'ଶିଶୁଶ୍ରୀ'ର "ଶିକ୍ଷା ସଂପର୍କ" ଅଭିଯାନର ଶୁଭାରମ୍ଭ...

'ଶିଶୁଶ୍ରୀ'ର "ଶିକ୍ଷା ସଂପର୍କ"  ଅଭିଯାନର ଶୁଭାରମ୍ଭ...


ବରଗଡ,୨୯/୦୭ :  'ଶିଶୁଶ୍ରୀ ଭ୍ରାମ୍ୟମାଣ ପାଠାଗାର' ଶିଶୁ ମାନଙ୍କର ମୌଳିକ, ବୌଦ୍ଧିକ, ନୈତିକ ଓ ଆଧ୍ୟାତ୍ମିକ ଜ୍ଞାନ ବୃଦ୍ଧି ପାଇ ବିଭିନ୍ନ ସମୟରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିବା ବେଳେ  ରବିବାର ତଥା ଛୁଟି ଦିନମାନଙ୍କରେ ଛାତ୍ରଛାତ୍ରୀ ଙ୍କ ଶିକ୍ଷା ସମ୍ବନ୍ଧୀୟ ସମୀକ୍ଷା ତଥା ପୁସ୍ତକ ପଠନ ସଚେତନତା ସୃଷ୍ଟି ଉଦ୍ଦେଶ୍ୟ ରେ ଛାତ୍ର ଛାତ୍ରୀ ଓ ଅଭିଭାବକ ମାନଙ୍କ ସହ ସମ୍ପର୍କ ସ୍ଥାପନ ନିମନ୍ତେ "ଶିକ୍ଷା ସଂପର୍କ ଅଭିଯାନ" ଶୀର୍ଷକ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛି। 

         Ad..


ଏହି ଅବସରରେ ଗତ ରବିବାର ବରଗଡ଼ ୱାର୍ଡ ନମ୍ବର ୧୮ ଅନ୍ତର୍ଗତ ବନ୍ଧ ପଡ଼ା ନିକଟସ୍ଥ ବସ୍ତି ରେ   ପାଠାଗାରର ସଦସ୍ୟ ସଦସ୍ୟମାନେ ଛାତ୍ର ଛାତ୍ରୀ ଙ୍କ ଘରକୁ ଯାଇ ତାଙ୍କ ମନ  ଭିତରେ ରହିଥିବା ବିଭିନ୍ନ ବିଷୟ ଭିତ୍ତିକ ପାଠ ସମ୍ବନ୍ଧୀୟ ସନ୍ଦେହ ମୋଚନ କରିବା  ସହିତ ଅଭିଭାବକ ଙ୍କ ସହିତ ସମ୍ପର୍କ ରଖି ଛାତ୍ର ଛାତ୍ରୀ ଙ୍କର ପାଠ ସମ୍ବନ୍ଧୀୟ ଅଗ୍ରଗତି ସମୀକ୍ଷା କରି ଥିଲେ । 

ପାଠାଗାର ର ପ୍ରତିଷ୍ଠାତା ଡ ରବିନାରାୟଣ ସାହୁ ଙ୍କ ପ୍ରତ୍ୟକ୍ଷ ନେତୃତ୍ବ ଓ ପଣ୍ଡିତ ଗୋପବନ୍ଧୁ ପୁରୋହିତଙ୍କ ସଂଯୋଜନା ରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମ ରେ ଡ ଡୋଳାମଣି ଶତପଥି ,ଅର୍ଜୁନ ସେଟ୍, ସଂଘମିତ୍ରା ପଟେଲ ,ସ୍ୱରୂପା ଭୋଇ ପ୍ରମୁଖ ଅଭିଜ୍ଞ ଶିକ୍ଷକ ଓ ସାମାଜିକ କର୍ମୀ ଯୋଗଦେଇ ଛାତ୍ର ଛାତ୍ରୀ ଙ୍କ  ସନ୍ଦେହ ମୋଚନ କରିବା ସହ ପୁସ୍ତକ ମନସ୍କ କରାଇବା ପାଇଁ ସଚେତନ କରିବା ସହ  ବିଭିନ୍ନ ପ୍ରକାର ପୁସ୍ତକ ବଣ୍ଟନ କରିଥିଲେ ।




Report : Bijay ku sahu

Edited by k.s thakur...

Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...