ବରଗଡ଼ ଜିଲ୍ଲା ପଦ୍ମପୁର ଅନ୍ଵେଷା ହଷ୍ଟେଲରେ ଛାତ୍ର ଙ୍କ ମୃତ୍ୟୁ, ମାମୁଁ ଆଣିଲେ ହତ୍ୟା ଅଭିଯୋଗ ତଦନ୍ତ ଦାବି...
ବରଗଡ଼ ଜିଲ୍ଲା ପଦ୍ମପୁର ଅନ୍ଵେଷା ହଷ୍ଟେଲରେ ଛାତ୍ର ଙ୍କ ମୃତ୍ୟୁ, ମାମୁଁ ଆଣିଲେ ହତ୍ୟା ଅଭିଯୋଗ ତଦନ୍ତ ଦାବି...
ବରଗଡ଼,୩୧/୦୭ : ବରଗଡ଼ ଜିଲ୍ଲା ପଦ୍ମପୁର ସ୍ଥିତ ଅନ୍ଵେଷା ହଷ୍ଟେଲ ରେ ରହି ଘରୋଇ ସ୍କୁଲ ରେ ପାଠ ପଢ଼ୁଥିବା ନବମ ଶ୍ରେଣୀ ଛାତ୍ର ଙ୍କ ହଷ୍ଟେଲ ରେ ମୃତ୍ୟୁ ଘଟିଛି। ଉକ୍ତ ମୃତ୍ୟୁ କୁ ନେଇ ପରିବାର ତରଫରୁ ସନ୍ଦେହ କରି ତାଙ୍କ ମାମୁଁ ପ୍ରକାଶ ମହାନନ୍ଦ ହତ୍ୟା ଅଭିଯୋଗ ଆଣିଛନ୍ତି।
Ad..
ଘଟଣା କୁ ନେଇ ପୋଲିସ ତଦନ୍ତ କରୁଛି ଯେ ପଦ୍ମପୁର କଲେଜ ରୋଡ଼ ସ୍ଥିତ ଅନ୍ଵେଷା ହଷ୍ଟେଲ ର ନବମ ଶ୍ରେଣୀ ର ଛାତ୍ର ମେଲଛାମୁଣ୍ଡା ଥାନା ଝଙ୍କରପାଲି ଗ୍ରାମର ୧୪ ବର୍ଷୀୟ ପ୍ରିନ୍ସ କୁମ୍ଭାର ହଷ୍ଟେଲ ରେ ରହି ପାଠ ପଢୁଥିଲେ। ଗତ କାଲି ରାତିର ତାଙ୍କର ଶରୀର ହଷ୍ଟେଲ ରୁ ଡାକ୍ତରଖାନା କୁ ଅଣାଯାଇଥିଲା ଘଟଣା ସ୍ଥଳରେ ହିଁ ତାର ମୃତ୍ୟୁ ହୋଇଥିବା ଡାକ୍ତରଖାନା ରେ ଡାକ୍ତର କୈଳାସ ମେହେର ଘୋଷଣା କରିଥିଲେ।
ଘଟଣା କୁ ନେଇ ହଷ୍ଟେଲ ସୁପ୍ରିଟେଣ୍ଡେଣ୍ଟ ପର୍ଶୁରାମ ଧରୁଆ ଙ୍କ କହିବା ଅନୁସାରେ ପ୍ରିନ୍ସ ରାତି ଖାଇବା ନେଇ ରୁମ କୁ ଗଲେ ପରେ ଟାଏଲେଟ ଯାଇଥିବା ବେଳେ ଫେରି ନଥିଲେ। ତେବେ ଅନ୍ୟ କିଛି ଛାତ୍ର ଯାଇ ଦେଖିବା ବେଳେ ଗୋଟିଏ ରଡ଼ ରେ ଗାମୁଛା ଦେଇ ପ୍ରିନ୍ସ ଝୁଲୁ ଥିବାର ଦେଖିଥିଲେ ପରେ ତାଙ୍କୁ ପଦ୍ମପୁର ଉପଖଣ୍ଡ ହସ୍ପିଟାଲ ଅଣା ହୋଇଥିଲା ଯେଉଁ ଠି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।
ତେବେ ଏହି ଘଟଣା ପଛରେ କଣ କାରଣ ଜାଣି ନଥିବା ସୁପ୍ରିଟେଣ୍ଡେଣ୍ଟ କହିଥିବା ବେଳେ ମୃତୁ ଛାତ୍ର ଙ୍କ ପରିବାର ତରଫରୁ ଆତ୍ମହତ୍ୟା କଣ ଛୁଆ ଟି ଜାଣି ବି ନଥିଲା ଆମକୁ କେବଳ ହସ୍ପିଟାଲ ଆସ ବୋଲି କୁହାଗଲା କିନ୍ତୁ ହସ୍ପିଟାଲ ରେ ଭଣଜା ଙ୍କୁ ମୃତ ଦେଖିଚୁ ଏହା ଆତ୍ମହତ୍ୟା ନୁହେଁ ବରଂ ହତ୍ୟା ବୋଲି କହିଛନ୍ତି ମୃତ ପ୍ରିନ୍ସ ଙ୍କ ମାମୁଁ।
ତେବେ ଘଟଣା ବିଷୟରେ ଅଧିକ ତଦନ୍ତ ପାଇଁ ପଦ୍ମପୁର ଆଦର୍ଶ ଥାନା ଅଧିକାରୀଣୀ ମମତା ନାଏକ ମୃତ ଛାତ୍ର ଙ୍କ ମାତା ପିତା ଓ ପରିବାର ବର୍ଗଙ୍କୁ ବୁଝାଇ ପୋଲିସ ଦୃଢ଼ତା ସହ ତଦନ୍ତ କରିବ ବୋଲି କହିବା ସହ ତଦନ୍ତ ଅବ୍ୟାହତ ଚାଲିଛି ବୋଲି କହିଛନ୍ତି।
ଏପଟେ ମୃତ୍ୟୁ ବରଣ କରିଥିବା ଛାତ୍ର ଙ୍କ ଅଭିଭାବକ ଓ ପରିବାର ଜନ ଅସନ୍ତୋଷ ପ୍ରକାଶ କରି ତଦନ୍ତ, ଦୃଢ କାର୍ଯ୍ୟାନୁଷ୍ଠାନ ଓ ଦୋଷୀଙ୍କୁ ପ୍ରଥମେ ଗିରଫ କରାଯାଉ ବୋଲି ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ କାନ୍ଦ ବୋବାଳି କରି ବସିବା ପରେ ପୋଲିସ ଓ ଉପଜିଲ୍ଲାପାଳ ଅଫିସ ପହଞ୍ଚି ବୁଝାସୁଝା କରିଛନ୍ତି ଫଳରେ ମୃତ୍ୟୁ ଛାତ୍ର ର ଶବ ବ୍ୟବଚ୍ଛେଦ ପାଇଁ ପରିବାର ରାଜି ହୋଇଥିଲେ ।
ସରକାରୀ ହଷ୍ଟେଲ ରେ ଛାତ୍ର ମୃତ ଘଟଣା କୁ ନେଇ ଛାତ୍ର ଛାତ୍ରୀ ଙ୍କ ସୁରକ୍ଷା ଉପରେ ପ୍ରଶ୍ନ ଉଠୁଛି। ଆଗକୁ ଘଟଣା ର ତଦନ୍ତ କରାଯାଇ କାରଣ ସ୍ପଷ୍ଟ କରାଯାଉ ବୋଲି ସାଧାରଣରେ ଦାବି ହେଉଛି।
Report : Bijay ku sahu
Edited by k.s thakur...
Comments
Post a Comment