ନୂତନ ବ୍ରିଜ ପାଇଁ ପଦ୍ମପୁର ଅଧିକ୍ଷଣ ଯନ୍ତ୍ରୀ ଗ୍ରାମ୍ୟନିର୍ମାଣ ବିଭାଜନ କୁ ଦାବି ଜଣାଇଥିଲେ ଫଟାମୁଣ୍ଡା ଗ୍ରାମବାସୀ...

ନୂତନ ବ୍ରିଜ ପାଇଁ ପଦ୍ମପୁର ଅଧିକ୍ଷଣ ଯନ୍ତ୍ରୀ ଗ୍ରାମ୍ୟନିର୍ମାଣ ବିଭାଜନ କୁ ଦାବି  ଜଣାଇଥିଲେ ଫଟାମୁଣ୍ଡା ଗ୍ରାମବାସୀ...


ପଦ୍ମପୁର,୨୯/୦୭ : ପଦ୍ମପୁର  ନିକଟସ୍ଥ ବରିକେଲ ପଞ୍ଚାୟତ ଫଟାମୁଣ୍ଡା ଗାଁ ର ଲୋକେ ଆଜି ପଦ୍ମପୁର ଅଧିକ୍ଷଣ ଯନ୍ତ୍ରୀ ଗ୍ରାମ୍ୟନିର୍ମାଣ ବିଭାଜନ କୁ ଭେଟି ଫଟାମୁଣ୍ଡା ରୁ ବୁଧାପାଲି ରାସ୍ତା ମଧ୍ୟରେ ଥିବା ନାଳା ଉପରେ ଏକ ବ୍ରିଜ ନିର୍ମାଣ କରିବା ପାଇଁ ଦାବି ଜଣାଇଛନ୍ତି। 

           Ad..


ପ୍ରକାଶ ଥାଇ କି ବର୍ଷା ସମୟରେ ଉକ୍ତ ନାଲା ରେ ପାଣି ବହି ଯାତାୟାତ କୁ ଅବରୋଧ କରିଥାଏ। ଫଳରେ ରୋଗୀ କୁ ଡାକ୍ତର ଖାନା ନେବା , ଛାତ୍ର ଛାତ୍ରୀ ପାଠ ପଢ଼ି ଯିବା ପାଇଁ ସମସ୍ୟା ସହ ଜରୁରୀ କାଳୀନ ସେବା ଗୁଡିକ ସମସ୍ୟା ରୂପରେ ଦେଖା ଦେଇ ଥାଏ। 

ଯାହାକୁ ନେଇ  ସ୍ଥାନୀୟ ଅଞ୍ଚଳର ଜନସାଧାରଣ ଙ୍କୁ ବହୁ କଷ୍ଟ ସହ ସମସ୍ୟା ସ୍ୱୀକାର କରିବାକୁ ପଡେ ଗତ ତିନି ଦିନ ତଳେ ପ୍ରବଳ ବର୍ଷା ଯୋଗୁଁ ଉକ୍ତ ନାଲା ଉପରେ ପାଣି ବହିବାରୁ ଦୁଇ ଦିନ ଧରି ଯାତାୟାତ ସଂପୁର୍ଣ ଠପ ହୋଇ ପଡ଼ିଥିଲା। 

ପ୍ରତେକ ବର୍ଷ  ବର୍ଷା ସମୟରେ ବଢି ପାଣି ଯୋଗୁଁ ଗମନାଗମନ ବ୍ୟାଘାତ ହୋଇ ଆସୁଛି ଯାହାକୁ ନେଇ ଫଟାମୁଣ୍ଡା ଗ୍ରାମବାସୀ ଏକତ୍ରିତ ହୋଇ ଗ୍ରାମ ସଭାପତି ତଥା ସାମ୍ବାଦିକ ଗୋପବନ୍ଧୁ ଶିକା ଙ୍କ ନେତୃତ୍ୱରେ ଗାଁର ସଂପାଦକ ମହେନ୍ଦ୍ର କୁମାର ସାହୁ, ବିଶ୍ୱବିଜୟ କୁମ୍ଭାର, କୃଷ୍ଣଚନ୍ଦ୍ର ବେହେରା, ଓମପ୍ରକାଶ ଗିରି ପ୍ରମୁଖ ବିଭାଗୀୟ ଯନ୍ତ୍ରୀ ଙ୍କୁ ଲିଖିତ ଜଣାଇଛନ୍ତି। 

ଉକ୍ତ ରାସ୍ତା ଦେଇ ବୁଧାପାଳି, ଭେଉଁରିଆ, ଗମ୍ଭାରୀଡ଼ିହି, କଦଳୀମୁଣ୍ଡା, ଲୁହାରପାଳି, ପୁରେନା, ସତୀଭଟା, କବିବରପୁର, ବରିକେଲ, ସିଂହନପୁର, ଚିତାଖୋଲ, ଚାରପାଳି, ପ୍ରଭୃତି ଗାଁ ର ଜନସାଧାରଣ ନିୟମିତ ଗମନାଗମନ କରୁଛନ୍ତି। 

ଉକ୍ତ ଦାବୀ କୁ ନେଇ ପଦ୍ମପୁର ଅଧିକ୍ଷଣ ଯନ୍ତ୍ରୀ ଉକ୍ତ ନାଲାରେ ଏକ ବ୍ରିଜ ତିଆରି କରିବା ପାଇଁ ସରକାରଙ୍କୁ ଆଗରୁ ପ୍ରସ୍ତାବ ଦିଆଯାଇଛି ଆସନ୍ତା ଦିନରେ କାର୍ଯ୍ୟକାରୀ କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି ଆଲୋଚନା କରିଛନ୍ତି।




Report : Bijay ku sahu

Edited by k.s thakur...



Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...