ଅପରାଧ ନିରାକରଣ, ଟ୍ରାଫିକ ନୀୟମ ପାଳନ ତଥା ସାଇବର କ୍ରାଇମ୍ ପ୍ରତି ସଚେତନତା ସୃଷ୍ଟି କରିବା ପାଇଁ ଆଲୋଚନା ଚକ୍ର ଅନୁଷ୍ଠିତ...

ଅପରାଧ ନିରାକରଣ, ଟ୍ରାଫିକ ନୀୟମ ପାଳନ ତଥା ସାଇବର କ୍ରାଇମ୍ ପ୍ରତି ସଚେତନତା ସୃଷ୍ଟି କରିବା ପାଇଁ ଆଲୋଚନା ଚକ୍ର ଅନୁଷ୍ଠିତ...


ବରଗଡ଼,୨୭/୦୭ : ଶୁକ୍ରବାର ଦିନ ଅପରାହ୍ନ ୩ଟା ରେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଶାଶ୍ଵତୀ ଦାଶଙ୍କ ସଭାପତିତ୍ବରେ ଅପରାଧ ନିରାକରଣ, ଟ୍ରାଫିକ ନୀୟମ ପାଳନ ତଥା ସାଇବର କ୍ରାଇମ୍ ପ୍ରତି ସଚେତନତା ସୃଷ୍ଟି କରିବା ପାଇଁ ଏକ ବିଶିଷ୍ଟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। 

             Ad..


ଉକ୍ତ ଆଲୋଚନା ଚକ୍ର ରେ ଆଇ.ଆଇ.ସି. ସତ୍ୟଜିତ କନ୍ଦେଲକର୍ ଏବଂ ସବ୍ ଇନିସ୍ପେକ୍ଟର୍ ମଙ୍ଗଲ୍ କିସକୋ ଉପସ୍ଥିତ ରହି ପିଲାମାନଙ୍କଠାରେ ସଚେତନତା ସୃଷ୍ଟି କରିଥିଲେ । ଅବସର ପ୍ରାପ୍ତ ପ୍ରଫେସର ଶ୍ରୀଯୁକ୍ତ ମାଧବ ଚନ୍ଦ୍ର ସାହୁ, ବିଶ୍ବଜିତ ମିଶ୍ର, ସତ୍ୟଜିତ ଦାଶ, ନବକିଶୋର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିବା ବେଳେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଆଲୋଚନା କୁ ସଫଳ କରିବା ରେ ସଂପୂର୍ଣ୍ଣ ସହଯୋଗ କରିଥିଲେ। 

ସଭାକାର୍ଯ୍ୟ କୁ ପୁରାତନ ଛାତ୍ର ନବ କିଶୋର ପାଣିଗ୍ରାହୀ ପରିଚାଳନା କରିଥିଲାବେଳେ ବରିଷ୍ଠ ଶିକ୍ଷକ ସୁରେଶ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ବର୍ତ୍ତମାନ ର ଛାତ୍ର ମାନେ ମଧ୍ୟ ଏ ବିଷୟରେ ସୁଚିନ୍ତିତ ବକ୍ତବ୍ୟ ରଖି ସକ୍ରିୟ ଭାବେ ଯୋଗଦାନ କରିଥିଲେ।




Report : Bijay ku sahu

Edited by k.s thakur...




Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...