ଶୋଚନୀୟ ରାସ୍ତା : ଖଟିଆରେ ବୁହା ହେଲେ ରୋଗୀ...

ଶୋଚନୀୟ ରାସ୍ତା : ଖଟିଆରେ ବୁହା ହେଲେ ରୋଗୀ...


ମାଲକାନଗିରି,୨୮/୦୭ : ମାଲକାନଗିରି ଜିଲ୍ଲାବାସୀଙ୍କୁ ସରକାର ଆକାଶରେ ଉଡିବାର ସ୍ବପ୍ନ ଦେଖାଉଥିବା ବେଳେ ଆଜି ବି ଗାଁକୁ ରାସ୍ତା ନାହିଁ। ସରକାର ଜାଣିଥିଲେ ମଧ୍ୟ ତାହାର କୌଣସି ସମାଧାନ କରୁନଥିବା ଦେଖିବାକୁ ମିଳିଛି। 

              Ad..


ମାଲାକନଗିରି ଜିଲ୍ଲାର ଏଭଲି ବହୁ ଗ୍ରାମ ରହିଛି ଯେଉଁ ଗାଁକୁ ଆବି ବି ଲୋକଙ୍କ ପାଖରେ ପହଞ୍ଚି ପାରୁନି ଆମ୍ବୁଲାନ୍ସ। ପାଦରେ ଚାଲିବା କଷ୍ଟକର ହେଉଥିବା ବେଳେ ଦୁଇ ଚକିଆ କିମ୍ବା ଚାରି ଚକିଆ ଯାନ ଯିବା ଅସମ୍ଭବ।ଯାହା ଫଳରେ ରୋଗୀ, ଗର୍ଭବତୀ ଓ ପ୍ରସୂତୀଙ୍କୁ ଖଟିଆରେ ବୋହିବାକୁ ବାଧ୍ୟ ହେଉଛନ୍ତି ଗ୍ରାମବାସୀ। 

ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଉପାନ୍ତ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକର ମହୁପଦର ପଞ୍ଚାୟତ ଅନ୍ତର୍ଗତ କସରାଭଟ୍ଟା ଗ୍ରାମରେ। ଏହି ଗ୍ରାମର ସାନିଆ ମାଡ଼କାମୀଙ୍କ ଦେହ ଅସୁସ୍ଥ ହେବାରୁ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ। ତୁରନ୍ତ ୧୦୮ ଆମ୍ବୁଲାନ୍ସ ତ ପହଁଚିଲା କିନ୍ତୁ ମହୁପଦର ମୁଖ୍ୟ ରାସ୍ତାରୁ ଗାଁକୁ ଯାଇ ପାରିଲା ନାହିଁ। 

ମହୁପଦର ମୁଖ୍ୟ ରାସ୍ତାରୁ କସରାଭଟ୍ଟା ଗାଁକୁ ସଂଯୋଗ କରୁଥିବା ରାସ୍ତା ଲୋକେ ପାଦରେ ଚାଲି ଯିବା ସମ୍ଭବ ନୁହେଁ। ସେଥିରେ ଆମ୍ବୁଲାନ୍ସ ଯିବା କେଉଁଠି ସମ୍ଭବ ହେବ। ଆମ୍ବୁଲାନ୍ସ କର୍ମଚାରୀ ପରିବାର ଲୋକଙ୍କୁ ଗାଡ଼ି ଗାଁକୁ ଯାଇପାରିବ ନାହିଁ ବୋଲି ସୂଚନା ଦେବା ପରେ ପରିବାର ଲୋକେ ଏକ ଖଟିଆରେ ଦୀର୍ଘ ୩ କିଲୋମିଟର ଖଟିଆରେ ବୋହି ଆଣି ଆମ୍ବୁଲାନ୍ସ ନିକଟରେ ପହଞ୍ଚାଇ ଥିଲେ। 

ପରିବାର ଲୋକ ଓ ଆମ୍ବୁଲାନ୍ସ କର୍ମଚାରୀମାନଙ୍କ ସହାୟତାରେ ଆମ୍ବୁଲାନ୍ସ ଯୋଗେ ମାଥିଲି ଉପଖଣ୍ଡ ଚିକିତ୍ସାଳୟରେ ପହଞ୍ଚି ଥିଲେ। ଏବେ ସନିଆର ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ଜଣା ପଡିଛି।ଏଠି ପ୍ରଶ୍ନ ଉଠୁଛି କେବେ ସୁଧୁରିବ ଗାଁର ରାସ୍ତା ଏବଂ କେବେ ଲୋକେ ସହଜରେ ସ୍ୱାସ୍ଥ୍ୟ ସେବା ପାଇପାରିବେ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।




Edited by k.s thakur...







Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...