୍ତା କୁ ନେଇ ବରଗଡ଼ ବିକାଶ ମଞ୍ଚ ପକ୍ଷରୁ "ମାଁଙ୍କ ପାଇଁ ଗଛଟିଏ" ପରିପେକ୍ଷୀରେ ବୃକ୍ଷାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।
Ad..
ଏହି ଅବସରରେ ବରଗଡ଼ ଜିଲ୍ଲା ମୁଖ୍ୟ ହସ୍ପିଟାଲ ପରିସରରେ ବିକାଶ ମଞ୍ଚ ଅଧ୍ୟକ୍ଷ ସର୍ଦାର ପ୍ରିତମ ସିଂଙ୍କ ନେତୃତ୍ୱ ରେ ମଞ୍ଚ ସଦସ୍ୟ ଆମ୍ବ, କୃଷ୍ଣଚୁଡା, ନିମ୍ବ, ତେନ୍ତୁଳି ଭଳିଆ ଛାଇ ପ୍ରଦାନ କାରି ଗଛ ହସ୍ପିଟାଲ ପ୍ରବେଶ ଦ୍ୱାର ଠାରୁ ରାସ୍ତା ଉଭୟ ପାର୍ଶ୍ୱରେ ରୋପଣ କରିଥିଲେ।
ଏହା ପୂର୍ବରୁ ହସ୍ପିଟାଲ ମ୍ୟାନେଜର ଏସ୍.ପି.ଦାସ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥଲେ । ସମ୍ପାଦକ ଅଭିଜିତ ପ୍ରତିହାରୀ ପରିବେଶ ସୁରକ୍ଷା ଜୀବନ ରକ୍ଷା ନାରା ଦେଇ ପୃଥିବୀକୁ ସବୁଜ ସୁନ୍ଦର ଏବଂ ପରିବେଶ ଭାରସମ୍ୟ ରକ୍ଷା ପାଇଁ ସମସ୍ତଙ୍କୁ ବୃକ୍ଷ ରୋପଣ କରିବା କୁ ଆହ୍ବାନ କରି ଥିଲେ।
ଏହି ଅବସରରେ ମଞ୍ଚ ସଦସ୍ୟ ରାମକୃଷ୍ଣ ମେହେର, ସନ୍ତୋଷ ଦାଶ, ଗୋବିନ୍ଦ ଦାଶ, ନବକୃଷ୍ଣ ମିଶ୍ର, ଅଶୋକ ମହାପାତ୍ର, ଦେବୀ ପଟ୍ଟନାୟକ, ତୁଳସୀ ଚରଣ ଦାଶ, ଆଶୁତୋଷ ରଥ, ଏମଡି ଅସଲମ,ଭାଗ୍ୟ ଲକ୍ଷ୍ମୀ ଦୋରା ଏବଂ ପ୍ରତି ରବିବାର ଦିନ ଏକ ଟଙ୍କା ରେ ଜଳଖିଆ ଦେଉଥିବା ଉମେଶ ପ୍ରଧାନ ପ୍ରମୁଖ ଯୋଗଦାନ କରି କାର୍ଯ୍ୟକ୍ରମ କୁ ସାଫଲ୍ୟ ମଣ୍ଡିତ କରି ଥିଲେ । ପରିବେଶ ମିତ୍ର ଜଗଦୀଶ ସୈନ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
Report : Bijay ku sahu
Edited by k.s thakur...
Comments
Post a Comment