ନୃସିଂହନାଥ ପୀଠ ର 5T କାମର ବିଲଡିଙ୍ଗ ଛାତରୁ ଝରୁଛି ପାଣି, ତଦନ୍ତ ଦାବି...
ନୃସିଂହନାଥ ପୀଠ ର 5 T କାମର ବିଲଡିଙ୍ଗ ଛାତରୁ ଝରୁଛି ପାଣି, ତଦନ୍ତ ଦାବି...
ବରଗଡ଼,୩୧/୦୭ : ବରଗଡ଼ ନୃସିଂହନାଥ ପୀଠ ଠାରେ ୫ ଟି ଯୋଜନା ଦ୍ବାରା ୨୨ କୋଟି ୭୮ ଲକ୍ଷ କୋଟି ଟଙ୍କା ବିନିମୟରେ ତିଆରି ହୋଇଥିବା ଅଫିସ, ଯାତ୍ରୀ ନିବାସ, ପର୍ଯ୍ୟଟକ ବିଶ୍ରାମାଳୟ, ମାର୍ଯାରକେଶରୀ ବିଚାରଳୟ, ସୂଚନା କେନ୍ଦ୍ର ପ୍ରଭୃତି ନୂଆ ତିଆରି ହୋଇଥିବା ଛାତରୁ ପାଣି ଲଗୁଛି।
Ad..
ଗତ ଫେବୃଆରୀ ମାସରେ ତରବରିଆ ଭାବରେ ଉଦଘାଟନ କରାଯାଇଥିବା ଏହି ଫାଇଭଟି ବିଲଡିଙ୍ଗ ଛାତରୁ ପାଣି ଗଲି ତଳେ ଥପଥପ ହୋଇ ପଡୁଛି ଫଳରେ ଅଫିସ ହେଉକି ଯାତ୍ରୀ କାହାରି କାମରେ ଲାଗୁନାହିଁ।
ଲୋକ ଙ୍କ ସୁବିଧା ସୁଯୋଗ ପାଇଁ ପୂର୍ବରୁ ଥିବା ବିଜେଡ଼ି ସରକାର ଫାଇଭଟି ଯୋଜନାରେ ୨୨ କୋଟି ୭୮ ଲକ୍ଷ ଖର୍ଚ୍ଚ କରିଛନ୍ତି। ସ୍ଥାନୀୟ ଜନସାଧାରଣ ତଥା ଦୂର ଦୂରଦୂରାନ୍ତରୁ ଆସୁଥିବା ପର୍ଯ୍ୟଟକମାନ ଉକ୍ତ ଫାଇଭଟି ଯୋଜନା ର କାମକୁ ଦେଖି ତଦନ୍ତ ପାଇଁ ଦାବି କରୁଛନ୍ତି।
ପାଇକମାଳ ଓ ପଦ୍ମପୁର ର ସଚେତନ ନାଗରିକ ମହଲରେ ଉକ୍ତ ନୃସିଂହନାଥ ର ଫାଇଭଟି କାମକୁ ନେଇ ମୁଖ୍ୟମନ୍ତ୍ରୀ ନିଜେ ଗୁରୁତ୍ବ ଦେଇ ତଦନ୍ତ କରିବାକୁ ଦାବି ଜଣାଇଛନ୍ତି।
Report : Bijay ku sahu
Edited by k.s thakur...
Comments
Post a Comment