ବିଦ୍ୟାଳୟ ସ୍ତରୀୟ ସାଧାରଣ ଞାନ ପ୍ରତିଯୋଗିତା ଅନୁଷ୍ଠିତ...
ବିଦ୍ୟାଳୟ ସ୍ତରୀୟ ସାଧାରଣ ଞାନ ପ୍ରତିଯୋଗିତା ଅନୁଷ୍ଠିତ...
ବରଗଡ଼,୨୯/୦୭ : - ବରଗଡ ର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ଆଜି ଭଟିଲି ବ୍ଲକ ଅର୍ନ୍ତଗତ ଗୋପାଲପୁର ର ଗୋପାଲପୁର ଆଶ୍ରମ ସ୍କୁଲ ଠାରେ ଏକ ସାଧାରଣ ଞାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତା ରେ ବିଦ୍ୟାଳୟ ର ୩୨ ଜଣ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ।
Ad..
କାର୍ଯ୍ୟକ୍ରମ ରେ ପରିବେଶବିତ୍ ଦୟାନିଧି ପ୍ରଧାନ, ସମାଜସେବୀ ସୌଦାମିନୀ ବନଛୋର,ଯୋଗଦାନ କରି ଛାତ୍ରୀ ଓ ଛାତ୍ରୀ ମାନଙ୍କୁ ସାଧାରଣ ଞାନ ପ୍ରତିଯୋଗିତା ବିଷୟ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମ ରେ କୃତି ପ୍ରତିଯୋଗୀ ମାନଙ୍କୁ ଆସନ୍ତା ଅଗଷ୍ଟ ୧୫ ତାରିଖ ଦିନ ପ୍ରଥମ, ଦୃତୀୟ ଓ ତୃତୀୟ ଙ୍କୁ ଅନୁଷ୍ଠାନ ତରଫରୁ ସମ୍ମାନିତ କରାଯିବ ବୋଲି ଜନ କଲ୍ୟାଣ ସେବା ଟ୍ରଷ୍ଟ ର ସଭାପତି ମୁକୁନ୍ଦ ଦାଶ ସୂଚନା ପ୍ରଦାନ କରିଛନ୍ତି।
କାର୍ଯ୍ୟକ୍ରମ ରେ ଅନୁଷ୍ଠିନ ର ଆଜୀବନ ସଦସ୍ୟ, ଶିବାନନ୍ଦ ମଟାରୀ, ବୃନ୍ଦାବନ ବେହେରା, ଚନ୍ଦ୍ରକାନ୍ତ ସାହୁ ଯୋଗଦାନ କରି ଆମ ଅଞ୍ଚଳର କଲା ଓ ସଂସ୍କୃତି ଉପରେ ଆଲୋଚନା କରିଥିଲେ, କାର୍ଯ୍ୟମ ରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଓ ସହ ଶିଯକ ମାନେ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ସେବା କାର୍ଯ୍ୟ ପାଇଁ ଦୟାନିଧି ପ୍ରଧାନ ଙ୍କୁ ଅନୁଷ୍ଠାନ ତରଫରୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା,ଶେଷରେ ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ସଭାପତି ମୁକୁନ୍ଦ ଦାଶ ସମସ୍ତ ଙ୍କୁ ଧନ୍ୟବାଦ ଦେଇ ସଭା ସମାପ୍ତ କରିଥିଲ।
Report : Bijay ku sahu
Edited by k.s thakur...
Comments
Post a Comment